ଶଢ଼ାଇ Ṡaṟḍ̠ẖai
- ଦେ. ବି.—(ସଂ ଶଟ୍ ଧାତୁ ଭେଦ କରିବା; ଯାହାକୁ ଭେଦ କଲେ ନଡ଼ିଆର କୋମଳାଂଶ ପାଇବାକୁ ହୁଏ) — ନଡ଼ିଆ ଫଳର ଖୋଳପା; ନଡ଼ିଆର କତାତଳେ ଥିବା ଓ କୋମଳାଂଶକୁ ଆବୃତ କରିଥିବା ଦୃଢ଼ ଆବରଣ — Cocoanut shell; the hard cover round the kernel of cocoanuts
- ଦେ. ବି.—(ସଂ ଶଟ୍ ଧାତୁ ଭେଦ କରିବା; ଯାହାକୁ ଭେଦ କଲେ ନଡ଼ିଆର କୋମଳାଂଶ ପାଇବାକୁ ହୁଏ) — [ଦ୍ର—ଏହା ପାନପାତ୍ରରୂପେ ବ୍ଯବହୃତ ହୁଏ ଏବଂ ଏଥିରେ ବେଣ୍ଟ ଲଗାଇ ଅଣକ କରାଯାଏ। ଆଜି କାଲି ଶଢ଼େଇଦ୍ୱାରା ଚାହା ପାତ୍ର ଓ ବୋତାମ ଆଦି ତିଆରି କରାଯାଉଅଛି। ଗୋଟିଏ ନଡ଼ିଆର ଦୁଇଟି ଫାଳକୁ ଦୁଇଟି ଶଢ଼େଇ ବାହାରେ। ଯହିଁରେ ଆଖି ବା ଛିଦ୍ର ଥାଏ ତାକୁ 'ଆଖି ଶଢ଼େଇ' ବା 'ମାଈ ଶଢ଼େଇ' କିମ୍ବା 'ମୁହଁ ଶଢ଼େଇ' ବା 'ମୁଣ୍ଡ ଶଢ଼େଇ' ବୋଲାଯାଏ। ଯହିଁରେ ଆଖି ନ ଥାଏ ତାକୁ 'ଗାଣ୍ଡି ଶଢ଼େଇ' ବା 'ଅଣ୍ଡିରା ଶଢ଼େଇ' ବୋଲାଯାଏ। ମୁହଁ ଶଢ଼େଇରେ ଅଣକ ତିଆରି ହୁଏ ଓ ଗାଣ୍ଡି ଶଢ଼େଇରେ ଗୁଡ଼, ପାଣି ଇତ୍ୟାଦି ତରଳ ପଦାର୍ଥ ରଖା ଯାଏ। ଗୋଟିକିଆ ବା ଅଖଣ୍ଡିତ ନଡ଼ିଆ ଖୋଳ ବା ଶଢ଼େଇକୁ ଲୋକେ ତୈଳଧାର, ଗୁଣ୍ଡି ରଖିବା ପାତ୍ର, ଗୁଡ଼ାଖୁ ଖାଇବା ହୁକାର ଜଳାଧାର ରୂପେ ବ୍ଯବହାର କରନ୍ତି ଓ ତାହାକୁ କୁମ୍ପା ନାମରେ ଅଭିହିତ କରନ୍ତି। ଅଖଣ୍ଡିତ ନଡ଼ିଆଖୋଳର ମୁଣ୍ଡରୁ ଖଣ୍ଡିଏ ଛୋଟ ଚକତି କାଟି ଦେଇ ସେଥିରେ ବେଣ୍ଟ ଲଗାଇ ତାକୁ ବାବାଜୀମାନେ କମଣ୍ଡଳୁ କରନ୍ତି। ଅଖଣ୍ଡିତ ବଡ଼ ଶଢ଼େଇକୁ କୁମ୍ପା ଛୋଟକୁ କୁମ୍ପୀ ଓ ଅତି ଛୋଟହେଲେ ତାକୁ କଲୀ ବୋଲାଯାଏ। କଲୀରେ ନାସ ଓ ଔଷଧ ବଟିକା ଆଦି ରଖାଯାଏ।]