ଶ୍ରୀରଙ୍ଗମ୍ Ṡrīraṅgam
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ଦକ୍ଷିଣ ଭାରତର ଶ୍ରୀରଙ୍ଗ ପଟଣା ନାମକ ନଗର — The town of Seringapatam in South India
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — [ଦ୍ର—ଏହା ମାନ୍ଦ୍ରାଜ ପ୍ରଦେଶର ତ୍ରିଚିନାପଲ୍ଲୀ ଜିଲ୍ଲାର ପ୍ରଧାନ ନଗର ଓ ମହିଶୂର ରାଜ୍ୟର ପ୍ରାଚୀନ ରାଜଧାନୀ। ଏହା କାବେରୀ ଓ ତହିଁର ଶାଖା କୋଳରୁଣା ମଧ୍ୟସ୍ଥ ଦ୍ୱୀପ। ଏହା ତ୍ରିଚିନାପଲ୍ଲିଠାରୁ 2 ମାଇଲ ଦୂର। ଏହିଠାରେ ବିସ୍ତର ସ୍ଥାନବ୍ୟାପୀ, ସପ୍ତାବରଣ ବେଷ୍ଟିତ, ଶିଳ୍ପକଳାପୂର୍ଣ୍ଣ, ଭାରତର ବୃହତ୍ତମ ବିଷ୍ଣୁ ମନ୍ଦିର ଅଛି। ଏହାୟ ଆୟତନ 240 X 18 ଫୁଟ ଏବଂ ବାହାରର ବେଢ଼ 13000 X 850 ଫୁଟ। ବେଢ଼ା ଚାରିପାଖେ ଥିବା ପାଚିରୀମାନଙ୍କ ମଧ୍ୟରୁ 6 ଫୁଟ ମୋଟ 3 ଗୋଟି ମୁଗୁନିପଥରର ପାଚିରୀ ଅଛି। ସପ୍ତ ପ୍ରାଚୀର ଅତିକ୍ରମ କରି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ହୁଏ। ପ୍ରତ୍ୟେକ ପ୍ରାଚୀରରେ 'ଗୋପୁରମ୍' ଦ୍ୱାର ଉପରେ ଦୁଇ ପାଖରେ କବାଟ ଲାଗିଥିବା ଉଚ୍ଚ ମନ୍ଦିର ଅଛି। ଏହି ପ୍ରାକାରମାନଙ୍କ ସୀମା ମଧ୍ୟରେ ସହସ୍ରାଧିକ ବ୍ରାହ୍ମଣ, ବ୍ଯବସାୟୀ, ଦେବତାଙ୍କ ବ୍ରାହ୍ମଣ ସେବକ ନିବାସ ଓ ଦୋକାନି ଘର କରି ରହିଅଛନ୍ତି। — [ଦ୍ର—ଏହା ମାନ୍ଦ୍ରାଜ ପ୍ରଦେଶର ତ୍ରିଚିନାପଲ୍ଲୀ ଜିଲ୍ଲାର ପ୍ରଧାନ ନଗର ଓ ମହିଶୂର ରାଜ୍ୟର ପ୍ରାଚୀନ ରାଜଧାନୀ ଏହା କାବେରୀ ଓ ତହିଁର ଶାଖା କୋଳରୁଣା ମଧ୍ୟସ୍ଥ ଦ୍ୱୀପ ଏହା ତ୍ରିଚିନାପଲ୍ଲିଠାରୁ2ମାଇଲ ଦୂର ଏହିଠାରେ ବିସ୍ତର ସ୍ଥାନବ୍ୟାପୀ, ସପ୍ତାବରଣ ବେଷ୍ଟିତ, ଶିଳ୍ପକଳାପୂର୍ଣ୍ଣ, ଭାରତର ବୃହତ୍ତମ ବିଷ୍ଣୁ ମନ୍ଦିର ଅଛି ଏହାୟ ଆୟତନ240 X 18ଫୁଟ ଏବଂ ବାହାରର ବେଢ଼13000 X 850ଫୁଟ ବେଢ଼ା