ଶୁଜା Ṡujā
- ଦେ. ବି — ଶୁଝା (ଦେଖ) — Ṡujhā (See)
- ଦେ. ବି — (ସଂ. ସୂଚୀ)—ଇଂରେଜି ମାପରେ ବ୍ଯବହାର ହେଉ— ଥାବା ଚେନ ମୁଣ୍ଡରେ ପୋତା ଯିବା ଲୁହା କଣ୍ଟା — Iron pins put at the end of measurement by chains
- ଦେ. ବି — ମୁସଲମାନଙ୍କ ନାମ — Name of Mohomedans
- ଦେ. ବି — (ନାମ) ମୋଗଲ ସମ୍ରାଟ ସାହାଜାନଙ୍କ 2 ୟ ପୁତ୍ର — (ନାମ) ମୋଗଲ ସମ୍ରାଟ ସାହାଜାନଙ୍କ2ୟ ପୁତ୍ର— . The 2nd son of Sahajahan, the Mogul Emperor
- ଦେ. ବି — [ଦ୍ର—ଏ ଦିଲ୍ଲୀଶ୍ୱର ସାହାଜାହାନଙ୍କ 2 ୟ ପୁତ୍ର। ଏ ସମରକୁଶଳ ଥିଲେ, କିନ୍ତୁ ଅମିତାଚାର ହୋଇ ନିସ୍ତେଜ ହୋଇ ପଡ଼ିଲେ। ସାହାଜାହାନ ଏହାକୁ ବଙ୍ଗ ବିହାର ଓ ଓଡ଼ିଶାର ଶାସନକର୍ତ୍ତା (ସୁବାଦାର) ନିଯୁକ୍ତ କରିଥିଲେ ଓ ଏ 20 ବର୍ଷ କାଳ ଉକ୍ତ କାର୍ଯ୍ଯ ଚଳାଇଥିଲେ ଏ ଢାକ୍କାରୁ ରାଜମହଲକୁ ବଙ୍ଗର ରାଜଧାନୀ ଉଠାଇ ନେଇଥିଲେ। ଏହାଙ୍କ ଶାସନକାଳରେ କର୍ଣ୍ଣେଲ ବାଉଟନ ନାମକ ଜଣେ ଜଣେ ଇଂରାଜ ଡାକ୍ତର ଚିକିତ୍ସା ନୈପୁଣ୍ୟରେ ଏହାଙ୍କର ପ୍ରୀତିପାତ୍ର ହୋଇଥିଲେ। ତାହାଙ୍କ ଯୋଗୁହିଁ ଇଂରାଜମାନେ ବାଣିଜ୍ୟ କରିବା ପାଇଁ ପ୍ରଥମେ ହୁଗୁଳି, ପରେ ଢାକା ଓ କାଶିମବଜାରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ। ସାହାଜାହାନ ରୋଗଗ୍ରସ୍ତ ହେବାରୁ ଆଉରଙ୍ଗ— ଜୀବ ପିତାଙ୍କୁ ବନ୍ଦୀ କରିଥିବାର ଶୁଣି ସୁଜା ସୈନ୍ୟସହ ଦିଲ୍ଲୀଆଡ଼କୁ ଅଗ୍ରସର ହୋଇ ଦାରାଙ୍କ ଦ୍ୱାରା ବନାରସରେ ପରାସ୍ତ ହେଲେ। ଆଉରଙ୍ଗଜୀବ ସିଂହାସନ ଅଧିକାର କରିବାର ଶୁଣି ପୁଣି ସୁଜା ସୈନ୍ୟ ସହ ଅଗ୍ରସର ହେଲେ। ପ୍ରୟାଗ ଓ ଇଟୁଆ ମଧ୍ୟରେ ଆଉରଙ୍ଗଜେବଙ୍କ ସେନାପତି ମିର୍ ଜୁମଲାଙ୍କ ସଙ୍ଗେ ଯୁଦ୍ଧରେ ପରାସ୍ତ ହୋଇ ବ୍ରହ୍ମ— ଦେଶସ୍ଥ ଆରାକାନ୍କୁ ପଳାଇଲେ ଏବଂ ସେଠାରେ ନିରୁଦିଷ୍ଟ ହେଲେ।] — [ଦ୍ର—ଏ ଦିଲ୍ଲୀଶ୍ୱର ସାହାଜାହାନଙ୍କ2ୟ ପୁତ୍ର ଏ ସମରକୁଶଳ ଥିଲେ, କିନ୍ତୁ ଅମିତାଚାର ହୋଇ ନିସ୍ତେଜ ହୋଇ ପଡ଼ିଲେ ସାହାଜାହାନ ଏହାକୁ ବଙ୍ଗ ବିହାର ଓ ଓଡ଼ିଶାର ଶାସନକର୍ତ୍ତା (ସୁବାଦାର) ନିଯୁକ୍ତ କରିଥିଲେ ଓ ଏ20ବର୍ଷ କାଳ ଉକ୍ତ କାର୍ଯ୍ଯ ଚଳାଇଥିଲେ ଏ ଢାକ୍କାରୁ ରାଜମହଲକୁ ବଙ୍ଗର ରାଜଧାନୀ ଉଠାଇ ନେଇଥିଲେ ଏହାଙ୍କ ଶାସନକାଳରେ କର୍ଣ୍ଣେଲ ବାଉଟନ ନାମକ ଜଣେ ଜଣେ ଇଂରାଜ ଡାକ୍ତର ଚିକିତ୍ସା ନୈପୁଣ୍ୟରେ ଏହାଙ୍କର ପ୍ରୀତିପାତ୍ର ହୋଇଥିଲେ ତାହାଙ୍କ ଯୋଗୁହିଁ ଇଂରାଜମାନେ ବାଣିଜ୍ୟ କରିବା ପାଇଁ ପ୍ରଥମେ ହୁଗୁଳି, ପରେ ଢାକା ଓ କାଶିମବଜାରରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ ସାହାଜାହାନ ରୋଗଗ୍ରସ୍ତ ହେବାରୁ ଆଉରଙ୍ଗ— ଜୀବ ପିତାଙ୍କୁ ବନ୍ଦୀ କରିଥିବାର ଶୁଣି ସୁଜା ସୈନ୍ୟସହ ଦିଲ୍ଲୀଆଡ଼କୁ ଅଗ୍ରସର ହୋଇ ଦାରାଙ୍କ ଦ୍ୱାରା ବନାରସରେ ପରାସ୍ତ ହେଲେ ଆଉରଙ୍ଗଜୀବ ସିଂହାସନ ଅଧିକାର କରିବାର ଶୁଣି ପୁଣି ସୁଜା ସୈନ୍ୟ ସହ ଅଗ୍ରସର ହେଲେ ପ୍ରୟାଗ ଓ ଇଟୁଆ ମଧ୍ୟରେ ଆଉରଙ୍ଗଜେବଙ୍କ ସେନାପତି ମିର୍ ଜୁମଲାଙ୍କ ସଙ୍ଗେ ଯୁଦ୍ଧରେ ପରାସ୍ତ ହୋଇ ବ୍ରହ୍ମ— ଦେଶସ୍ଥ ଆରାକାନ୍କୁ ପଳାଇଲେ ଏବଂ ସେଠାରେ ନିରୁଦିଷ୍ଟ ହେଲେ]