ଷଡ଼ଙ୍ଗ Shaṟḍ̠aṅga

  • ସଂ. ବି—(ଦ୍ୱିଗୁ) — (ଶରୀରର) ଛଅଟି ଅଙ୍ଗ — Six limbs
  • ସଂ. ବି—(ଦ୍ୱିଗୁ) — [ଦ୍ର—ଯଥା; ହସ୍ତଦ୍ୱୟ, ପଦଦ୍ୱୟ, ମସ୍ତକ ଓ କଟି।]
  • ସଂ. ବି—(ଦ୍ୱିଗୁ) — (ବେଦର) 6 ଟି ଅଙ୍ଗ; ବେଦାଙ୍ଗ; ବେଦର ଅଙ୍ଗୀଭୂତ ଛଅଟି ଶାସ୍ତ୍ର — (ବେଦର)6ଟି ଅଙ୍ଗ; ବେଦାଙ୍ଗ; ବେଦର ଅଙ୍ଗୀଭୂତ ଛଅଟି ଶାସ୍ତ୍ର—. Six branches of the Bedas
  • ସଂ. ବି—(ଦ୍ୱିଗୁ) — [ଦ୍ର—ଯଥା—ଶିକ୍ଷା ବା ଶବ୍ଦାର୍ଥ ବିଦ୍ଯା — Treatise on instruction or learning the meaning of words; lexicon.କଳ୍ପ ବା କର୍ମକାଣ୍ଡ—Treatise on the ceremonial or sacred rites of the Bedasବ୍ୟାକରଣ—Grammar.(ୟସ୍କମୁନି ପ୍ରଣୀତ) ନିରୁକ୍ତ— A treatise on obsolete and obscure words occuring in the Bedas, by Yaska.ଛନ୍ଦଃ—Metre; poetry; prosody.ଜ୍ୟୋତିଷAstronomy and astrology]
  • ସଂ. ବି—(ଦ୍ୱିଗୁ) — ଗବ୍ୟ ବା ଗୋରୁଙ୍କ ଠାରୁ ପ୍ରାପ୍ତ 6 ପ୍ରକାର ପବିତ୍ର ବସ୍ତୁ — ଗବ୍ୟ ବା ଗୋରୁଙ୍କ ଠାରୁ ପ୍ରାପ୍ତ6ପ୍ରକାର ପବିତ୍ର ବସ୍ତୁ—. Six sacred things obtained from the cow
  • ସଂ. ବି—(ଦ୍ୱିଗୁ) — [ଯଥା—ଗୋମୂତ୍ର — Urine of the cow.ଗୋମୟ—Cowdung.କ୍ଷୀର—Milk.ଘୃତ ବା ସର୍ପିଃ—Ghee.ଦଧି—Curds.ରୋଚନା ବା ଗୋରୋଚନା— A yellow pigment obtained from the body of cows.]
  • ସଂ. ବି—(ଦ୍ୱିଗୁ) — ତାନ୍ତ୍ରିକ ଦେବପୂଜାରେ ମନ୍ତ୍ର— ଜପ ପୂର୍ବରୁ ଅଙ୍ଗନ୍ୟାସ କରାଯିବା ହୃଦୟାଦି 6 ଟି ଅବୟବ — ତାନ୍ତ୍ରିକ ଦେବପୂଜାରେ ମନ୍ତ୍ର— ଜପ ପୂର୍ବରୁ ଅଙ୍ଗନ୍ୟାସ କରାଯିବା ହୃଦୟାଦି6ଟି ଅବୟବ— . The 6 parts of the body which are touched while performing the worship of Deities according to the Tantras
