ଶୌରୀନ୍ଦ୍ର ମୋହନ ଠାକୁର Ṡa̲u̲rīndra mohana ṭhākura

  • ଦେ. ବି (ନାମ) — କଲିକତାର ଜନୈକ ସ୍ୱର୍ଗୀୟ ବିଖ୍ୟାତ ଧନୀ ଜମିଦାର — Name of a late rich Zamindar of Calcutta
  • ଦେ. ବି (ନାମ) — [ଦ୍ର— ଏ ହରକୁମାର ଠାକୁରଙ୍କ ପୁତ୍ର ଓ ମହାରାଜା ସର୍ ଯତୀନ୍ଦ୍ରମୋହନ ଠାକୁରଙ୍କ ପିତା। ଏ ଇଂରାଜ ସରକାରଙ୍କ ଠାରୁ ରାଜା, ସର୍, ଓ ସି. ଆଇ. ଇ. ଉପାଧି ପାଇଥିଲେ। ଏ 24 ବର୍ଷ ବୟସରୁ ବଙ୍ଗ ଭାଷାରେ ପାଠ୍ୟ- ପୁସ୍ତକ, ଅନୁବାଦ ଓ ସଙ୍ଗୀତ ବିଷୟରେ ଅନେକ ପୁସ୍ତକ ରଚନା କରି ଓ ହିନ୍ଦୁ ସଙ୍ଗୀତଶିକ୍ଷାକୁ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ କରି ଜଗତରେ ଯଶସ୍ୱୀ ହୋଇଅଛନ୍ତି। ସଙ୍ଗୀତ ଓ ବାଦ୍ୟ ବିଦ୍ଯା ଶିକ୍ଷାର୍ଥ ଏ କଲିକତାର 'ସଙ୍ଗୀତ ବିଦ୍ଯା— ଳୟ' — [ଦ୍ର— ଏ ହରକୁମାର ଠାକୁରଙ୍କ ପୁତ୍ର ଓ ମହାରାଜା ସର୍ ଯତୀନ୍ଦ୍ରମୋହନ ଠାକୁରଙ୍କ ପିତା ଏ ଇଂରାଜ ସରକାରଙ୍କ ଠାରୁ ରାଜା, ସର୍, ଓ ସି. ଆଇ. ଇ. ଉପାଧି ପାଇଥିଲେ ଏ24ବର୍ଷ ବୟସରୁ ବଙ୍ଗ ଭାଷାରେ ପାଠ୍ୟ- ପୁସ୍ତକ, ଅନୁବାଦ ଓ ସଙ୍ଗୀତ ବିଷୟରେ ଅନେକ ପୁସ୍ତକ ରଚନା କରି ଓ ହିନ୍ଦୁ ସଙ୍ଗୀତଶିକ୍ଷାକୁ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ କରି ଜଗତରେ ଯଶସ୍ୱୀ ହୋଇଅଛନ୍ତି ସଙ୍ଗୀତ ଓ ବାଦ୍ୟ ବିଦ୍ଯା ଶିକ୍ଷାର୍ଥ ଏ କଲିକତାର 'ସଙ୍ଗୀତ ବିଦ୍ଯା— ଳୟ'Academy of musicସ୍ଥାପନ କରିଥିଲେ ଏହାଙ୍କ ଅମଳରୁ ବଙ୍ଗଦେଶରେ ଲୁପ୍ତପ୍ରାୟ ହିନ୍ଦୁସଙ୍ଗୀତର ଧାରାବାହିକ ଚର୍ଚ୍ଚା ଆରବ୍ଧ ହେଲା ଏଥୁଯୋଗୁଁ ସଭ୍ୟ ଜଗତର ଅନେକ ରାଜା, ସାହିତ୍ୟସମାଜ ଓ ବିଶ୍ୱବିଦ୍ୟାଳୟ ଏହାଙ୍କୁ ନାନା ଉପାଧି ଓ ପ୍ରଶଂସାପତ୍ର ଦ୍ୱାରା ସମ୍ମାନିତ କରିଥିଲେ; ଏମନ୍ତ କି, ଆମେରିକାର 'ଫିଲାଡେଲ୍ଫିୟା' ବିଶ୍ୱବିଦ୍ୟାଳୟ ଓ ବିଲାତର 'ଅକ୍ସ୍ଫୋଡ଼୍' ବିଶ୍ୱବିଦ୍ୟାଳୟ ଏହାଙ୍କୁ 'ସଙ୍ଗୀତ ବିଶାରଦ'Doctor of musicଉପାଧିଦ୍ୱାରା ଭୂଷିତ କରିଥିଲେ ଏ ନିଜେ ମଧ୍ୟ ପ୍ରସିଦ୍ଧ ସୁବାଦକ, ନାଟ୍ୟକଳାଭିଜ୍ଞ ଥିଲେ ଓ ବଙ୍ଗୀୟ ଓ ହିନ୍ଦୁସ୍ଥାନୀ ସଙ୍ଗୀତର ଅନେକ 'ଘତ୍' ରଚନା କରିଥିଲେ ଏହାଙ୍କ ରଚିତ ଓ ପ୍ରକାଶିତ ଗ୍ରନ୍ଥସଂଖ୍ୟା ପଞ୍ଚାଶତ୍ ହେବ ଏ ମଧ୍ୟ 'ମଣିକଳା' ନାମକ ରତ୍ନ ପରିଚୟ ବିଷୟରେ ପ୍ରାମାଣିକ ଗ୍ରନ୍ଥ ରଚନା କରିଥିଲେ]