ଶୁଦ୍ଧ ମାଂସ Ṡuddha māṁsa

  • ସଂ (ବୈଦ୍ଯକ)—(ଶୁଦ୍ଧ=ଅସ୍ଥି ଅବିମିଶ୍ରିତ+ମାଂସ) — ଅସ୍ଥିହୀନ ଘୃତପକ୍ୱ ଛାଗଳାଦିର ମାଂସ — Boneless meat stewed in ghee and boiled and flavoured with spice paste
  • ସଂ (ବୈଦ୍ଯକ)—(ଶୁଦ୍ଧ=ଅସ୍ଥି ଅବିମିଶ୍ରିତ+ମାଂସ) — [ଦ୍ର—ପାକ ପାତ୍ରରେ ତୈଳ ବା ଘୃତ ଦେଇ ସେଥିରେ ପ୍ରଥମେ ହେଙ୍ଗୁ ଓ ହଳଦି ଭାଜି ଛାଗାଦିଙ୍କ ଅସ୍ଥିରହିତ ମାଂସକୁ ଖଣ୍ଡ ଖଣ୍ଡ କରି ଧୋଇ ନିଗାଡ଼ି ଉକ୍ତ ଘୃତ ବା ତୈଳରେ ମୃଦୁ ଅଗ୍ନିରେ ଭାଜି ସାରି, ପରେ ପାଣି ଦେଇ ସିଦ୍ଧ କରିବ ଓ ଲବଣ ଦେବ। ପାକ ସିଦ୍ଧ ହେଲେ ବଟା ସମଲା ପାଣିରେ ଗୋଳାଇ ସେଥିରେ ଯୋଗ କରିବ। ଏହାକୁ ଶୁଦ୍ଧ ମାଂସ ବୋଲାଯାଏ। ଏହା ଅତ୍ୟନ୍ତ ଶୁକ୍ର— ବର୍ଦ୍ଧକ, ବଳକାରକ, ରୁଚିକର, ତ୍ରିଦୋଷନାଶକ, ଅଗ୍ନିପ୍ରଦୀପକ ଓ ଧାତୁବର୍ଦ୍ଧକ।]
  • ସଂ (ବୈଦ୍ଯକ)—(ଶୁଦ୍ଧ=ଅସ୍ଥି ଅବିମିଶ୍ରିତ+ମାଂସ) — ଦେବଦେବୀଙ୍କ ଉଦ୍ଦେଶ୍ୟରେ ଯଜ୍ଞ ଓ ବଳିଦାନ ପ୍ରଭୃତି ଉତ୍ସୃଷ୍ଟ ମାଂସ — Meat offered to Deities in Vedic sacrifice