ଶ୍ରୀଖଣ୍ଡ Ṡrīkhaṇḍa
- ସଂ. ବି (ଶ୍ରୀ=ଶୋଭାଯୁକ୍ତ+ଖଣ୍ଡ=ଅଂଶ ଯାହାର) — ଚନ୍ଦନ କାଠ; ହରିଚନ୍ଦନ; ଶ୍ୱେତ ଚନ୍ଦନ; ଶ୍ରେଷ୍ଠ ଚନ୍ଦନ — Sandal wood; santalum Alba
- ସଂ. ବି (ଶ୍ରୀ=ଶୋଭାଯୁକ୍ତ+ଖଣ୍ଡ=ଅଂଶ ଯାହାର) — [ଦ୍ର—ଯେଉଁ ଚନ୍ଦନ ଆସ୍ୱାଦରେ ତିକ୍ତ, ପୀତବର୍ଣ୍ଣ, ଯାହା ଛେଦନ କଲେ ରକ୍ତାଭ କିନ୍ତୁ ଶୁଖିଗଲେ ଶ୍ୱେତ, ଗ୍ରନ୍ଥି, ଓ କୋଟରଯୁକ୍ତ ତାହାହିଁ ଶ୍ରେଷ୍ଠ।
- ସଂ. ବି (ଶ୍ରୀ=ଶୋଭାଯୁକ୍ତ+ଖଣ୍ଡ=ଅଂଶ ଯାହାର) — ବୈଦ୍ୟଶାସ୍ତ୍ରାନୁସାରେ ଏହା କଟୁ ତିକ୍ତ କଷାୟ ରସ, ଶୀତବୀର୍ଯ୍ଯ, ରୁକ୍ଷ ତିକ୍ତ, ଆହ୍ଲାଦଜନଦ, ଶୁକ୍ରବର୍ଦ୍ଧକ ଓ ଲଘୁ। ଏହା ଶ୍ରାନ୍ତି, ଉନ୍ମାଦ, ମଳବଦ୍ଧତା, ଶୋଥ, ବିଷ, ଶ୍ଲେଷ୍ମା, ପିତ୍ତ, କୁକ୍ତଦୋଷ ଓ ଦାହନିବାରକ।] ଦେହରେ ଘିମିରି ହେଲେ ଏହାକୁ ଘୋରି ବୋଳନ୍ତି।
- ସଂ. ବି (ଶ୍ରୀ=ଶୋଭାଯୁକ୍ତ+ଖଣ୍ଡ=ଅଂଶ ଯାହାର) — ଏହା 2 ପ୍ରକାରର ଯଥା— କଞ୍ଚାଗଛକୁ କାଟି ଯେଉଁ କାଠ ସଂଗ୍ରହ କରାଯାଏ ତାକୁ ବେଟ୍ଟଚନ୍ଦନ ଓ ଗଛ ମନକୁ ଶୁଖିଗଲେ ତହିଁର କାଠରୁ ସୁକ୍କଡ଼ି ବୋଲାଯାଏ।] — ଏହା2ପ୍ରକାରର ଯଥା— କଞ୍ଚାଗଛକୁ କାଟି ଯେଉଁ କାଠ ସଂଗ୍ରହ କରାଯାଏ ତାକୁ ବେଟ୍ଟଚନ୍ଦନ ଓ ଗଛ ମନକୁ ଶୁଖିଗଲେ ତହିଁର କାଠରୁ ସୁକ୍କଡ଼ି ବୋଲାଯାଏ]