ଶୂଳ ରୋଗ Ṡūḻa roga

  • ସଂ. ବି — ପେଟମରା; ପେଟଟଣା ରୋଗ — Colic; griping pain in the stomach
  • ସଂ. ବି — [ଦ୍ର— ଏହାଦ୍ୱାରା ଉଦର ମଧ୍ୟରେ ଶୂଳଦ୍ୱାରା କେଞ୍ଚିଲା ପରି ବେଦନା ଜଣାଯିବାରୁ ଏହାକୁ ଶୂଳରୋଗ କହନ୍ତି।
  • ସଂ. ବି — ବୈଦ୍ୟଶାସ୍ତ୍ର ଅନୁସାରେ ଶୂଳରୋଗ 10 ପ୍ରକାର ଯଥା—ବାତଜ, ପିତ୍ତଜ, ଶ୍ଳେଷ୍ମଜ, ବାତପିତ୍ତଜ, ବାତ— ଶ୍ଳେଷ୍ମଜ, ପିତ୍ତ ଶ୍ଳେଷ୍ମଜ, ସନ୍ନିପାତଜ, ଆମଦୋଷଜ, ପରିମାଣ ଶୂଳ, ଓ ଅନ୍ନଦ୍ରବଶୂଳ। ସମସ୍ତ ପ୍ରକାର ଶୂଳରୋଗ ଅତୀବ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ। ପରିମାଣ ଶୂଳକୁ ମଧ୍ୟ ବାତପିତ୍ତଜ ଶୂଳ ବୋଲାଯାଇ ପାରେ। ବାତଜଶୂଳରେ ଛାତି, ପାର୍ଶ୍ୱଦ୍ୱୟ, କଙ୍କାଳ, ପୃଷ୍ଠ, କଟି ଓ ବସ୍ତିଦେଶମାନ ଖେଞ୍ଚି ହୁଏ ଓ ଛୁଞ୍ଚି ମାରିଲା ପରି ଜଣାଯାଏ। ଶୂଳ ରୋଗରେ ସାଧାରଣତଃ ମଳମୂତ୍ର, ଅଧୋବାୟୁ ଆଦିର ନିରୋଧ ଘଟେ। ଶୁଣ୍ଠି, ହେଙ୍ଗୁ, ପଞ୍ଚଲବଣ, ମରିଚ ଶୂଳରୋଗ ପ୍ରତି ଉପକାରକ; ବମନ ଓ ବିରେଚନରେ ମଧ୍ୟ ଏ ରୋଗର ଉପଶମ ହୁଏ।] — ବୈଦ୍ୟଶାସ୍ତ୍ର ଅନୁସାରେ ଶୂଳରୋଗ10ପ୍ରକାର ଯଥା—ବାତଜ, ପିତ୍ତଜ, ଶ୍ଳେଷ୍ମଜ, ବାତପିତ୍ତଜ, ବାତ— ଶ୍ଳେଷ୍ମଜ, ପିତ୍ତ ଶ୍ଳେଷ୍ମଜ, ସନ୍ନିପାତଜ, ଆମଦୋଷଜ, ପରିମାଣ ଶୂଳ, ଓ ଅନ୍ନଦ୍ରବଶୂଳ ସମସ୍ତ ପ୍ରକାର ଶୂଳରୋଗ ଅତୀବ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ ପରିମାଣ ଶୂଳକୁ ମଧ୍ୟ ବାତପିତ୍ତଜ ଶୂଳ ବୋଲାଯାଇ ପାରେ ବାତଜଶୂଳରେ ଛାତି, ପାର୍ଶ୍ୱଦ୍ୱୟ, କଙ୍କାଳ, ପୃଷ୍ଠ, କଟି ଓ ବସ୍ତିଦେଶମାନ ଖେଞ୍ଚି ହୁଏ ଓ ଛୁଞ୍ଚି ମାରିଲା ପରି ଜଣାଯାଏ ଶୂଳ ରୋଗରେ ସାଧାରଣତଃ ମଳମୂତ୍ର, ଅଧୋବାୟୁ ଆଦିର ନିରୋଧ ଘଟେ ଶୁଣ୍ଠି, ହେଙ୍ଗୁ, ପଞ୍ଚଲବଣ, ମରିଚ ଶୂଳରୋଗ ପ୍ରତି ଉପକାରକ; ବମନ ଓ ବିରେଚନରେ ମଧ୍ୟ ଏ ରୋଗର ଉପଶମ ହୁଏ]