ଶ୍ରୀ ନଗର Ṡri nagara

  • ଦେ. ବି— (ନାମ) — କାଶ୍ମୀର ରାଜ୍ୟର ରାଜଧାନୀ — The capital of the state of kashmere
  • ଦେ. ବି— (ନାମ) — [ଦ୍ର—ସମୁଦ୍ର ପୃଷ୍ଠରୁ 5276 ଫୁଟ ଉଚ୍ଚ ପର୍ବତ ବକ୍ଷରେ ଏ ରାଜଧାନୀ ଅବସ୍ଥିତ। ଏ ନଗର ଯେଉଁ ଉପତ୍ୟକାରେ ଅବସ୍ଥିତ ତାକୁ — [ଦ୍ର—ସମୁଦ୍ର ପୃଷ୍ଠରୁ5276ଫୁଟ ଉଚ୍ଚ ପର୍ବତ ବକ୍ଷରେ ଏ ରାଜଧାନୀ ଅବସ୍ଥିତ ଏ ନଗର ଯେଉଁ ଉପତ୍ୟକାରେ ଅବସ୍ଥିତ ତାକୁHappy vally(ସୁଖମୟ ଉପତ୍ୟକା) ବୋଲାଯାଏ ଏ ରାଜଧାନୀ ସିନ୍ଧୁ ନଦୀର ଉପନଦୀ ଝେଲମ ନଦୀର ଉଭୟ ତୀରରେ ପ୍ରାୟ2ମାଇଲ୍ ବ୍ୟାପି ଅଛି ସହରରୁ ଏକ ଅଂଶରୁ ଅନ୍ଯ ଅଂଶକୁ ଯିବା ଆସିବା କରିବା ପାଇଁ ନଦୀ ପାରି ହେବାକୁ ଝେଲମ ନଦୀ ଉପରେ ସାତ ଗୋଟି ସେତୁ ଅଛି ଏଠାରେ ନଦୀ ଗର୍ଭର ବିସ୍ତୁତି ପ୍ରାୟ176ହାତ ଓ ଗ୍ରୀଷ୍ମକାଳରେ ନଦୀ ଜଳର ଗଭୀରତା ପ୍ରାୟ12ହାତ ନଦୀର ଉଭୟ ତୀରରେ ଚୂନ-ପଥର ଅଛି ଏ ନଗରର ଚାରି ଆଡ଼େ ପର୍ବତ ପାଦରେ ଜଳାଭୁମି ଥିବାରୁ ଏ ନଗରର ସ୍ୱାସ୍ଥ୍ୟ ମନ୍ଦ ଏ ନଗରର ଜନ ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ତହିଁ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ଅପେକ୍ଷା ମୁସଲମାନଙ୍କ ସଂଖ୍ୟା8ଗୁଣ ବେଶି ଏଠାରେ କୋଠାମାନ କାଠରେ ଗଢ଼ା ଓ ତ୍ରିତଳ, ଚତୁସ୍ତଳ କୋଠାର ଛାତମାନ ଏକ ଚାଳିଆ ଓ ତହିଁ ଉପରେ ମାଟି ବିଚ୍ଛା ହୋଇଅଛି ଏଠାରେ କାଶ୍ମୀର ମହାରାଜାଙ୍କ ରାଜ— ପ୍ରାସାଦ, ଦୁର୍ଗ, ତୋପ କାରଖାନା, ଟାଙ୍କଶାଳା, ଡାକ୍ତର— ଖାନା, ବିଦ୍ୟାଳୟ ଅଛି ଓ ଗୁଡ଼ିଏ ପ୍ରାଚୀନ ମନ୍ଦିର, ମସଜିତ ଓ ସମାଧି ଅଛି ଏହି ରାଜଧାନୀର ଅନତିଦୂରରେ ସମୁଦ୍ର ପୃଷ୍ଠ ଅପେକ୍ଷା6950ଫୁଟ ଉଚ୍ଚ ତଖତ-ଇ- ସୁଲେମାନ ନାମକ ପର୍ବତ ଉପରେ ଠିଆ ହେଲେ ସମୁଦାୟ ନଗରର ଦୃଶ୍ୟ ଦେଖାଯାଏ ଏ ପର୍ବତର ଶିଖରରେ ଗୋଟିଏ ପ୍ରସ୍ତର ନିର୍ମିତ ମନ୍ଦିର ଅଛି ଏହା ଖ୍ରୀଷ୍ଟପୂର୍ବ3ୟ ଶତାଦ୍ଦୀରେ ଅଶୋକଙ୍କ ପୁତ୍ର ଜଳୋକଙ୍କଦ୍ୱାରା ନିର୍ମିତ ହୋଇଥିଲା କାଳକ୍ରମେ ତାହା ମୁସଲମାନଙ୍କ ମସଜିଦରେ ପରିଣତ ହେଲା ଏବେ ହିନ୍ଦୁମାନେ ତାଙ୍କୁ ଶଙ୍କରାଚାର୍ଯ୍ୟଙ୍କ ମନ୍ଦିର ବୋଲି କହନ୍ତି ସହଚର ଉତ୍ତର ପ୍ରାନ୍ତରେ25ଫୁଟ୍ ଉଚ୍ଚ ହରି ପର୍ବତ ନାମକ ଗୋଟିଏ ସ୍ୱତନ୍ତ୍ର ଗଣ୍ଡ ଶ୍ରୈଳ ଉପରେ ଶ୍ରୀନଗର ଦୁର୍ଗ ଅଛି ମୋଗଲ ସମ୍ରାଟ ଆକବରଙ୍କ ଦ୍ୱାରା ଖ୍ରୀଷ୍ଟୟ1590ରେ ଏକ କୋଟି ଟଙ୍କା ବ୍ଯୟରେ ଏ ଦୁର୍ଗ ନିର୍ମିତ ହୋଇଥିଲା ନଗରର ଉତ୍ତର ପୂର୍ବାଂଶରେ ସୁପ୍ରସିଦ୍ଧ 'ଦାଲ' ହ୍ରଦ ଅଛି ଏଥିର ଜଳର ଗଭୀରତା10ଫୁଟ ଓ ଏଥିର ପୃଷ୍ଠରେ ଅନେକ ଗୁଡ଼ିଏ ଭାସମାନ ଉଦ୍ୟାନ ଅଛି କାଶ୍ମୀର ମହାରାଜାଙ୍କର ଜଣେ ରାଜ ପ୍ରତିନିଧି, ରାଜସ୍ୱ କମିସନର୍, ଚିଫ୍, କୋଟ୍ର ଜଣେ ଜଜ୍, ଜଣେ ଶାଲ ପରିଦର୍ଶକ, ଜଣେ ଦେବାନୀ ଜଜ୍ ଏଠାରେ ଥାଆନ୍ତି ଦେଶ ବିଦେଶରୁ ସହସ୍ର ସହସ୍ର ଭ୍ରମଣକାରୀ ଏ ନଗରର ଶୋଭା ଦେଖିବାକୁ ଆସନ୍ତି, ଓ ଏଠାରୁ କାଶ୍ମୀର ଜାତ ଶାଲ ଓ ଅନ୍ଯାନ୍ୟ ଦ୍ରବ୍ୟ କିଣି ନିଅନ୍ତି ମଧ୍ୟ ପ୍ରଦେଶର ନରସିଂହପୁର ଜିଲ୍ଲାରେ, ଅଯୋଧ୍ୟାର ଖେରୀ ଜିଲ୍ଲାରେ, ଯୁକ୍ତ ପ୍ରଦେଶର ଗଡ଼ବାଲ ଜିଲ୍ଲାରେ ଓ ହାମିରପୁର ଜିଲ୍ଲାରେ ଓ ବାଲିଆ ଜିଲ୍ଲାରେ ଏହି ନାମର ଗ୍ରାମ ଓ ନଗରମାନ ଅଛି (ବିଶ୍ୱକୋଷ)