ଶ୍ରୀକାଳୋଳ Ṡrīkākoḻa
- ଦେ. ବି — ଆଧୁନିକ ଚିକାକୋଲର ପ୍ରାଚୀନ ନାମ — The ancient name of Chicacole in Madras
- ଦେ. ବି — (ଦ୍ର—ଏହି ନଗର ଗଞ୍ଜାମ ଜିଲ୍ଲାର କୋଣରେ ଲଙ୍ଗୁଳିଆ ନଦୀ ଉପରେ ଅବସ୍ଥିତ। ଏହା ପୂର୍ବେ କଳିଙ୍ଗ ରାଜାମାନଙ୍କ ରାଜଧାନୀ ଥିଲା ଓ ଏଠାରୁ ବଂଶଧାରା ନଦୀର ତଟବର୍ତ୍ତୀ କଳିଙ୍ଗ ପଟଣକୁ ରାଜଧାନୀ କେବେ ଉଠି ଆସିଲା ତହିଁର ପ୍ରମାଣ ମିଳୁ ନାହିଁ। ଏଠାର ଶ୍ରୀକୂର୍ମ ମନ୍ଦିର ଗୋଟିଏ ପ୍ରସିଦ୍ଧ ତୀର୍ଥ। ଏଠାରେ ଜଣେ ଗୃହସ୍ଥର କୂଅ ଖୋଳାଯିବାବେଳେ ଭୂଗର୍ଭରୁ 6 ଖଣ୍ଡି ତାମ୍ର ଫଳକ ମିଳିଥିଲା। ସେଥିରୁ ଖଣ୍ଡିଏ ହଜିଛି ଓ 5 ଖଣ୍ଡି ବର୍ତ୍ତମାନ ମାନ୍ଦ୍ରାଜର ଯାଦୁଘରେ ରଖା ଯାଇଅଛି। ସେଥିରେ କଳିଙ୍ଗରାଜ ଗଙ୍ଗବଂଶୀୟ ଇନ୍ଦ୍ର- ବର୍ମା, ଅନନ୍ତବର୍ମାଙ୍କ ପୁତ୍ର ଦେବେନ୍ଦ୍ରବର୍ମା, ଦେବେନ୍ଦ୍ରଙ୍କ ପୁତ୍ର ସତ୍ୟବର୍ମା ଓ ଅନ୍ଯ ଜଣେ ନନ୍ଦପ୍ରଭଞ୍ଜନ ରାଜାଙ୍କର ଉଲ୍ଲେଖ ଅଛି। ଇନ୍ଦ୍ରବର୍ମାଙ୍କ ବଂଶଧର ଏହି ରାଜାମାନେ ସମ୍ଭବତଃ ଖ୍ରୀ 7 ମ ଶତାବ୍ଦୀର ପଳାତକ ବେଙ୍ଗୀ ବଂଶର ଗୋଟିଏ ଶାଖା। ଅନୁମିତ ହୁଏ ଯେ ଖ୍ରୀ 977 ରୁ 1004 ରେ ପୂର୍ବ ଚାଲୁକ୍ୟ ରାଜ୍ୟରେ ଅରାଜକତା ଉପସ୍ଥିତ ହେଲାରୁ ଏହି ରାଜବଂଶ ମସ୍ତକ ଉତ୍ତୋଳନ କରିଥିଲେ। ପରବର୍ତ୍ତୀକାଳରେ (ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀରେ) ଏ ସ୍ଥାନ ମୁସଲମାନଙ୍କ ଅଧିକାରରେ ଆସିଥିଲା ଓ ସେ ସମୟରେ ନିର୍ମିତ ଗୁଡ଼ିଏ ମସଜିଦ ଓ ସମାଧି ଏଠାରେ ଅଛି; ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀରେ ଏହା ବିଜୟ ନଗରର ହିନ୍ଦୁରାଜାଙ୍କ ଅଧିକାରରେ ଆସିଲା। ଏଠାରେ କେତେ ଗୁଡ଼ିଏ ପ୍ରାଚୀନ ବିଜୟ ସ୍ତମ୍ଭ ମଧ୍ୟ ଅଛି, ତହିଁର ସମୟ ନିର୍ଣ୍ଣୟ କରିବା କଠିନ—ବିଶ୍ୱକୋଷ।) — (ଦ୍ର—ଏହି ନଗର ଗଞ୍ଜାମ ଜିଲ୍ଲାର କୋଣରେ ଲଙ୍ଗୁଳିଆ ନଦୀ ଉପରେ ଅବସ୍ଥିତ ଏହା ପୂର୍ବେ କଳିଙ୍ଗ ରାଜାମାନଙ୍କ ରାଜଧାନୀ ଥିଲା ଓ ଏଠାରୁ ବଂଶଧାରା ନଦୀର ତଟବର୍ତ୍ତୀ କଳିଙ୍ଗ ପଟଣକୁ ରାଜଧାନୀ କେବେ ଉଠି ଆସିଲା ତହିଁର ପ୍ରମାଣ ମିଳୁ ନାହିଁ ଏଠାର ଶ୍ରୀକୂର୍ମ ମନ୍ଦିର ଗୋଟିଏ ପ୍ରସିଦ୍ଧ ତୀର୍ଥ ଏଠାରେ ଜଣେ ଗୃହସ୍ଥର କୂଅ ଖୋଳାଯିବାବେଳେ ଭୂଗର୍ଭରୁ6ଖଣ୍ଡି ତାମ୍ର ଫଳକ ମିଳିଥିଲା ସେଥିରୁ ଖଣ୍ଡିଏ ହଜିଛି ଓ5ଖଣ୍ଡି ବର୍ତ୍ତମାନ ମାନ୍ଦ୍ରାଜର ଯାଦୁଘରେ ରଖା ଯାଇଅଛି ସେଥିରେ କଳିଙ୍ଗରାଜ ଗଙ୍ଗବଂଶୀୟ ଇନ୍ଦ୍ର- ବର୍ମା, ଅନନ୍ତବର୍ମାଙ୍କ ପୁତ୍ର ଦେବେନ୍ଦ୍ରବର୍ମା, ଦେବେନ୍ଦ୍ରଙ୍କ ପୁତ୍ର ସତ୍ୟବର୍ମା ଓ ଅନ୍ଯ ଜଣେ ନନ୍ଦପ୍ରଭଞ୍ଜନ ରାଜାଙ୍କର ଉଲ୍ଲେଖ ଅଛି ଇନ୍ଦ୍ରବର୍ମାଙ୍କ ବଂଶଧର ଏହି ରାଜାମାନେ ସମ୍ଭବତଃ ଖ୍ରୀ7ମ ଶତାବ୍ଦୀର ପଳାତକ ବେଙ୍ଗୀ ବଂଶର ଗୋଟିଏ ଶାଖା ଅନୁମିତ ହୁଏ ଯେ ଖ୍ରୀ977ରୁ1004ରେ ପୂର୍ବ ଚାଲୁକ୍ୟ ରାଜ୍ୟରେ ଅରାଜକତା ଉପସ୍ଥିତ ହେଲାରୁ ଏହି ରାଜବଂଶ ମସ୍ତକ ଉତ୍ତୋଳନ କରିଥିଲେ ପରବର୍ତ୍ତୀକାଳରେ (ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀରେ) ଏ ସ୍ଥାନ ମୁସଲମାନଙ୍କ ଅଧିକାରରେ ଆସିଥିଲା ଓ ସେ ସମୟରେ ନିର୍ମିତ ଗୁଡ଼ିଏ ମସଜିଦ ଓ ସମାଧି ଏଠାରେ ଅଛି; ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀରେ ଏହା ବିଜୟ ନଗରର ହିନ୍ଦୁରାଜାଙ୍କ ଅଧିକାରରେ ଆସିଲା ଏଠାରେ କେତେ ଗୁଡ଼ିଏ ପ୍ରାଚୀନ ବିଜୟ ସ୍ତମ୍ଭ ମଧ୍ୟ ଅଛି, ତହିଁର ସମୟ ନିର୍ଣ୍ଣୟ କରିବା କଠିନ—ବିଶ୍ୱକୋଷ)