ଚାରିପାଖେ ଥିବା ପାଚିରୀମାନଙ୍କ ମଧ୍ୟରୁ6ଫୁଟ ମୋଟ3ଗୋଟି ମୁଗୁନିପଥରର ପାଚିରୀ ଅଛି ସପ୍ତ ପ୍ରାଚୀର ଅତିକ୍ରମ କରି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ହୁଏ ପ୍ରତ୍ୟେକ ପ୍ରାଚୀରରେ 'ଗୋପୁରମ୍' ଦ୍ୱାର ଉପରେ ଦୁଇ ପାଖରେ କବାଟ ଲାଗିଥିବା ଉଚ୍ଚ ମନ୍ଦିର ଅଛି ଏହି ପ୍ରାକାରମାନଙ୍କ ସୀମା ମଧ୍ୟରେ ସହସ୍ରାଧିକ ବ୍ରାହ୍ମଣ, ବ୍ଯବସାୟୀ, ଦେବତାଙ୍କ ବ୍ରାହ୍ମଣ ସେବକ ନିବାସ ଓ ଦୋକାନି ଘର କରି ରହିଅଛନ୍ତି
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ଶ୍ରୀମନ୍ଦିର ମଧ୍ୟସ୍ଥ ସିଂହାସନରେ ନାନା ରତ୍ନାଳଙ୍କାର ଭୂଷିତ, ସୁବର୍ଣ୍ଣମେଖଳାଯୁକ୍ତ, ଅନନ୍ତଶାୟୀ, ପ୍ରକାଣ୍ଡ ପ୍ରସ୍ତର— ମୟ ବିଷ୍ଣୁମୂର୍ତ୍ତି ପ୍ରତିଷ୍ଠିତ। ଏହାଙ୍କ ଦୁଇ ପାର୍ଶ୍ୱରେ ଲକ୍ଷ୍ମୀ ଓ ସରସ୍ୱତୀ ବିରାଜିତା। ସମ୍ମୁଖରେ ଶ୍ୱେତପ୍ରସ୍ତର ନିର୍ମିତ ଗରୁଡ଼ ବଦ୍ଧାଞ୍ଜଳି ହୋଇ ଭକ୍ତରୂପେ ଦଣ୍ଡାୟମାନ। ଶ୍ରୀମନ୍ଦିରର 'ଦେବାର୍ଚ୍ଚନ' (ଜଗମୋହନ)ର ଶିଖରରେ ସୁନାର କଳସ ଅଛି। 'ଦେବାର୍ଚ୍ଚନ'କୁ ଲାଗି 'ନାଟମନ୍ଦିର'ର ସ୍ତମ୍ଭରାଜି ଚାରୁକଳାମଣ୍ଡିତ।
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ଚତୁର୍ଥ ପ୍ରାକାର ମଧ୍ୟସ୍ଥ ବେଢ଼ାରେ ଗୋଟିଏ ସହସ୍ର ସ୍ତମ୍ଭଯୁକ୍ତ ମଣ୍ଡପ ଅଛି। ଏଠାକୁ ଶ୍ରୀରଙ୍ଗନାଥଙ୍କ ବିଜେ— ପ୍ରତିମା ମାଘ ଶୁକ୍ଳ ଏକାଦଶୀ ଦିନ ମହାସମାରୋହ ଓ ଉତ୍ସବ ସହ ଆନୀତ ହୁଅନ୍ତି। ତୃତୀୟ ପ୍ରାଚୀରଠାରୁ ଭିତରକୁ ହିନ୍ଦୁଙ୍କ ଛଡ଼ା ଅନ୍ଯ ଜାତିଙ୍କ ପ୍ରବେଶ ନିଷିଦ୍ଧ। ମନ୍ଦିର ସଂଲଗ୍ନ ଦେବାର୍ଚ୍ଚନା (ବା ଜଗମୋହନ) ମଧ୍ୟକୁ ଦ୍ରାବିଡ଼ୀୟ ବ୍ରାହ୍ମଣଙ୍କ ଛଡ଼ା ଅନ୍ଯ କେହି ପ୍ରବେଶ କରି ପାରନ୍ତି ନାହିଁ।
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ଶ୍ରୀମନ୍ଦିରର ଏକପାର୍ଶ୍ୱରେ ଅଷ୍ଟରତ୍ନାଳଙ୍କାର ବିମଣ୍ଡିତ ଲକ୍ଷ୍ମିଦେବୀଙ୍କ ମନ୍ଦିର ଅଛି। ଏହି ମନ୍ଦିର ନିକଟରେ 'ଚନ୍ଦ୍ରପୁଷ୍କରିଣୀ' ନାମରେ ଗୋଟିଏ ଜଳାଶୟ ଅଛି।
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ଏହି ଶ୍ରୀରଙ୍ଗମ୍ ମନ୍ଦିର ବେଢ଼ା ମଧ୍ୟରେ ଭାରତ ବିଖ୍ୟାତ ବୈଷ୍ଣବ ଧର୍ମ ସଂସ୍କାରକ ରାମାନୁଜଙ୍କ ବାସସ୍ଥାନ ଥିଲା ଏବଂ ମନ୍ଦିର ପ୍ରାଙ୍ଗଣରେ ରାମନୁଜଙ୍କ ବସିଥିବା ପୀଠ ଅଦ୍ୟାବଧି ରହିଅଛି। ଏକ ସମୟରେ ମୁସଲମାନ୍ମାନେ ମନ୍ଦିରକୁ ଆକ୍ରମଣ କରିବାରୁ ସେବକମାନେ ଶ୍ରୀରଙ୍ଗନାଥଙ୍କୁ ନେଇ ତ୍ରିପତି ପର୍ବତରେ ଲୁଚାଇ ରକ୍ଷା କରିଥିଲେ। ପରେ ବିଜୟ ନଗର ରାଜ୍ୟସ୍ଥ ଜଙ୍ଗି ଅଞ୍ଚଳର ଶାସନକର୍ତ୍ତା ଗୋପଣାଚାର୍ଯ୍ୟ ରଙ୍ଗାନାଥଙ୍କୁ ସେଠାରୁ ନେଇ କିଛିଦିନ ଆପଣା ରାଜଧାନୀରେ ରଖି 1293 ସାଲରେ ଆଣି ଶ୍ରୀରଙ୍ଗମ୍ଠାରେ ଏହି ମନ୍ଦିର ତୋଳାଇ ତହିଁରେ ରଖାଇଲେ। ପରେ ଜଣେ ବାବାଜୀ ଓ ତାଙ୍କ ଶିଷ୍ୟାନୁଶିଷ୍ୟମାନ ଭିକ୍ଷା ଲବ୍ଧ ଧନରେ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଇଥିଲେ। — ଏହି ଶ୍ରୀରଙ୍ଗମ୍ ମନ୍ଦିର ବେଢ଼ା ମଧ୍ୟରେ ଭାରତ ବିଖ୍ୟାତ ବୈଷ୍ଣବ ଧର୍ମ ସଂସ୍କାରକ ରାମାନୁଜଙ୍କ ବାସସ୍ଥାନ ଥିଲା ଏବଂ ମନ୍ଦିର ପ୍ରାଙ୍ଗଣରେ ରାମନୁଜଙ୍କ ବସିଥିବା ପୀଠ ଅଦ୍ୟାବଧି ରହିଅଛି ଏକ ସମୟରେ ମୁସଲମାନ୍ମାନେ ମନ୍ଦିରକୁ ଆକ୍ରମଣ କରିବାରୁ ସେବକମାନେ ଶ୍ରୀରଙ୍ଗନାଥଙ୍କୁ ନେଇ ତ୍ରିପତି ପର୍ବତରେ ଲୁଚାଇ ରକ୍ଷା କରିଥିଲେ ପରେ ବିଜୟ ନଗର ରାଜ୍ୟସ୍ଥ ଜଙ୍ଗି ଅଞ୍ଚଳର ଶାସନକର୍ତ୍ତା ଗୋପଣାଚାର୍ଯ୍ୟ ରଙ୍ଗାନାଥଙ୍କୁ ସେଠାରୁ ନେଇ କିଛିଦିନ ଆପଣା ରାଜଧାନୀରେ ରଖି1293ସାଲରେ ଆଣି ଶ୍ରୀରଙ୍ଗମ୍ଠାରେ ଏହି ମନ୍ଦିର ତୋଳାଇ ତହିଁରେ ରଖାଇଲେ ପରେ ଜଣେ ବାବାଜୀ ଓ ତାଙ୍କ ଶିଷ୍ୟାନୁଶିଷ୍ୟମାନ ଭିକ୍ଷା ଲବ୍ଧ ଧନରେ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଇଥିଲେ
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ଏହି ଶ୍ରୀରଙ୍ଗମ୍ମନ୍ଦିରର ଚତୁର୍ଥ ପ୍ରାକାର ମଧ୍ୟରେ ଗୋଟିଏ ପ୍ରକାଣ୍ଡ ହସ୍ତିଶାଳା ଅଛି ଓ ତହିଁର ସମ୍ମୁଖସ୍ଥ 4 ଗୋଟି ଖୁଣ୍ଟରେ ଯୁଦ୍ଧର ଦୃଶ୍ୟ ପଥରରେ ଖୋଦିତ ହୋଇ ଜୀବନ୍ତ ମୂର୍ତ୍ତିପରି ଦେଖା ଯାଉଅଛି ଓ ଏହି କାରୁକାର୍ଯ୍ୟ ଭୁବନ— ବିଖ୍ୟାତ ଅଟେ। — ଏହି ଶ୍ରୀରଙ୍ଗମ୍ମନ୍ଦିରର ଚତୁର୍ଥ ପ୍ରାକାର ମଧ୍ୟରେ ଗୋଟିଏ ପ୍ରକାଣ୍ଡ ହସ୍ତିଶାଳା ଅଛି ଓ ତହିଁର ସମ୍ମୁଖସ୍ଥ4ଗୋଟି ଖୁଣ୍ଟରେ ଯୁଦ୍ଧର ଦୃଶ୍ୟ ପଥରରେ ଖୋଦିତ ହୋଇ ଜୀବନ୍ତ ମୂର୍ତ୍ତିପରି ଦେଖା ଯାଉଅଛି ଓ ଏହି କାରୁକାର୍ଯ୍ୟ ଭୁବନ— ବିଖ୍ୟାତ ଅଟେ
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ଶ୍ରୀରଙ୍ଗନାଥଙ୍କ ମନ୍ଦିରରୁ ଏକ ମାଇଲ ଦୂରରେ ଶ୍ରୀ ଜମ୍ବୁ— କେଶ୍ୱର ନାମକ (ମହାଦେବଙ୍କ ଜଳମୂର୍ତ୍ତି) ମହାଦେବ ଅଛନ୍ତି। ଏ ଶିବ ମନ୍ଦିର 4 ଗୋଟି ପ୍ରାକାରବେଷ୍ଟିତ। ଏ ମହାଦେବଙ୍କ ଲିଙ୍ଗକୁ ନିକଟବର୍ତ୍ତୀ ଏକ ଗଭୀର କୂପର ଜଳ ଆଭ୍ୟନ୍ତରିକ ପୟଃପ୍ରଣାଳୀଦ୍ୱାରା ଆସି ନିୟତ ଅଭିଷିକ୍ତ କରୁଅଛି। ଏ ମନ୍ଦିରର କାରୁକାର୍ଯ୍ୟ ଶ୍ରୀରଙ୍ଗନାଥଙ୍କ ମନ୍ଦିର ଅପେକ୍ଷା ଉତ୍କୃଷ୍ଟ, କିନ୍ତୁ ଜୀର୍ଣ୍ଣ ହୋଇଅଛି। [ମଦନମୋହନ ତୀର୍ଥଦର୍ଶନ] — ଶ୍ରୀରଙ୍ଗନାଥଙ୍କ ମନ୍ଦିରରୁ ଏକ ମାଇଲ ଦୂରରେ ଶ୍ରୀ ଜମ୍ବୁ— କେଶ୍ୱର ନାମକ (ମହାଦେବଙ୍କ ଜଳମୂର୍ତ୍ତି) ମହାଦେବ ଅଛନ୍ତି ଏ ଶିବ ମନ୍ଦିର4ଗୋଟି ପ୍ରାକାରବେଷ୍ଟିତ ଏ ମହାଦେବଙ୍କ ଲିଙ୍ଗକୁ ନିକଟବର୍ତ୍ତୀ ଏକ ଗଭୀର କୂପର ଜଳ ଆଭ୍ୟନ୍ତରିକ ପୟଃପ୍ରଣାଳୀଦ୍ୱାରା ଆସି ନିୟତ ଅଭିଷିକ୍ତ କରୁଅଛି ଏ ମନ୍ଦିରର କାରୁକାର୍ଯ୍ୟ ଶ୍ରୀରଙ୍ଗନାଥଙ୍କ ମନ୍ଦିର ଅପେକ୍ଷା ଉତ୍କୃଷ୍ଟ, କିନ୍ତୁ ଜୀର୍ଣ୍ଣ ହୋଇଅଛି [ମଦନମୋହନ ତୀର୍ଥଦର୍ଶନ]
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ଭାରତବର୍ଷର ଆଧୁନିକ ଇତିହାସରେ ମଧ୍ୟ ଶ୍ରୀରଙ୍ଗପତ୍ତନ ଖ୍ୟାତି ଲାଭ କରିଅଛି। ମହୀଶୂର ପ୍ରଥମେ ହିନ୍ଦୁ ରାଜ୍ୟ ଥିଲା। ହାଇଦର ଅଲ୍ଲୀ ହିନ୍ଦୁରାଜାଙ୍କୁ ତଡ଼ି ଦେଇ ମହୀଶୂରର ସୁଲତାନ୍ ହେଲେ ଓ ଶ୍ରୀରଙ୍ଗପତନ ଏହି ମହୀଶୂର ସୁଲତାନଙ୍କ ରାଜଧାନୀ ହେଲା। ମହୀଶୂରର ସୁଲତାନ୍ ହାଇଦର ଅଲ୍ଲୀ ଓ ତାଙ୍କ ପୁତ୍ର ଟିପୁ ସୁଲତାନଙ୍କ ସଙ୍ଗେ ଇଂରେଜମାନଙ୍କର ଏହିଠାରେ ଏକାଧିକ ଥର ଯୁଦ୍ଧ ହୋଇଥିଲା। ଇଂରାଜ ଓ ଟିପୁଙ୍କ ମଧ୍ୟରେ ତୃତୀୟ ମହୀଶୂର ଯୁଦ୍ଧ 1790 ସାଲରେ ଆରବ୍ଧ ହୋଇଥିଲା। 1792 ରେ ଗଭର୍ଣ୍ଣର୍ ଜେନରଲ୍ ଲର୍ଡ଼ କର୍ଣ୍ଣୱାଲିସ୍ ଟିପୁଙ୍କୁ ପରାସ୍ତ କରି ଶ୍ରୀରଙ୍ଗପତ୍ତନକୁ ଆକ୍ରମଣ କରିବାରୁ ଏହିଠାରେ ଟିପୁଙ୍କ ସଙ୍ଗେ ଇଂରାଜଙ୍କର ସନ୍ଧି ହୋଇଥିଲା। ଏହି ସନ୍ଧିର ଫଳରେ ଟିପୁ ଇଂରାଜଙ୍କୁ ଯୁଦ୍ଧର ବ୍ଯୟ ଦେବାକୁ ବାଧ୍ୟ ହେଲେ ଓ ଇଂରାଜମାନେ 'ମାଲବାର' ଓ 'କର୍ଣ୍ଣାଟ' (ସାଲେମ ଓ ମଦୁରା ଜିଲ୍ଲା) ପାଇଲେ। — ଭାରତବର୍ଷର ଆଧୁନିକ ଇତିହାସରେ ମଧ୍ୟ ଶ୍ରୀରଙ୍ଗପତ୍ତନ ଖ୍ୟାତି ଲାଭ କରିଅଛି ମହୀଶୂର ପ୍ରଥମେ ହିନ୍ଦୁ ରାଜ୍ୟ ଥିଲା ହାଇଦର ଅଲ୍ଲୀ ହିନ୍ଦୁରାଜାଙ୍କୁ ତଡ଼ି ଦେଇ ମହୀଶୂରର ସୁଲତାନ୍ ହେଲେ ଓ ଶ୍ରୀରଙ୍ଗପତନ ଏହି ମହୀଶୂର ସୁଲତାନଙ୍କ ରାଜଧାନୀ ହେଲା ମହୀଶୂରର ସୁଲତାନ୍ ହାଇଦର ଅଲ୍ଲୀ ଓ ତାଙ୍କ ପୁତ୍ର ଟିପୁ ସୁଲତାନଙ୍କ ସଙ୍ଗେ ଇଂରେଜମାନଙ୍କର ଏହିଠାରେ ଏକାଧିକ ଥର ଯୁଦ୍ଧ ହୋଇଥିଲା ଇଂରାଜ ଓ ଟିପୁଙ୍କ ମଧ୍ୟରେ ତୃତୀୟ ମହୀଶୂର ଯୁଦ୍ଧ1790ସାଲରେ ଆରବ୍ଧ ହୋଇଥିଲା1792ରେ ଗଭର୍ଣ୍ଣର୍ ଜେନରଲ୍ ଲର୍ଡ଼ କର୍ଣ୍ଣୱାଲିସ୍ ଟିପୁଙ୍କୁ ପରାସ୍ତ କରି ଶ୍ରୀରଙ୍ଗପତ୍ତନକୁ ଆକ୍ରମଣ କରିବାରୁ ଏହିଠାରେ ଟିପୁଙ୍କ ସଙ୍ଗେ ଇଂରାଜଙ୍କର ସନ୍ଧି ହୋଇଥିଲା ଏହି ସନ୍ଧିର ଫଳରେ ଟିପୁ ଇଂରାଜଙ୍କୁ ଯୁଦ୍ଧର ବ୍ଯୟ ଦେବାକୁ ବାଧ୍ୟ ହେଲେ ଓ ଇଂରାଜମାନେ 'ମାଲବାର' ଓ 'କର୍ଣ୍ଣାଟ' (ସାଲେମ ଓ ମଦୁରା ଜିଲ୍ଲା) ପାଇଲେ
