ଶଡ଼ିଙ୍ଗ Ṡaṟḍ̠iṅga
- ଦେ. ବି (ସଂ ଶୀର୍ଣ୍ଣାଙ୍ଗ କିମ୍ବା ସଂ. ଯଷ୍ଟ୍ୟଙ୍ଗ କିମ୍ବା ଶଲ୍ୟ) — କଣ୍ଡା; ମାକୁ; କେଉଟମାନେ ଜାଲ ବୁଣିବା ସମୟରେ ସୂତା ଗୁଡ଼ିଆ ଯାଇଥିବା ଯେଉଁ ମୁନିଆ କାଠି ଧରି ସେଥିରୁ ସୂତା ଫିଟାଇ ଜାଲ ବୁଣନ୍ତି—[ଦ୍ର—ଏ କାଠିର ଦୁଇ ମୁଣ୍ଡ ମୁନିଆ ଓ ଚିରା, ମଝିରେ ଛିଦ୍ର ହୋଇ ଏଥିରେ ସୂତା ଗୁଡ଼ିଆ ହୋଇଥାଏ।] — A rod in which thread is twisted in such a manner that the thread can be used gradually in weaving a fishing net; shuttle for weaving net
- ଦେ. ବି (ସଂ ଶୀର୍ଣ୍ଣାଙ୍ଗ କିମ୍ବା ସଂ. ଯଷ୍ଟ୍ୟଙ୍ଗ କିମ୍ବା ଶଲ୍ୟ) — କେଉଟମାନେ ବାଆଁ ହାତରେ ଯେଉଁ କାଠଖଣ୍ଡିକ ଧରି ଡାହାଣ ହାତରେ କଣ୍ଡାଦ୍ୱାରା ଜାଲରେ ଘରାକୁ ଫାଶ ଦେଇ ବୁଣନ୍ତି — A slender rod held by the left hand while a net is woven by the shuttle held in the right hand
- ପ୍ରାଦେ. (ଗଡ଼ଜାତ) ବି. — ଶାଳଗଛର ଫଳ — The fruit or berry of shorea Robusta