ଶ୍ରୀବତ୍ସ Ṡrībatsa
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ +ବତ୍ସ=ପ୍ରିୟ; କିମ୍ବା ଶ୍ରୀଯୁକ୍ତ ବତ୍ସ=ବକ୍ଷ ଯାହାର; ବହୁବ୍ରୀହି) — ବିଷ୍ଣୁ — Bishṇu
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ +ବତ୍ସ=ପ୍ରିୟ; କିମ୍ବା ଶ୍ରୀଯୁକ୍ତ ବତ୍ସ=ବକ୍ଷ ଯାହାର; ବହୁବ୍ରୀହି) — ବିଷ୍ଣୁଙ୍କବକ୍ଷସ୍ଥଳସ୍ଥ ଦକ୍ଷିଣାବର୍ତ୍ତି ଶୁକ୍ଳ ରୋମାବଳୀ; ଭୃଗୁ ପଦଚିହ୍ନ — A white whorl on the breast of Bishṇu (which turns to the right) the foot print of Bhṛugu
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ +ବତ୍ସ=ପ୍ରିୟ; କିମ୍ବା ଶ୍ରୀଯୁକ୍ତ ବତ୍ସ=ବକ୍ଷ ଯାହାର; ବହୁବ୍ରୀହି) — [ଦ୍ର—ଭୃଗୁ ତଳେ ନୋଟ୍ ଦେଖ]
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ +ବତ୍ସ=ପ୍ରିୟ; କିମ୍ବା ଶ୍ରୀଯୁକ୍ତ ବତ୍ସ=ବକ୍ଷ ଯାହାର; ବହୁବ୍ରୀହି) — ଗୃହବିଶେଷ — A sort of house which has a spiral hole; a labyrinth
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ +ବତ୍ସ=ପ୍ରିୟ; କିମ୍ବା ଶ୍ରୀଯୁକ୍ତ ବତ୍ସ=ବକ୍ଷ ଯାହାର; ବହୁବ୍ରୀହି) — (ନାମ)—ଜନୈକ ନୃପ — Name of a king
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ +ବତ୍ସ=ପ୍ରିୟ; କିମ୍ବା ଶ୍ରୀଯୁକ୍ତ ବତ୍ସ=ବକ୍ଷ ଯାହାର; ବହୁବ୍ରୀହି) — [ଦ୍ର— ଏ ଅଯୋଧ୍ୟାର ରାଜା (ମତାନ୍ତରରେ ପ୍ରାଗ୍ଦେଶର ରାଜା) ଚିତ୍ରବରଙ୍କ ପୁତ୍ର ଥିଲେ। ଏହାଙ୍କ ପତ୍ନୀ ଚିତ୍ରସେନ, କନ୍ଯା ଚିନ୍ତାଦେବୀ। ଏକଦା ଲକ୍ଷ୍ମୀ ଓ ଶନିଗ୍ରହଙ୍କ ମଧ୍ୟରେ କିଏ ବଡ଼, ଏହି ବିବାଦ ଲାଗିବାରୁ ଦୁହେଁ ଶ୍ରୀବତ୍ସଙ୍କୁ ଭଲଲୋକ ମାନିଲେ। ଶ୍ରୀବତ୍ସ ହଠାତ୍ ଏ ସମସ୍ୟା ସମାଧାନ ନ କରି ଗୋଟିଏ ସୁନାର ଗୋଟିଏ ରୂପାର ସିଂହାସନ କରାଇ ଉକ୍ତସିଂହାସନଦ୍ୱୟକୁ ନିଜ ସିଂହାସନର ଯଥାକ୍ରମେ ଦକ୍ଷିଣ ଓ ବାମଦିଗରେ ପକାଇ ରଖିଲେ। ଅତଃପର ଲକ୍ଷ୍ମୀ ଓ ଶନି ଉପସ୍ଥିତ ହୋଇ ଲକ୍ଷ୍ମୀ ସ୍ୱର୍ଣ୍ଣ ସିଂହାସନରେ ଓ ଶନି ରୌପ୍ୟ ସିଂହାସନରେ ବସିଲେ; ଏହା ଦେଖି ଶ୍ରୀବତ୍ସ ଲକ୍ଷ୍ମୀଙ୍କର ଶ୍ରେଷ୍ଠତ୍ୱ ପ୍ରକାଶ କଲେ। ଏଥିରେ ଶନି କୁପିତ ହୋଇ ଶ୍ରୀବତ୍ସଙ୍କର ସର୍ବନାଶ ଘଟାଇବାକୁ ବସିଲେ, କିନ୍ତୁ ଛିଦ୍ର ନ ପାଇବାରୁ ଶ୍ରୀବତ୍ସଙ୍କର ଶରୀରରେ ପ୍ରବେଶ କରି ପାରିଲେ ନାହିଁ। କିଛି ଦିନ ପରେ ଏକଦା ଶ୍ରୀବତ୍ସଙ୍କ ସ୍ନାନ ପରେ ତାଙ୍କ ଗାତ୍ରବିଧୌତ ଜଳକୁ ଗୋଟିଏ କଳା କୁକୁର ଚାଟିବାରୁ ଶନି ଏହି ଛିଦ୍ର ପାଇ ଶ୍ରୀବତ୍ସଙ୍କ ଦେହରେ ପ୍ରବେଶ କଲେ ଓ ତଜ୍ଜନ୍ୟ ଶ୍ରୀବତ୍ସଙ୍କର ମତିଭ୍ରମ ଘଟିଲା। ସେ ଗୋଟିଏ କନ୍ଥା ମଧ୍ୟରେ ବହୁମୂଲ୍ୟ ରତ୍ନାଦି ପୂରାଇ ତାକୁ ସଙ୍ଗରେ ନେଇ ପତ୍ନୀ ସହ ରାଜ୍ୟ ତ୍ୟାଗ କଲେ। ବାଟରେ ଶନି ଗୋଟିଏ ମାୟା ନଦୀ ସୃଷ୍ଟି କରି ସ୍ୱୟଂ ଗୋଟିଏ ଜୀର୍ଣ୍ଣ ତରୀ ନେଇ ଉପସ୍ଥିତ ହେଲେ। ସେ ଜୀର୍ଣ୍ଣ ତରୀରେ ଥରକେ ଏକାଧିକ ବ୍ଯକ୍ତି ପାରି ହୋଇ ପାରିବେ ନାହିଁ; ଶ୍ରୀବତ୍ସ ଏହା ଦେଖି ପ୍ରଥମେ ରତ୍ନପୂର୍ଣ୍ଣ କନ୍ଥାକୁ ଆର ପାରିରେ ରଖିଦେଇ ଆସିବା ପରେ ପତୀ ପତ୍ନୀଙ୍କୁ ଆର ପାରିକୁ ନେବା ନିମନ୍ତେ ନାବିକକୁ କହି ଡଙ୍ଗା ମଧ୍ୟରେ ଉକ୍ତ କନ୍ଥାକୁ ରଖିଦେଲେ ଓ ଉକ୍ତ ନୌକା କିଛିଦୂର ଅଗ୍ରସର ହୁଅନ୍ତେ ଉକ୍ତ ମାୟାନଦୀ ଓ ନୌକା କେଉଁଆଡ଼େ ଉଭେଇ ଗଲା ଏବଂ ରାଜଦମ୍ପତ୍ତି ନିଃସ୍ୱ ହୋଇ ବୁଲିଲେ। ସେ ଶେଷକୁ ଯାଇ ଗୋଟିଏ କାଠୁରିଆ ପଲ୍ଲୀରେ ଆଶ୍ରୟ ନେଇ ବଣରୁ କାଠ ସଂଗ୍ରହ କରି ଆଣି ତାକୁ ବିକି ପତି ପତ୍ନୀଙ୍କର ଜୀବନଯାତ୍ରା ନିର୍ବାହ କରୁଥାଆନ୍ତି। ଏଥିରେ ସୁଦ୍ଧା ଶନି ସନ୍ତୁଷ୍ଟ ନ ହୋଇ 'ଚିନ୍ତା'କୁ ତାଠାରୁ ବିଚ୍ଛିନ୍ନ କରିବା ପାଇଁ କୌଶଳ ପାଞ୍ଚିଲେ। ଚିନ୍ତା ସତୀ ସ୍ତ୍ରୀ ଥିଲେ। ଦିନେ ଶ୍ରୀବତ୍ସ ବସାରେ ଚିନ୍ତାଙ୍କୁ ଛାଡ଼ି କାଠ ଆଣିବା ପାଇଁ ବଣକୁ ଯାଇଅଛନ୍ତି, ଏହି ସମୟରେ ଉକ୍ତ ପଲ୍ଲୀ ନିକଟସ୍ଥ ନଦୀର ଗୋଟିଏ ଚଢ଼ାରେ ଜଣେ ମହାଜନର ଡଙ୍ଗା ଲାଗି ଗଲା। ଶନି ଉକ୍ତ ମହାଜନ ନିକଟରେ ଦୈବଜ୍ଞରୂପେ ଉପସ୍ଥିତ ହୋଇ କହିଲେ ଯେ ଏ ପଲ୍ଲୀରେ ଜଣେ ସତୀ ଅଛନ୍ତି, ସେ ଆସି ନୌକାରେ ଗୋଡ଼ ଛୁଇଁଦେଲେ ଡଙ୍ଗା ଚଳିବ। ଏହା ଶୁଣି ମହାଜନ କାଠୁରିଆ ପଲ୍ଲୀକୁ ଯାଇ ବହୁତ ନେହୁରା ହୋଇ ଆପଣାର ବିପଦ କଥା ଚିନ୍ତାଙ୍କୁ ଜଣାଇବାରୁ ଚିନ୍ତା ଦୟାବିଗଳିତା ହୋଇ ଡଙ୍ଗା ନିକଟକୁ ଯାଇ ଯେଉଁକ୍ଷଣି ନୌକାରେ ପଦସ୍ପର୍ଶ କରିଦେଲେ, ନୌକା ତତ୍କ୍ଷଣାତ୍ ଭାସି ଉଠିଲା। ଏହା ଦେଖି ମହାଜନ ବିଚାରିଲା, ପୁଣି ଭବିଷ୍ୟତରେ ଯେବେ ନୌକା ଚଢ଼ାରେ ଲାଗେ, ତାହାହେଲେ ଏ ସ୍ତ୍ରୀଟିକୁ ସଙ୍ଗରେ ନେଇଗଲେ ମୋର ଆଉ ବିପଦର ଆଶଙ୍କା ରହିବ ନାହିଁ। ଏହା ବିଚାରି 'ଚିନ୍ତା'ଙ୍କୁ ବଳପୂର୍ବକ ନେଇ ଡଙ୍ଗାରେ ବସାଇ ଚାଲିଗଲା। ଚିନ୍ତା ଅତ୍ୟନ୍ତ ରୂପବତୀ ଥିଲେ। କାଳେ ମହାଜନ ଏହି ରୂପରେ ମୁଗ୍ଧ ହୋଇ ତାଙ୍କର ଧର୍ମନାଶ କରିବ, ଏହି ଆଶଙ୍କାରେ ଚିନ୍ତା ସୂର୍ଯ୍ୟଙ୍କୁ ସ୍ତବ କରି କୁତ୍ସିତରୂପ ହେବା ପାଇଁ ବର ମାଗିଲେ ଓ ଫଳତଃ ସୂର୍ଯ୍ୟଦେବଙ୍କ କୃପାରୁ ତାଙ୍କ ସୁରୂପ କୁରୂପରେ ପରିଣତ ହେଲା ଓ ଏତଦ୍ଦ୍ୱାରା ତାଙ୍କର ଧର୍ମ ରକ୍ଷା ହେଲା।
- ସଂ. ବି ( 6 ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ +ବତ୍ସ=ପ୍ରିୟ; କିମ୍ବା ଶ୍ରୀଯୁକ୍ତ ବତ୍ସ=ବକ୍ଷ ଯାହାର; ବହୁବ୍ରୀହି) — ଏଣେ ଶ୍ରୀବତ୍ସ ବଣରୁ କାଠ ଘେନି ଫେରିଆସି ବସାରେ ଚିନ୍ତାଙ୍କୁ ନ ଦେଖି କାଠୁରିଆ ସ୍ତ୍ରୀମାନଙ୍କଠାରୁ ମହାଜନର ଖବର ବୁଝି ଚିନ୍ତାଙ୍କୁ ଖୋଜିବାକୁ ବାହାରିଲେ। ପ୍ରଥମେ ଯାଇ କାମଧେନୁ ସୁରଭୀଙ୍କ ଆଶ୍ରମରେ ପହଞ୍ଚିଲେ। ସୁରଭୀ ତାଙ୍କ ପ୍ରତି ପ୍ରସନ୍ନା ହୋଇ ତାଙ୍କୁ ଆଶ୍ରୟ ଦେଲେ ଓ ତାଙ୍କୁ ସାନ୍ତ୍ୱନା ଦେଲେ ଯେ ସେ ହୃତରାଜ୍ୟ ଓ ହୃତ ଚିନ୍ତାଙ୍କୁ ଫେରି ପାଇବେ। ସେ ଆଶ୍ରମରେ ଥିବା ସୁରଭୀ କନ୍ଯା ନନ୍ଦିନୀଙ୍କ ମୁଖକ୍ଷରିତ ଓ ପାନାବଶିଷ୍ଟ ଦୁଗ୍ଧଫେନପରିଷିକ୍ତ କାଦୁଅକୁ ବଳି ଗୋଟିଏ ଲେଖାଏଁ ଇଟା ତିଆରି କଲେ। ସେ ଇଟା ସୁନା ପାଲଟି ଗଲା। ଏହିପରି ଗୁଡ଼ିଏ ଇଟା ଜମା ହେବାରୁ ସେହି ଆଶ୍ରମ ପାଖ ନଦୀ ବାଟେ ଚିନ୍ତାଙ୍କୁ ନୌକାରେ ବନ୍ଦିନୀ କରିଥିବା ମହାଜନର ଡଙ୍ଗା ଯିବାବେଳେ ଏ ଇଟାତକ ନେଇ ବିକ୍ରି କରିବାପାଇଁ ଶ୍ରୀବତ୍ସ ମହାଜନକୁ ଦେଲେ। ମହାଜନ ସୁନା ଇଟାତକ ଏହାଙ୍କୁ ଡଙ୍ଗାରେ ନେଇ ପରେ ଶ୍ରୀବତ୍ସଙ୍କୁ ନଈକୁ ପେଲିଦେଲା। ବନ୍ଦିନୀ ଚିନ୍ତା ସ୍ୱାମୀଙ୍କୁ ଚିହ୍ନିପାରି ନୌକାସ୍ଥ ବନ୍ଦିଶାଳରୁ ଖଣ୍ଡିଏ ତକିଆ ପାଣିକୁ ଫିଙ୍ଗି ଦେଲେ ଓ ସେ ତକିଆକୁ ଆଶ୍ରାକରି ଶ୍ରୀବତ୍ସ ବଞ୍ଚିକରି ଯାଇ ଏକ ରାଜ୍ୟରେ ଲାଗିଲେ ଓ ସେଠାରେ ଗୋଟିଏ ମାଳୁଣୀ ବୁଢ଼ୀର ଘରେ ରହିଲେ। ସେଠାର ରାଜକନ୍ୟା ଭଦ୍ରା ତାଙ୍କୁ ବରମାଲ୍ୟ ପ୍ରଦାନ କଲେ। ଶ୍ରୀବତ୍ସ ରାଜକନ୍ୟାଙ୍କୁ ଅନୁରୋଧ କରି ରାଜାଙ୍କ ଦ୍ୱାରା ନିଜେ ବାଣିଜ୍ୟ ତରିମାନଙ୍କରୁ ଶୁଳ୍କ ସଂଗ୍ରାହକ ରୂପ ରାଜକର୍ମରେ ନିଯୁକ୍ତ ହେଲେ ଓ ଏହି ଉପଲକ୍ଷରେ ସେ ସେଠାକୁ ଆସୁଥିବା ସମସ୍ତ ବାଣିଜ୍ୟ ତରୀମାନ ଅନ୍ୱେଷଣ କରି 'ଚିନ୍ତା' ଙ୍କୁ ଖୋଜୁ ଥାଆନ୍ତି। ଏହିପରି ଖୋଜୁ ଖୋଜୁ ଶେଷୋକ୍ତ ମହାଜନ ସେଠାରେ ପହଞ୍ଚିଲା ଓ ଶ୍ରୀବତ୍ସ ମହାଜନର ଜାହାଜରେ ଚିନ୍ତାଙ୍କୁ ଦେଖି ତାଙ୍କୁ ଚିହ୍ନି ସାଦରରେ ଗ୍ରହଣ କଲେ। ଏବେ ସୂର୍ଯ୍ୟଙ୍କ କୃପାରୁ ଚିନ୍ତା ନିଜର ପୂର୍ବରୁପଲାବଣ୍ୟ ଫେରି ପାଇଲେ ଓ ଶନିଙ୍କୁ ସ୍ତବଦ୍ୱାରା ସନ୍ତୁଷ୍ଟ କରି ଶନିଙ୍କ କୋପକୁ ଶାନ୍ତ କରାଇଲେ। ଶ୍ରୀବତ୍ସ ଚିନ୍ତା ଓ ଭଦ୍ରାଙ୍କୁ ଘେନି ସ୍ୱରାଜ୍ୟକୁ ଫେରି ଆସିଲେ ଓ ଲକ୍ଷ୍ମୀଙ୍କ କୃପାରୁ ପୁଣି ରାଜା ହୋଇ ସୁଖସମ୍ପଦରେ ବାସ କଲେ।]
- ଦେ. ବି — ଲୋକଙ୍କ ନାମ — A name given to males