ଶୃଙ୍ଖଳା Ṡṛuṅkhaḻā

  • ସଂ. ବି (ଶୃଙ୍ଖଳ+ଆ) — ଶୃଙ୍ଖଳ (ଦେଖ) — Ṡṛuṅkhaḻa. (See)
  • ସଂ. ବି (ଶୃଙ୍ଖଳ+ଆ) — (ଉ—ପଦ ଶୃଙ୍ଖଳା କଟିମେଖଳା, ଆଦି ଶୃଙ୍ଖଳା ମଣି—ଭଞ୍ଜ, ପ୍ରେମ ସୁଧାନିଧି।]
  • ସଂ. ବି (ଶୃଙ୍ଖଳ+ଆ) — ରୀତି; ନିୟମ; ଧାରା — Rule; system
  • ସଂ. ବି (ଶୃଙ୍ଖଳ+ଆ) — ଲେଖାରେ ବନ୍ଧନୀ ଚିହ୍ନ; ଯଥା — (). { }; []— . Parenthesis; brackets
  • ସଂ. ବି (ଶୃଙ୍ଖଳ+ଆ) — ହସ୍ତୀର ପଦ— ବନ୍ଧନକାରୀ ଶିକୁଳି — Chain for chaining the feet of an elephant
  • ସଂ. ବି (ଶୃଙ୍ଖଳ+ଆ) — ଅଳଙ୍କାର— ବିଶେଷ — A kind of ornament
  • ସଂ. ବି (ଶୃଙ୍ଖଳ+ଆ) — ରଚନାରେ ଅକ୍ଷର ନିୟମରକ୍ଷାବିଶେଷ, ଯହିଁରେ ପୂର୍ବବର୍ତ୍ତୀ ପଦର ଶେଷବର୍ଣ୍ଣଚୟ ସଙ୍ଗେ ପରବର୍ତ୍ତୀ ପଦର ଆଦ୍ୟବର୍ଣ୍ଣଚୟର ସମାନତା ଥାଏ — The observance of regular sequence of certain letters in a writing; continuous alliteration
  • ସଂ. ବି (ଶୃଙ୍ଖଳ+ଆ) — (ଯଥା—ଯମକ, ଯୋଡ଼ି ଯମକ, ବା ଯୁଗ୍ମ ଯମକ, ସମଗ୍ର ଯମକ ବା ସର୍ବଯମକ, ଆଦ୍ୟଯମକ, ପ୍ରାନ୍ତଯମକ)
  • ସଂ. ବି (ଶୃଙ୍ଖଳ+ଆ) — [ଦ୍ର— ପ୍ରାଚୀନ କବି ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର ଆଦିଙ୍କ ରଚିତ ବାକ୍ୟ ଓ ଗ୍ରନ୍ଥମାନଙ୍କରେ 'ଶୃଙ୍ଖଳା'ର ଅନେକ ଉଦାହରଣ ଦେଖାଯାଏ।
  • ସଂ. ବି (ଶୃଙ୍ଖଳ+ଆ) — ଉଦାହରଣସ୍ୱରୁପ ଉପେନ୍ଦ୍ରଭଞ୍ଜଙ୍କ ରସିକହାରାବଳିର 7 ମ ଛନ୍ଦରେ ପ୍ରାନ୍ତଯମକ ଗୋମୂତ୍ର ଶୃଙ୍ଖଳା— "ଦରଚୟ ହର ଧୀର ପ୍ରଶଂସାର, ସାର ଆୟକର କର ଏ ସଂସାର ସାର ସାରସତ ଗତି ହେ କୁମାର ମାର ପରାଶତ ଅତି ସୁକୁମାର। — ଉଦାହରଣସ୍ୱରୁପ ଉପେନ୍ଦ୍ରଭଞ୍ଜଙ୍କ ରସିକହାରାବଳିର7ମ ଛନ୍ଦରେ ପ୍ରାନ୍ତଯମକ ଗୋମୂତ୍ର ଶୃଙ୍ଖଳା— "ଦରଚୟ ହର ଧୀର ପ୍ରଶଂସାର, ସାର ଆୟକର କର ଏ ସଂସାର ସାର ସାରସତ ଗତି ହେ କୁମାର ମାର ପରାଶତ ଅତି ସୁକୁମାର
  • ସଂ. ବି (ଶୃଙ୍ଖଳ+ଆ) — ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିଦଗ୍ଧଚିନ୍ତାମଣିର 33 ଛାନ୍ଦ ଓ 34 ଛାନ୍ଦମାନ 'ଶୃଙ୍ଖଳା'ର ଉଦାହରଣମାନଙ୍କରେ ପୂର୍ଣ୍ଣ। ଯଥା— ଶୃଙ୍ଖଳା ସିଂହାବଲୋଚନ— "କଞ୍ଜଚନ୍ଦ୍ର ଦରପଣ ବଦନ ରଞ୍ଜନ ଜନହର ଜନକବର ପରସନ ସନକମନ ବଶକ ସଦନତ ହସ ହଂସ ଗମନି ରଖଲ ଦର୍ଶନ ତରସ।" ମଣ୍ଡୂକ ପ୍ଳୁତ ଶୃଙ୍ଖଳା— "ବର ବାରଣ ଗମନା ମନାଉଛି ଅନା ଅନାୟତରେ ସୁମୁହିଁ ମୁହିଁ ତ ବିମନା, "ମନାକ କରୁଣା କର କରକ ଦଶନା, ସନାଥ ହେବି ନିରତ ରତ ପାଇ ସିନା।' ଗଙ୍ଗା ସ୍ରୋତ ଶୃଙ୍ଖଳା— "ବର ରସ ଶର ରସା ସାର ରସ ସହି, ହିତତ ସେ ସେବିବି ଭୀ, ଭୀ, ବିବତ ତହିଁ। ହୀନ ନର ରସ ସଦା ଦାସ ସଦା ଦାହି, ହିତେ ତେବେ ବେଶେ ସେବି ବୀର ରସେ ସେହି।" ସର୍ବାଙ୍ଗ ପାଦ ଶୃଙ୍ଖଳା— "ଶାରଙ୍ଗ ରଙ୍ଗ ତ ଗତରୁ ତୁରୁଣୀ ଋଣୀ ବିତପତପତି ପରମ ରମଣୀମଣି, ଧନୀର ନିରତରତ ରତର କରକ, ବିହିତ ହିତହିଁ ତହିଁର ହୀର କରଙ୍କ।"] — ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିଦଗ୍ଧଚିନ୍ତାମଣିର33ଛାନ୍ଦ ଓ34ଛାନ୍ଦମାନ 'ଶୃଙ୍ଖଳା'ର ଉଦାହରଣମାନଙ୍କରେ ପୂର୍ଣ୍ଣ ଯଥା— ଶୃଙ୍ଖଳା ସିଂହାବଲୋଚନ— "କଞ୍ଜଚନ୍ଦ୍ର ଦରପଣ ବଦନ ରଞ୍ଜନ ଜନହର ଜନକବର ପରସନ ସନକମନ ବଶକ ସଦନତ ହସ ହଂସ ଗମନି ରଖଲ ଦର୍ଶନ ତରସ" ମଣ୍ଡୂକ ପ୍ଳୁତ ଶୃଙ୍ଖଳା— "ବର ବାରଣ ଗମନା ମନାଉଛି ଅନା ଅନାୟତରେ ସୁମୁହିଁ ମୁହିଁ ତ ବିମନା, "ମନାକ କରୁଣା କର କରକ ଦଶନା, ସନାଥ ହେବି ନିରତ ରତ ପାଇ ସିନା' ଗଙ୍ଗା ସ୍ରୋତ ଶୃଙ୍ଖଳା— "ବର ରସ ଶର ରସା ସାର ରସ ସହି, ହିତତ ସେ ସେବିବି ଭୀ, ଭୀ, ବିବତ ତହିଁ ହୀନ ନର ରସ ସଦା ଦାସ ସଦା ଦାହି, ହିତେ ତେବେ ବେଶେ ସେବି ବୀର ରସେ ସେହି" ସର୍ବାଙ୍ଗ ପାଦ ଶୃଙ୍ଖଳା— "ଶାରଙ୍ଗ ରଙ୍ଗ ତ ଗତରୁ ତୁରୁଣୀ ଋଣୀ ବିତପତପତି ପରମ ରମଣୀମଣି, ଧନୀର ନିରତରତ ରତର କରକ, ବିହିତ ହିତହିଁ ତହିଁର ହୀର କରଙ୍କ"]