ଶ୍ରୀଧର ସ୍ୱାମୀ Ṡrīdhara swāmī

  • ଦେ. ବି (ନାମ) — ପୁରାଣାଦିର ପ୍ରସିଦ୍ଧ ଟୀକାକାର — Name of a famous Sanscrit annotator of the Purāṇas
  • ଦେ. ବି (ନାମ) — [ଶ୍ରୀଧର ଭଟ୍ଟ— ଅନ୍ଯରୂପ]
  • ଦେ. ବି (ନାମ) — [ଦ୍ର— ଏ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାଦ୍ଦୀରେ ଜୀବିତଥିଲେ; ଜନ୍ମ ସ୍ଥାନ ଗୁର୍ଜର ଦେଶର ବଲ୍ଲରୀ ନଗର। ଏ ପରମାନନ୍ଦ ପୁରୀଙ୍କ ଠାରୁ ନୃସିଂହ ମନ୍ତ୍ର ଦୀକ୍ଷା ନେଇଥିଲେ। ସଂସ୍କୃତ ଶ୍ରୀମଦ୍ ଭାଗବତର 'ଭାବାର୍ଥ ଦୀପିକା' ନାମକ ଅତି ସୁନ୍ଦର ଓ ସରଳ ଟୀକା ରଚନା କରି ଏ ଅମର ହୋଇ ଅଛନ୍ତି। ମହିମ୍ନସ୍ତବ, ଭଗବଦ୍ଗୀତା, ବିଷ୍ଣୁପୁରାଣାଦିର ମଧ୍ୟ ଟୀକା କରି ଅଛନ୍ତି କିନ୍ତୁ ଭାବାର୍ଥ— ଦୀପିକା ସର୍ବ ପ୍ରସିଦ୍ଧ ଅଟେ।
  • ଦେ. ବି (ନାମ) — ବ୍ରଜବିହାର ନାମକ ଶ୍ରୀକୃଷ୍ଣ ବିଷୟକ କାବ୍ୟ ମଧ୍ୟ ଏହାଙ୍କ ଦ୍ୱାରା ରଚିତ ହୋଇଅଛି। ସୁବିଖ୍ୟାତ 'ଭଟ୍ଟି' କାବ୍ୟର କବି 'ଭଟ୍ଟି ' ଏହାଙ୍କର ପୁତ୍ର ଅଟନ୍ତି।
  • ଦେ. ବି (ନାମ) — ମତାନ୍ତରରେ— ଏ ଜଣେ ଓଡ଼ିଆ ଓ ଉତ୍କଳବାସୀ ଥିଲେ। ବାଲେଶ୍ୱର ଜିଲ୍ଲା ରେମୁଣା ଗ୍ରାମ ନିକଟବର୍ତ୍ତୀ ମରେଇ ଗାଁ ଏହାଙ୍କ ଜନ୍ମସ୍ଥାନ, ପୁରୀ ରାଜସଭାରେ ଏହାଙ୍କର ପ୍ରତିପତ୍ତି ଓ ଆଦର ଥିଲା। ଜଗବନ୍ଧୁ, ପ୍ରାଚୀନ ଉତ୍କଳ।]
  • ଦେ. ବି (ନାମ) — ଏ ପୁରୀ ଶଙ୍କରାନନ୍ଦ ମଠର ଜଣେ ମହନ୍ତ ଥିଲେ। (ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ)।]