ଷଟ୍କୋଣ Shaṭ-koṇa
- ସଂ. ବିଣ (ବହୁବ୍ରୀହି, ଷଟ୍=ଛଅ+କୋଣ ଯାହାର) — ଛଅଟି କୋଣବିଶିଷ୍ଟ; ଷଡ଼ସ୍ର — Hexangular
- ସଂ. ବି — ବଜ୍ର — Indra's thunderbolt
- ସଂ. ବି — ହୀରକ — Diamond
- ସଂ. ବି — (ଜ୍ୟୋତିଷ) ଲଗ୍ନଠାରୁ ଷଷ୍ଠ ସ୍ଥାନ — (astrology) The 6th place from the Lagna
- ସଂ. ବି — [ଦ୍ର—ଏହା ରିପୁ ସ୍ଥାନ ଅଟେ।]
- ସଂ. ବି — ଛଅଟି କୋଣ (ବା ବାହୁ) ବିଶିଷ୍ଟ କ୍ଷେତ୍ର — Hexagon
- ସଂ. ବି — ତନ୍ତ୍ରୋକ୍ତ ଯନ୍ତ୍ର ବିଶେଷ (ବିଶ୍ୱକୋଷ) — Name of a Tantric figure drawn for worshipping Gaṇeṡa
- ସଂ. ବି — [ଦ୍ର—ପ୍ରଥମରେ ଗୋଟିଏ ଉର୍ଦ୍ଧ୍ୱମୁଖ ତ୍ରିକୋଣ ଲେଖି ତଦୁପରି ଗୋଟିଏ ଅଧୋମୁଖ ତ୍ରିକୋଣ ଲେଖିଲେ ଯେଉଁ ଷଟ୍କୋଣ ହେବ, ତହିଁର କେନ୍ଦ୍ରରେ ଗଂ— (ଗଣେଶଙ୍କ ବୀଜ) ଲେଖି ତହିଁର ଚାରିପାଖେ 6 କୋଣରେ ଓଁ, ଶ୍ରୀଁ, ହ୍ରୀଂ, କ୍ରୀଂ, ଗ୍ଲୌଁ, ଗଁ, ଏହି 6 ଟି ବୀଜ ଲେଖି ଏହି ଯନ୍ତ୍ରଦ୍ୱାରା ଗଣେଶଙ୍କୁ ପୂଜା କରିବାକୁ ହୁଏ। ବିଶ୍ୱକୋଷ।] — [ଦ୍ର—ପ୍ରଥମରେ ଗୋଟିଏ ଉର୍ଦ୍ଧ୍ୱମୁଖ ତ୍ରିକୋଣ ଲେଖି ତଦୁପରି ଗୋଟିଏ ଅଧୋମୁଖ ତ୍ରିକୋଣ ଲେଖିଲେ ଯେଉଁ ଷଟ୍କୋଣ ହେବ, ତହିଁର କେନ୍ଦ୍ରରେ ଗଂ— (ଗଣେଶଙ୍କ ବୀଜ) ଲେଖି ତହିଁର ଚାରିପାଖେ6କୋଣରେ ଓଁ, ଶ୍ରୀଁ, ହ୍ରୀଂ, କ୍ରୀଂ, ଗ୍ଲୌଁ, ଗଁ, ଏହି6ଟି ବୀଜ ଲେଖି ଏହି ଯନ୍ତ୍ରଦ୍ୱାରା ଗଣେଶଙ୍କୁ ପୂଜା କରିବାକୁ ହୁଏ ବିଶ୍ୱକୋଷ]