ଶୁଣିବା Ṡuṇibā

  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — ଶ୍ରବଣ କରିବା; କର୍ଣ୍ଣପାତ କରିବା — To hear; to listen
  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — ଜନଶ୍ରୁତିରୁ ଅବଗତ ହେବା — To come to know from rumour; to learn from verbal report
  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — (ଲକ୍ଷଣାର୍ଥ) କୌଣସି ବିଷୟ ମନୋଯୋଗପୂର୍ବକ ଶ୍ରବଣ କରିବା; ମନୋଯୋଗ ଦେବା — To hear a matter attentively; to attend to a matter; to pay attention to
  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — (ଲକ୍ଷଣାର୍ଥ) ଆଦେଶ ମାନିବା; ଆଜ୍ଞା ପାଳିବା — To obey an order
  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — (ଲକ୍ଷଣାର୍ଥ) ଉପଦେଶକୁ ଲଙ୍ଘନ ନ କରିବା ବା ମାନିବା — To hear an advice; to have regard for one's advice; to listen to another's words
  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — (ଲକ୍ଷଣାର୍ଥ) ଜାଣିବା ଶବ୍ଦର ସହଚର; କୌଣସି ବିଷୟ ଜ୍ଞାତ ହେବା; ଅଭିଜ୍ଞତା ଲାଭ କରିବା — To experience
  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — [ଉ—ତୁ ଜାଣିବା ଶୁଣିବା ଲୋକ ହୋଇ ମୂର୍ଖ ପରି କାମ କଲୁ।]
  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — (ନିଦ୍ରିତ; ରୋଗୀ, ମୁମୂର୍ଷୁ ବା ମୂର୍ଚ୍ଛିତ ବ୍ଯକ୍ତି) ଅନ୍ଯ ବ୍ଯକ୍ତିର ଡାକକୁ ବାରି ଉତ୍ତର ଦେବା — To respond to a call (said of a sleeping, sick or dying person)
  • ଦେ. କ୍ରି.—(ସଂ. ଶ୍ରୁ ଧାତୁ; ପ୍ରା. ଶୁଣ୍ ଧାତୁ) — [ଉ—କାଲିଠାରୁ ସନ୍ନିପାତ ମଳୁ ଆଉ ଡାକ ଶୁଣୁ ନାହିଁ।]