  • ସଂ. ବି—(ଦ୍ୱିଗୁ) — [ଦ୍ର—ଷଡଙ୍ଗ ଯଥା—ହୃଦୟ, ଶିରଃ, ଶିଖା, କବଚ, ନେତ୍ରତ୍ରୟ ଓ କରତଳ-କରପୃଷ୍ଠ। ସାଧନୀୟ ମନ୍ତ୍ରର ନିର୍ଦ୍ଦିଷ୍ଟ ଅଂଶମାନ ପାଠକରି ଯଥାକ୍ରମେ ହୃଦୟାୟ ନମଃ, ଶିରସେସ୍ୱାହା; ଶିଖାୟେବଷଟ୍ର, କବଚାୟ ହୁଂ, ନେତ୍ରତ୍ରୟାୟ ବଷଟ୍ ଉଚ୍ଚା— ରଣ ପୂର୍ବକ ମନ୍ତ୍ରସାଧକ ନିଜର ତତ୍ତତ୍ ଅଙ୍ଗକୁ (କେବଳ କବଚାୟହୁଂ ବୋଲିଲା ବେଳେ ନିଜର ଦୁଇ କାନ୍ଧକୁ ବା ବାହୁ ମୂଳକୁ) ସ୍ପର୍ଶ କରି ଶେଷରେ ଯୁଗଫତ୍ କରତଳ ଓ କର ପୃଷ୍ଠକୁ ପରସ୍ପର ସ୍ପର୍ଶ କରି କରତଳ କରପୃଷ୍ଠାଭ୍ୟାଂ ଅସ୍ତ୍ରାୟଫଟ୍ ବୋଲି ଗୋଟିଏ ତାଳି ମାରନ୍ତି। ଏହାକୁ ଅଙ୍ଗନ୍ୟାସ ବା ଷଡ଼ଙ୍ଗ ନ୍ୟାସ ବୋଲାଯାଏ। ଏଥିପୂର୍ବରୁ ନିଜର ଦୁଇହାତ ଦ୍ୱାରା ପରସ୍ପର ତତ୍ତତ୍ ଅଙ୍ଗୁଳିକୁ ସ୍ପର୍ଶକରି ଯଥାକ୍ରମେ ଅଙ୍ଗୁଷ୍ଠାଭ୍ୟାଂ ନମଃ, ତର୍ଜନୀଭ୍ୟାଂ ସ୍ୱାହା, ମଧ୍ୟମାଭ୍ୟାଂ ବଷଟ୍ ଅନାମିକାଭ୍ୟାଂ ହୁଂ, କନିଷ୍ଠାଭ୍ୟାଂ ଚଷଟ୍ ଉଚ୍ଚାରଣ କରି ଶେଷରେ କରତଳ କରପୃଷ୍ଠାଭ୍ୟାଂ ଅସ୍ତ୍ରାୟପଂଟ୍ କହି ତାଳି ମାରନ୍ତି। ଏହାକୁ କରନ୍ୟାସ ବୋଲାଯାଏ। ପ୍ରଥମେ କରନ୍ୟାସ କରି ତତ୍ପରେ ଅଙ୍ଗନ୍ୟାସ କରି ତତ୍ପରେ ଧ୍ୟେୟ ଦେବତାଙ୍କ 'ଧ୍ୟାନ' କରି ଶେଷରେ ମନ୍ତ୍ର ଜପ କରାଯାଏ।]
  • ସଂ. ବି—(ଦ୍ୱିଗୁ) — ରାଜ୍ୟାଙ୍ଗ ବା ସେନାଙ୍ଗ; ରାଜ୍ୟର ବା ସେନାର ଆବଶ୍ୟକ 6 ଗୋଟି ଅଙ୍ଗ — ରାଜ୍ୟାଙ୍ଗ ବା ସେନାଙ୍ଗ; ରାଜ୍ୟର ବା ସେନାର ଆବଶ୍ୟକ6ଗୋଟି ଅଙ୍ଗ— . Six component parts of a kingdom or army
  • ସଂ. ବି—(ଦ୍ୱିଗୁ) — [ଦ୍ର—ଯଥା — 1 ମୌଳ—1. Head or sovereign.2 ଭୃତ୍ୟ—2. Servant.3 ସୁହୃତ୍—Ally or friend.4 ଶ୍ରେଣୀ—Army.5 ଦ୍ୱିଷତ୍—Enemy
  • ସଂ. ବି—(ଦ୍ୱିଗୁ) — ଆଟବିକ ବା ଅରଣ୍ୟବାସୀ ସେନା — Wild warlike tribes.]
  • ସଂ. ବି—(ଦ୍ୱିଗୁ) — ଛଅ ପ୍ରକାର ଯୋଗାଙ୍ଗ ବା ଯୋଗ ସାଧନର ସୋପାନ (ଯଥା—ପ୍ରତ୍ୟାହାର, ଧ୍ୟାନ, ପ୍ରାଣାୟାମ, ଧାରଣା, ତର୍କ, ସମାଧି) — The six steps in the practice of J̄oga