ଶ୍ରୁତି Ṡruti

  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — ବେଦ — The Bedas
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — [ଦ୍ର—ଲିଖନ ପଦ୍ଧତି ସୃଷ୍ଟିହେବା— ପୂର୍ବରୁ ବେଦ ଶିଷ୍ୟାନୁଶିଷ୍ୟ କ୍ରମେ ଶ୍ରୁତିପରମ୍ପରାରେ ପ୍ରଚାରିତ ହେଉଥିଲା ବୋଲି ବେଦର ଗୋଟିଏ ନାମ ଶ୍ରୁତି]
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — କିଂବଦନ୍ତୀ; ପୁରୁଷାନୁକ୍ରମେ ମୁହେଁ ମୁହେଁ ଚଳି ଆସୁଥିବା ପ୍ରବାଦ; ବାର୍ତ୍ତା; ପୁରୁଷ ପରମ୍ପରାଗତ ପ୍ରବଚନ — Tradition; story which has been handed down from generation to generation
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — ଶ୍ରୁତୀନ୍ଦ୍ରିୟ ଗ୍ରାହ୍ୟ ଶବ୍ଦ; ବାଚକ ଶବ୍ଦ ବା ଧ୍ୱନି; ଶ୍ରବଣ— ଯୋଗ୍ୟ ନାଦ — An audible sound; an expressive or significant sound; an expression which can be heard
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — (ସଙ୍ଗୀତ) ସୂକ୍ଷ୍ମସ୍ୱର; ସ୍ୱରର ଅବୟବ ବିଶେଷ — (Music) A delicate tone; a constituent part of a musical note
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — [ଦ୍ର—ସଙ୍ଗୀତରେ ଏକ ସ୍ୱରରୁ ସ୍ୱରାନ୍ତର ପ୍ରକାଶ କରିବା ସମୟରେ ଦୁଇ ଗୋଟି ସ୍ୱର ମଧ୍ୟରେ ଯେଉଁ ସୂକ୍ଷ୍ମ ସ୍ୱରାଂଶ ସକଳ ଶ୍ରୁତ ହୁଏ ତାହାକୁ ଶ୍ରୁତି ବୋଲାଯାଏ। ସଙ୍ଗୀତ ଶାସ୍ତ୍ର ମତରେ ଏହା 22 ଗୋଟି। (ବଙ୍ଗଳାରେ ଏହାକୁ 'ସୁରତ୍' ବା 'ସୋରତ୍' ବୋଲାଯାଏ।) ଯଥା—ନାନ୍ଦୀ, ଚାଳନିକା, ରସା, ସୁମୁଖୀ, ଚିତ୍ରା, ବିଚିତ୍ରା, ଘନା, ମାତଙ୍ଗୀ, ସରସା, ଅମୃତା, ମଧୁକରୀ, ମୈତ୍ରୀ, ଶିବା, ମାଧବୀ, ବାଳା, ଶାର୍ଙ୍ଗରବୀ, କଳା, କଳରବା, ମାଳା, ବିଶାଳା, ଜୟା, ମାତ୍ରା। — [ଦ୍ର—ସଙ୍ଗୀତରେ ଏକ ସ୍ୱରରୁ ସ୍ୱରାନ୍ତର ପ୍ରକାଶ କରିବା ସମୟରେ ଦୁଇ ଗୋଟି ସ୍ୱର ମଧ୍ୟରେ ଯେଉଁ ସୂକ୍ଷ୍ମ ସ୍ୱରାଂଶ ସକଳ ଶ୍ରୁତ ହୁଏ ତାହାକୁ ଶ୍ରୁତି ବୋଲାଯାଏ ସଙ୍ଗୀତ ଶାସ୍ତ୍ର ମତରେ ଏହା22ଗୋଟି (ବଙ୍ଗଳାରେ ଏହାକୁ 'ସୁରତ୍' ବା 'ସୋରତ୍' ବୋଲାଯାଏ) ଯଥା—ନାନ୍ଦୀ, ଚାଳନିକା, ରସା, ସୁମୁଖୀ, ଚିତ୍ରା, ବିଚିତ୍ରା, ଘନା, ମାତଙ୍ଗୀ, ସରସା, ଅମୃତା, ମଧୁକରୀ, ମୈତ୍ରୀ, ଶିବା, ମାଧବୀ, ବାଳା, ଶାର୍ଙ୍ଗରବୀ, କଳା, କଳରବା, ମାଳା, ବିଶାଳା, ଜୟା, ମାତ୍ରା
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — ସଙ୍ଗୀତରେ ସ୍ୱର 7 ଗୋଟି; ଯଥା—ସାରିଗାମାପାଧାନି; ଏହି ପ୍ରତ୍ୟେକ ସ୍ୱରର ଭିନ୍ନ ଭିନ୍ନ ଶ୍ରୁତି ନିର୍ଦ୍ଦିଷ୍ଟ ହୋଇଅଛି; (ଅର୍ଥାତ୍ ଭିନ୍ନ ଭିନ୍ନ ଶ୍ରୁତି ସଂଯୋଗରୁ ଭିନ୍ନ ଭିନ୍ନ ସ୍ୱର ଉତ୍ପନ୍ନ ହୋଇଅଛି।) — ସଙ୍ଗୀତରେ ସ୍ୱର7ଗୋଟି; ଯଥା—ସାରିଗାମାପାଧାନି; ଏହି ପ୍ରତ୍ୟେକ ସ୍ୱରର ଭିନ୍ନ ଭିନ୍ନ ଶ୍ରୁତି ନିର୍ଦ୍ଦିଷ୍ଟ ହୋଇଅଛି; (ଅର୍ଥାତ୍ ଭିନ୍ନ ଭିନ୍ନ ଶ୍ରୁତି ସଂଯୋଗରୁ ଭିନ୍ନ ଭିନ୍ନ ସ୍ୱର ଉତ୍ପନ୍ନ ହୋଇଅଛି)
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — 'ସା' ବା ଷଡ଼ଜର ଶ୍ରୁତି—ନାନ୍ଦୀ, ବିଶାଳା, ସୁମୁଖୀ, ବିଚିତ୍ରା।
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — 'ରି' ବା ଋଷଭର—ଚିତ୍ରା, ଘନା, ଚାଳନିକା।
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — 'ଗା' ବା ଗାନ୍ଧାରର—ବାଳା, ସରସା।
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — 'ମା' ବା ମଧ୍ୟମର—ମାତଙ୍ଗୀ, ମାଧବୀ, ମୈତ୍ରୀ, ଶିବା।
  • ସଂ. ବି—(ଶ୍ରୁ ଧାତୁ+କର୍ମ. ତି) — 'ପା' ବା ପଞ୍ଚମର—କଳା, କଳରବା, ମାଳା, ଶାର୍ଙ୍ଗରବୀ।