ଶ୍ରାବସ୍ତୀ Ṡrābastī

  • ସଂ. ବି— (ନାମ)—[ଶ୍ରାବସ୍ତ+ ପ୍ରତିଷ୍ଠିତାର୍ଥେ. ଈ] — ଗୋଟିଏ ପ୍ରାଚୀନ ଜନପଦ ଓ ତହିଁର ରାଜଧାନୀ [ବିଶ୍ୱକୋଷ] — Name of an ancient kingdom and its capital
  • ସଂ. ବି— (ନାମ)—[ଶ୍ରାବସ୍ତ+ ପ୍ରତିଷ୍ଠିତାର୍ଥେ. ଈ] — [ଦ୍ର— ଅଯୋଧ୍ୟା ପ୍ରଦେଶର ଗୋଣ୍ଡା ଜିଲ୍ଲାର ରାପ୍ତୀ ନଦୀର ଦକ୍ଷିଣ କୂଳରେ ଅବସ୍ଥିତ 'ସେଟମହେଟ' ନାମକ ଗୋଟିଏ ଗଣ୍ଡ ଗ୍ରାମରେ ଶ୍ରାବସ୍ତୀର ଭଗ୍ନାବଶେଷ ଦେଖାଯାଏ। ଏକ ସମୟରେ ବୁଦ୍ଧଦେବ ଏଠାରେ କିଛିଦିନ ଅବସ୍ଥାନ କରି ଥିଲେ। ଏହା ବୈଦ୍ଧମାନଙ୍କର ଗୋଟିଏ ପ୍ରସିଦ୍ଧ ତୀର୍ଥ। ପଣ୍ଡିତମାନେ ସ୍ଥିର କରିଅଛନ୍ତି ଯେ ବଳରାମପୁର ରାଜଧାନୀର 10 ମାଇଲ୍ ଦୂରରେ ସେଟମହେଟ ନାମକ କ୍ଷୁଦ୍ର ଗ୍ରାମର ଅଦୂରେ ନଦୀର ଅପର ତୀରରେ ପ୍ରାଚୀନ ଶ୍ରାବସ୍ତୀ ନଗର ବିଦ୍ଯମାନ ଥିଲା। ହରିବଂଶରେ ଲେଖା ଅଛି ଯେ ସୂର୍ଯ୍ୟ— ବଂଶୀୟ ରାଜା ଯୁବନାଶ୍ୱଙ୍କ ପୌତ୍ର ଓ ଶ୍ରାବରାଜାଙ୍କ ପୁତ୍ର ଶ୍ରାବସ୍ତ ଏ ନଗର ବସାଇଥିଲେ। ବିଷ୍ଣୁ ପୁରାଣ, ମହାଭାରତ, ପାଣିନି ଓ ଭାଗବତରେ ଏ ନଗରର ଉଲ୍ଲେଖ ଅଛି। 'ତ୍ରିକାଣ୍ଡ ଶେଷ' ଗ୍ରନ୍ଥରେ ଶ୍ରାବସ୍ତୀର ଅପର ନାମ ଧର୍ମ- ପତ୍ତନ ଥିବା ଲେଖା ଅଛି। ବାସବଦତ୍ତା ଆଦିରେ ଏ ନଗରର ଓ ଏ ନଗରରେ ପ୍ରବାହିତ ରାପ୍ତୀ ନଦୀର ନାମ ଐରାବତୀ ଥିବା ଲେଖା ଅଛି। ରାମାୟଣରେ ଦେଖାଯାଏ ଯେ, ଏ ନଗର ଉତ୍ତର କୋଶଳର ରାଜଧାନୀ ଥିଲା ଓ ରାମଚନ୍ଦ୍ର ମୃତ୍ୟୁକାଳରେ ଏ ଜନପଦ ଲବଙ୍କୁ ଦେଇ ଯାଇଥିଲେ। ବୁଦ୍ଧଦେବଙ୍କ ସମୟରେ [ଖ୍ରୀଷ୍ଟପୂର୍ବ 6 ଷ୍ଠ ଶତାବ୍ଦୀରେ] ଶ୍ରାବସ୍ତୀର ଦକ୍ଷିଣରେ ସାଂକେତ [ଅଯୋଧ୍ୟା], ପୂର୍ବେ ବୈଶାଳୀ (ବନାରସ ଓ ବିହାର) ଥିଲା। ସେ ସମୟରେ ଏ ନଗର ବାଣିଜ୍ୟ ଶୌଧାଦି ଯୋଗୁଁ ଖୁବ୍ ସମୃଦ୍ଧିମନ୍ତ ଥିଲା। ଚୀନପରିବ୍ରାଜକ ଫାହିଆନ୍ ଖ୍ରୀଷ୍ଟୀୟ 5 ମ ଶତାବ୍ଦୀର ପ୍ରାରମ୍ଭରେ ଭାରତକୁ ଆସିଥିଲେ ଓ ସେ ଏଠାରେ ଥିବା ମଠ, ସଂଘାରାମ ଓ ଅଟ୍ଟାଳିକାମାନ ଧ୍ୱଂସ ମୁଖରେ ପଡ଼ି- ଥିବା ଦେଖିଥିଲେ। କିନ୍ତୁ 150 ବର୍ଷ ପରେ ଚୀନପରିବ୍ରାଜକ ହୁଏନ୍ସାଙ୍କ ଭାରତକୁ ଆସିବା ସମୟରେ ଏ ନଗରର ଅଟ୍ଟାକିଳା- ମାନ ସମ୍ପୂର୍ଣ୍ଣ ବିଧ୍ୱସ୍ତ ହୋଇଥିଲା। ବହୁକାଳ ପୂର୍ବେ ଏଠାରେ ଜୈନଧର୍ମ ପ୍ରବଳ ଥିଲା; ବୁଦ୍ଧଙ୍କ ଆବିର୍ଭାବ ପରେ ବୌଦ୍ଧ ଧର୍ମର ପ୍ରାଧାନ୍ୟ ସ୍ଥାପିତ ହେଲା ଓ ତତ୍ପରେ ହିନ୍ଦୁଧର୍ମର ପ୍ରାଧାନ୍ୟ ହେଲା। ମହମ୍ମଦଘୋରୀଙ୍କ ଭାରତ ବିଜୟ (ଖ୍ରୀ. ଦ୍ୱାଦଶ ଶତାବ୍ଦୀ) ପରେ ଇତିହାସରେ ଶ୍ରାବସ୍ତୀର ନାମୋ- ଲ୍ଲେଖ ଦେଖାଯାଏ ନାହିଁ— ବିଶ୍ୱକୋଷ।] — [ଦ୍ର— ଅଯୋଧ୍ୟା ପ୍ରଦେଶର ଗୋଣ୍ଡା ଜିଲ୍ଲାର ରାପ୍ତୀ ନଦୀର ଦକ୍ଷିଣ କୂଳରେ ଅବସ୍ଥିତ 'ସେଟମହେଟ' ନାମକ ଗୋଟିଏ ଗଣ୍ଡ ଗ୍ରାମରେ ଶ୍ରାବସ୍ତୀର ଭଗ୍ନାବଶେଷ ଦେଖାଯାଏ ଏକ ସମୟରେ ବୁଦ୍ଧଦେବ ଏଠାରେ କିଛିଦିନ ଅବସ୍ଥାନ କରି ଥିଲେ ଏହା ବୈଦ୍ଧମାନଙ୍କର ଗୋଟିଏ ପ୍ରସିଦ୍ଧ ତୀର୍ଥ ପଣ୍ଡିତମାନେ ସ୍ଥିର କରିଅଛନ୍ତି ଯେ ବଳରାମପୁର ରାଜଧାନୀର10ମାଇଲ୍ ଦୂରରେ ସେଟମହେଟ ନାମକ କ୍ଷୁଦ୍ର ଗ୍ରାମର ଅଦୂରେ ନଦୀର ଅପର ତୀରରେ ପ୍ରାଚୀନ ଶ୍ରାବସ୍ତୀ ନଗର ବିଦ୍ଯମାନ ଥିଲା ହରିବଂଶରେ ଲେଖା ଅଛି ଯେ ସୂର୍ଯ୍ୟ— ବଂଶୀୟ ରାଜା ଯୁବନାଶ୍ୱଙ୍କ ପୌତ୍ର ଓ ଶ୍ରାବରାଜାଙ୍କ ପୁତ୍ର ଶ୍ରାବସ୍ତ ଏ ନଗର ବସାଇଥିଲେ ବିଷ୍ଣୁ ପୁରାଣ, ମହାଭାରତ, ପାଣିନି ଓ ଭାଗବତରେ ଏ ନଗରର ଉଲ୍ଲେଖ ଅଛି 'ତ୍ରିକାଣ୍ଡ ଶେଷ' ଗ୍ରନ୍ଥରେ ଶ୍ରାବସ୍ତୀର ଅପର ନାମ ଧର୍ମ- ପତ୍ତନ ଥିବା ଲେଖା ଅଛି ବାସବଦତ୍ତା ଆଦିରେ ଏ ନଗରର ଓ ଏ ନଗରରେ ପ୍ରବାହିତ ରାପ୍ତୀ ନଦୀର ନାମ ଐରାବତୀ ଥିବା ଲେଖା ଅଛି ରାମାୟଣରେ ଦେଖାଯାଏ ଯେ, ଏ ନଗର ଉତ୍ତର କୋଶଳର ରାଜଧାନୀ ଥିଲା ଓ ରାମଚନ୍ଦ୍ର ମୃତ୍ୟୁକାଳରେ ଏ ଜନପଦ ଲବଙ୍କୁ ଦେଇ ଯାଇଥିଲେ ବୁଦ୍ଧଦେବଙ୍କ ସମୟରେ [ଖ୍ରୀଷ୍ଟପୂର୍ବ6ଷ୍ଠ ଶତାବ୍ଦୀରେ] ଶ୍ରାବସ୍ତୀର ଦକ୍ଷିଣରେ ସାଂକେତ [ଅଯୋଧ୍ୟା], ପୂର୍ବେ ବୈଶାଳୀ (ବନାରସ ଓ ବିହାର) ଥିଲା ସେ ସମୟରେ ଏ ନଗର ବାଣିଜ୍ୟ ଶୌଧାଦି ଯୋଗୁଁ ଖୁବ୍ ସମୃଦ୍ଧିମନ୍ତ ଥିଲା ଚୀନପରିବ୍ରାଜକ ଫାହିଆନ୍ ଖ୍ରୀଷ୍ଟୀୟ5ମ ଶତାବ୍ଦୀର ପ୍ରାରମ୍ଭରେ ଭାରତକୁ ଆସିଥିଲେ ଓ ସେ ଏଠାରେ ଥିବା ମଠ, ସଂଘାରାମ ଓ ଅଟ୍ଟାଳିକାମାନ ଧ୍ୱଂସ ମୁଖରେ ପଡ଼ି- ଥିବା ଦେଖିଥିଲେ କିନ୍ତୁ150ବର୍ଷ ପରେ ଚୀନପରିବ୍ରାଜକ ହୁଏନ୍ସାଙ୍କ ଭାରତକୁ ଆସିବା ସମୟରେ ଏ ନଗରର ଅଟ୍ଟାକିଳା- ମାନ ସମ୍ପୂର୍ଣ୍ଣ ବିଧ୍ୱସ୍ତ ହୋଇଥିଲା ବହୁକାଳ ପୂର୍ବେ ଏଠାରେ ଜୈନଧର୍ମ ପ୍ରବଳ ଥିଲା; ବୁଦ୍ଧଙ୍କ ଆବିର୍ଭାବ ପରେ ବୌଦ୍ଧ ଧର୍ମର ପ୍ରାଧାନ୍ୟ ସ୍ଥାପିତ ହେଲା ଓ ତତ୍ପରେ ହିନ୍ଦୁଧର୍ମର ପ୍ରାଧାନ୍ୟ ହେଲା ମହମ୍ମଦଘୋରୀଙ୍କ ଭାରତ ବିଜୟ (ଖ୍ରୀ. ଦ୍ୱାଦଶ ଶତାବ୍ଦୀ) ପରେ ଇତିହାସରେ ଶ୍ରାବସ୍ତୀର ନାମୋ- ଲ୍ଲେଖ ଦେଖାଯାଏ ନାହିଁ— ବିଶ୍ୱକୋଷ]