ଶୂର୍ପଣଖା Ṡūrpaṇakhā
- ସଂ. ବି. ସ୍ତ୍ରୀ—(ବହୁବ୍ରୀହି; ଶୂର୍ପପରି ନଖ ଯାହାର; ଶୂର୍ପ+ନଖ+ଆ; ଈ) — ରାବଣର ଭଗ୍ନୀ — Name of the sister of Rābaṇa
- ସଂ. ବି. ସ୍ତ୍ରୀ—(ବହୁବ୍ରୀହି; ଶୂର୍ପପରି ନଖ ଯାହାର; ଶୂର୍ପ+ନଖ+ଆ; ଈ) — [ଦ୍ର—ଏ ମୁନିବର ବିଶ୍ରବାଙ୍କ ଔରସରେ କୌସସା ରାକ୍ଷସୀ ଗର୍ଭରୁ ଜନ୍ନିଥିଲା ଓ କାମରୂପିଣୀ ଥିଲା। ଏହାର ଅବୟବ ଜଳନ୍ତା ଅଙ୍ଗାର ପରି ରକ୍ତବର୍ଣ୍ଣ ଦିଶୁ ଥାଏ। କାଳକେୟ ବଂଶୀୟ ଦୈତ୍ୟ ବିଦ୍ୟୁଜ୍ଜ୍ୱିହ୍ୱ ସଙ୍ଗେ ଏହାର ବିବାହ ହୋଇଥିଲା। ରାବଣ ଦିଗ୍ବିଜୟ କରିବାକୁ ବାହାରି ଭ୍ରମରେ ବିଦ୍ୟୁଜ୍ଜ୍ୱିହ୍ୱକୁ ବଧ କରିବାରୁ ଶୂର୍ପଣଖା ବିଧବା ହେଲା। ଅତଃପର ରାବଣ ଏହାକୁ ଦଣ୍ଡକାରଣ୍ୟରେ ଯଥେଛ ବିଚରଣ କରିବାକୁ ଅନୁମତି ଦେଇ ସୈନ୍ୟ ସହ ଖର ଓ ଦୂଷଣ ନାମକ ଦୁଇ— ଜଣ ସେନାପତିଙ୍କୁ ଏହାର ରକ୍ଷାର୍ଥ ନିଯୁକ୍ତ କରିଥିଲା। ରାମ ଓ ଲକ୍ଷଣ ଖର ଦୂଷଣଙ୍କୁ ପରାଜିତ କଲେ ଓ ଏ ରାମଚନ୍ଦ୍ରଙ୍କୁ ସ୍ୱାମୀରୂପେ ପାଇବାକୁ ପ୍ରାର୍ଥନା କରିବାକୁ ଓ ସୀତାଙ୍କୁ ଖାଇବାକୁ ବସିବାରୁ ରାମଙ୍କ ଆଦେଶକ୍ରମେ ଲକ୍ଷ୍ମଣ ଏହାର ନାକ କାନ କାଟି ପକାଇଲେ ଓ ଏ ଲଙ୍କାକୁ ଫେରି ଆସି ସୀତାଙ୍କୁ ହରଣ କରିବା ପାଇଁ ରାବଣକୁ ପ୍ରବର୍ତ୍ତାଇଲା।]