ଶୁଧସୁଆର Ṡudhasuāra

  • ଦେ. ବି (ସଂ. ଶୁଦ୍ର ଓ ସୂପକାରରୁ) ପୁରୀ ଜଗନ୍ନାଥ ମହାପ୍ରଭୂଙ୍କ ଶୂଦ୍ର ସେବକ ବିଶେଷ — A class of Ṡūdra Sebakas of the Deity Jagannātha at Puri
  • ଦେ. ବି (ସଂ. ଶୁଦ୍ର ଓ ସୂପକାରରୁ) [ଦ୍ର—ଜଗନ୍ନାଥଙ୍କୁ ପ୍ରଥମେ ଜଙ୍ଗଲରୁ ଆଣିଥିବା ବିଦ୍ୟାପତି ବ୍ରାହ୍ମଣ ଓ ତତ୍ପୂର୍ବେ ଜଗନ୍ନାଥଙ୍କୁ ଜଙ୍ଗଲରେ ପୂଜା କରୁଥିବା ଶବର କନ୍ୟାର ଏମାନେ ବଂଶଧର ଅଟନ୍ତି। ଏମାନେ ସ୍ନାନ ପୂର୍ଣ୍ଣିମା ପରେ ଜଗନ୍ନାଥଙ୍କ ଦେହରେ ଲେପ ଲଗାଇବା ପାଇଁ ଚାଉଳର ଖଳି ରାନ୍ଧନ୍ତି। ଖଳି ରାନ୍ଧିବା ଯୋଗୁଁ ଏମାନେ 'ସୁପକାର' ବା 'ସୁଆର' ଓ ବ୍ରାହ୍ମଣ ଔରସରେ ଶବରୁଣୀ ଗର୍ଭରୁ ଜାତ ହୋଇ ଥିବାରୁ 'ଶୂଦ୍ର' ନାମରେ ଅଭିହିତ]