ଷଡ଼ୂଷଣ Shardūshaṇa
- ସଂ. ବି (ବୈଦ୍ଯକ) (ଷଟ୍=ଛଅ+ଊଷଣ=କଟୁଦ୍ରବ୍ୟ) — ଏକତ୍ର ମିଶ୍ରିତ ଛଅଟି କଟୁଦ୍ରବ୍ୟ; ପିପ୍ପଳୀ, ପିପ୍ପଳୀ ମୂଳ, ଚାଇକାଠ, ଶୁଣ୍ଠି, ଚିତାମାଳ ଓ ମରିଚମିଶ୍ରିତ ଔଷଧ — An aggregate for concoction of six bitter articles (viz long pepper, pepper root; piper chaba; dried ginger; plumbago root and black pepper) used as medicine
- ସଂ. ବି (ବୈଦ୍ଯକ) (ଷଟ୍=ଛଅ+ଊଷଣ=କଟୁଦ୍ରବ୍ୟ) — [ଦ୍ର—ଏହା ପ୍ଳୀହା, ଗୁଳ୍ମ, ଉଦରାବାହ ଓ ଶୂଳପ୍ରଶମକ, ଅଗ୍ନିଦୀପ୍ତିକାରକ; କଫ ଓ ବାୟୁ— ନାଶକ। ପଞ୍ଚ କୋଳ ସଙ୍ଗେ ମରିଚ ମିଶିଲେ ଷଡ଼ୂଷଣ ହୁଏ।]