- ଦେ. ବି (ନାମ) (ଇଂ. ନାମ ସେରିଙ୍ଗା ପଟାମ୍) — ପୁନର୍ବାର 4 ର୍ଥ ମହୀଶୂର ଯୁଦ୍ଧରେ 1799 ସାଲରେ ଟିପୁ ସୁଲତାନ ପରାଜିତ ହୋଇ ଶ୍ରୀରଙ୍ଗପତ୍ତନକୁ ପଳାଇ ଆସିଲେ। ଇଂରାଜ ସେନା ଏହି ରାଜଧାନୀକୁ ଅବରୋଧ କରି ଏହାକୁ ଅଧିକାର କଲେ ଓ ଟିପୁ ସୁଲତାନ ଏହି ଦୁର୍ଗର ତୋରଣକୁ ରକ୍ଷା କରୁ କରୁ ଏହିଠାରେ ନିହତ ହେଲେ। ଗଭର୍ଣ୍ଣର୍ ଜେନେରଲ ମାର୍କୁଇସ୍ ଅଫ୍ ୱେଲେସ୍ଲି ମହୀଶୂର ରାଜ୍ୟରେ ଟିପୁଙ୍କ ପିତା ହାଇଦର ଅଲ୍ଲୀଙ୍କଦ୍ୱାରା ବିତାଡ଼ିତ ହିନ୍ଦୁରାଜାଙ୍କର 5 ବର୍ଷ ବୟସ୍କ ପୁତ୍ର 'କୃଷ୍ଣରାଜା'ଙ୍କୁ ରାଜା କଲେ ଓ ଟିପୁ ସୁଲତାନଙ୍କ ପୁଅମାନଙ୍କୁ ନେଇ ଭେଲୋର ନଗରରେ ରଖାଇ ସେଠାରେ ତାଙ୍କ ପାଇଁ ବୃତ୍ତି (ପେନ୍ସନ) ଖଞ୍ଜା କରି ଦେଲେ। ତଦବଧି ମହୀଶୂର ହିନ୍ଦୁ ଶାସିତ ରାଜ୍ୟ ହୋଇଅଛି।] — ପୁନର୍ବାର4ର୍ଥ ମହୀଶୂର ଯୁଦ୍ଧରେ1799ସାଲରେ ଟିପୁ ସୁଲତାନ ପରାଜିତ ହୋଇ ଶ୍ରୀରଙ୍ଗପତ୍ତନକୁ ପଳାଇ ଆସିଲେ ଇଂରାଜ ସେନା ଏହି ରାଜଧାନୀକୁ ଅବରୋଧ କରି ଏହାକୁ ଅଧିକାର କଲେ ଓ ଟିପୁ ସୁଲତାନ ଏହି ଦୁର୍ଗର ତୋରଣକୁ ରକ୍ଷା କରୁ କରୁ ଏହିଠାରେ ନିହତ ହେଲେ ଗଭର୍ଣ୍ଣର୍ ଜେନେରଲ ମାର୍କୁଇସ୍ ଅଫ୍ ୱେଲେସ୍ଲି ମହୀଶୂର ରାଜ୍ୟରେ ଟିପୁଙ୍କ ପିତା ହାଇଦର ଅଲ୍ଲୀଙ୍କଦ୍ୱାରା ବିତାଡ଼ିତ ହିନ୍ଦୁରାଜାଙ୍କର5ବର୍ଷ ବୟସ୍କ ପୁତ୍ର 'କୃଷ୍ଣରାଜା'ଙ୍କୁ ରାଜା କଲେ ଓ ଟିପୁ ସୁଲତାନଙ୍କ ପୁଅମାନଙ୍କୁ ନେଇ ଭେଲୋର ନଗରରେ ରଖାଇ ସେଠାରେ ତାଙ୍କ ପାଇଁ ବୃତ୍ତି (ପେନ୍ସନ) ଖଞ୍ଜା କରି ଦେଲେ ତଦବଧି ମହୀଶୂର ହିନ୍ଦୁ ଶାସିତ ରାଜ୍ୟ ହୋଇଅଛି]