ଶ୍ୱେତ ଦ୍ୱୀପ Ṡweta dwīpa

  • ସଂ. ବି — ହିନ୍ଦୁ ପୁରାଣୋକ୍ତ 11 ଗୋଟି ଉପଦ୍ୱୀପ ମଧ୍ୟରୁ ଏକତମ; ଚନ୍ଦ୍ର ଦୀପ — ହିନ୍ଦୁ ପୁରାଣୋକ୍ତଗୋଟି ଉପଦ୍ୱୀପ ମଧ୍ୟରୁ ଏକତମ; ଚନ୍ଦ୍ର ଦୀପ—. Name of one of the peninsulas or small islands of Hindu mythology
  • ସଂ. ବି — ବୈକୁଣ୍ଠାକ୍ଷ ବିଷ୍ଣୁ ଧାମ — The name of an island said to be the Hindus' paradise (the abode of Bishṇu) where the souls of devotees of Bishṇu live for eternity after death
  • ସଂ. ବି — [ଦ୍ର— ଭାଗବତ ଦଶମସ୍କନ୍ଧ 87 ଅଧ୍ୟାୟରୁ ଏହା ବୈକୁଣ୍ଠାଖ୍ୟ ବିଷ୍ଣୁଧାମସ୍ଥ ଦ୍ୱୀପବିଶେଷ ବୋଲି ଅନୁମିତ ହୁଏ। ଅଧ୍ୟାତ୍ମ ରାମାୟଣ ଓ ବ୍ରହ୍ମପୁରାଣରେ ଅଛି ଯେ, ଯେଉଁମାନେ ବିଷ୍ଣୁପୂଜାରତ ଓ ବିଷ୍ଣୁଙ୍କ ହସ୍ତରେ ନିହତ ହୁଅନ୍ତି ସେହିମାନେ ଦେହାନ୍ତେ ଏହି ଦ୍ୱୀପରେ ଯାଇ ବାସ କରନ୍ତି। ରାବଣ ତ୍ରିଲୋକ ଜୟ କରି ନାରଦଙ୍କୁ ପଚାରି ଏ ସ୍ଥାନକୁ ଜୟ କରିବା ମାନସରେ ଗଲା। ଏଠାରେ ଥିବା ବ୍ଯକ୍ତିମାନେ ମହାକାୟ; ମହାବଳ ଓ ଅଜେୟ। ଏ ଦ୍ୱୀପର ସୀମାରେ ପହଞ୍ଚିଲା କ୍ଷଣି ରାବଣର ରଥର ଗତି ବନ୍ଦ ହୋଇଗଲା। ଏଠା ପୁରୁଷଙ୍କ କଥା ଦୂରେ ଥାଉ, ଜଣେ ସ୍ତ୍ରୀ ରାବଣର ହାତକୁ ଧରି ପକାଇ ଅଟକାଇ ଦେଲେ ଓ ହସି ହସି ପଚାରିଲେ 'ତୁମ୍ଭେ କିଏ ଓ ଏଠାକୁ କାହିଁକି ଆସିଅଛ?' ରାବଣ ବହୁ ଚେଷ୍ଟାରେ ଉକ୍ତ ସ୍ତ୍ରୀଙ୍କ ହାତରୁ ଆପଣାକୁ ମୁକ୍ତ କଲା ଓ ଅତ୍ୟନ୍ତ ବିସ୍ମିତ ହେଲା ଏବଂ ମନେ ମନେ ବିଚାରିଲା ମୁଁ ସୀତାଙ୍କୁ ହରଣ କରି ବିଷ୍ଣୁଙ୍କୁ କୁପିତ କରି ତାଙ୍କ ହାତରେ ହତ ହୋଇ ଏହି ଦ୍ୱୀପକୁ ଆସିବି। ଏହା ବିଚାରି ବୈଦେହୀ ହରଣରେ ପ୍ରବୃତ୍ତ ହେଲା।] — [ଦ୍ର— ଭାଗବତ ଦଶମସ୍କନ୍ଧ87ଅଧ୍ୟାୟରୁ ଏହା ବୈକୁଣ୍ଠାଖ୍ୟ ବିଷ୍ଣୁଧାମସ୍ଥ ଦ୍ୱୀପବିଶେଷ ବୋଲି ଅନୁମିତ ହୁଏ ଅଧ୍ୟାତ୍ମ ରାମାୟଣ ଓ ବ୍ରହ୍ମପୁରାଣରେ ଅଛି ଯେ, ଯେଉଁମାନେ ବିଷ୍ଣୁପୂଜାରତ ଓ ବିଷ୍ଣୁଙ୍କ ହସ୍ତରେ ନିହତ ହୁଅନ୍ତି ସେହିମାନେ ଦେହାନ୍ତେ ଏହି ଦ୍ୱୀପରେ ଯାଇ ବାସ କରନ୍ତି ରାବଣ ତ୍ରିଲୋକ ଜୟ କରି ନାରଦଙ୍କୁ ପଚାରି ଏ ସ୍ଥାନକୁ ଜୟ କରିବା ମାନସରେ ଗଲା ଏଠାରେ ଥିବା ବ୍ଯକ୍ତିମାନେ ମହାକାୟ; ମହାବଳ ଓ ଅଜେୟ ଏ ଦ୍ୱୀପର ସୀମାରେ ପହଞ୍ଚିଲା କ୍ଷଣି ରାବଣର ରଥର ଗତି ବନ୍ଦ ହୋଇଗଲା ଏଠା ପୁରୁଷଙ୍କ କଥା ଦୂରେ ଥାଉ, ଜଣେ ସ୍ତ୍ରୀ ରାବଣର ହାତକୁ ଧରି ପକାଇ ଅଟକାଇ ଦେଲେ ଓ ହସି ହସି ପଚାରିଲେ 'ତୁମ୍ଭେ କିଏ ଓ ଏଠାକୁ କାହିଁକି ଆସିଅଛ?' ରାବଣ ବହୁ ଚେଷ୍ଟାରେ ଉକ୍ତ ସ୍ତ୍ରୀଙ୍କ ହାତରୁ ଆପଣାକୁ ମୁକ୍ତ କଲା ଓ ଅତ୍ୟନ୍ତ ବିସ୍ମିତ ହେଲା ଏବଂ ମନେ ମନେ ବିଚାରିଲା ମୁଁ ସୀତାଙ୍କୁ ହରଣ କରି ବିଷ୍ଣୁଙ୍କୁ କୁପିତ କରି ତାଙ୍କ ହାତରେ ହତ ହୋଇ ଏହି ଦ୍ୱୀପକୁ ଆସିବି ଏହା ବିଚାରି ବୈଦେହୀ ହରଣରେ ପ୍ରବୃତ୍ତ ହେଲା]
  • ଦେ. ବି — (ପାଶ୍ଚାତ୍ୟ ପଣ୍ଡିତ- ପ୍ରବର ଉଇଲସନ୍ ସାହେବଙ୍କଦ୍ୱାରା ନାମିତ) ଇଂଲଣ୍ଡ ସ୍କଟ୍ଲାଣ୍ଡ ଓ ଆୟର୍ଲାଣ୍ଡ ଦ୍ୱୀପ — Great Britain; the British isles; Albania
  • ଦେ. ବି — [ଉ— ସୁନୀଳ ସାଗରେ ରାଜେ ଶ୍ୱେତଦ୍ୱୀପ। ରାଧାନାଥ. କବିତା।]