ଶୂକଶିମ୍ବୀ Ṡūka ṡimbī

  • ସଂ ବି [ଶୂକଯୁକ୍ତା ଶିମ୍ବୀ ମ. ପ. ଲୋ] — ବାଇଢଙ୍କ; ଶିମ୍ବ ଜାତୀୟ ଶୂକମୟ ବନ୍ୟ ଲତା ଫଳ ବିଶେଷ — Cowhage Macuna Pruriens
  • ସଂ ବି [ଶୂକଯୁକ୍ତା ଶିମ୍ବୀ ମ. ପ. ଲୋ] — [ଦ୍ର—ଏହାର ଛୁଇଁଯାକ ତୀକ୍ଷ୍ଣ ଲୋମରେ ଆବୃତ। ଗ୍ରୀଷ୍ମକାଳରେ ଏହି ଫଳ ପୋଖତ ହେଲେ ଏହି ଛୁଇଁଦେହରୁ ତୀକ୍ଷ୍ଣ ଲୋମଗୁଡ଼ିକ ଉଡ଼ିଆସି ମନୁଷ୍ୟ ଦେହରେ ଲାଗେ ଓ ଲୋମ— କୂପରେ ପ୍ରବେଶ କରି ବିଶେଷ କଣ୍ଡୁ, ଫୁଲା ଓ ବ୍ଯଥା ଜନ୍ମାଏ। କିନ୍ତୁ ଏଥିର ବୀଜ ଅତ୍ୟନ୍ତ ଶୁକ୍ରବର୍ଦ୍ଧକ ଓ ରତିଶକ୍ତି— ବର୍ଦ୍ଧକ। ଏହା ମଧୁରତିକ୍ତରସ, ବଳକର, ମାଂସବର୍ଦ୍ଧକ, ଶୁକ୍ରଜନକ ଓ ତ୍ରିଦୋଷନାଶକ, ବାୟୁର ଶାନ୍ତିକାରକ ଓ ରକ୍ତଦୋଷନିବାରକ।]