ଶୁଖିବା Ṡukhibā

  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — ଆର୍ଦ୍ର ବା ଜଳୀୟବସ୍ତୁ) ଶୁଷ୍କ ହେବା; ନିର୍ଜ୍ଜଳ ହେବା — (a wet thing) become dry or waterless
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ଜଳପୂର୍ଣ୍ଣ ପୁଷ୍କରିଣୀ ଆଦି) ରୌଦ୍ର ଯୋଗୁଁ ବା ଜଳ ନିଃଶେଷିତ ହେବା ଯୋଗୁଁ ଶୁଷ୍କ ହେବା — To dry up (said of a river or tank from which water has been drained up or has evaporated
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ଉ—ନଈ ଶୁଖିଲେ କି କରଇ ନାଆ— ଢଗ।)
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ଓଦା ଲୁଗା ଓ ଧାନ ଆଦିରୁ ପାଣି ଶୁଖିଯିବା ପାଇଁ ତାହା) ଖରାରେ ବା ପବନରେ ମେଲା ହୋଇ ସ୍ଥାପିତ ହେବା — To be spread in air or sun to be dried (said of wet cloth etc)
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ଉ— ଅଘଟଣ କଥା ଶୁଣି ମାଇପେ, ଧାନ ଶୁଖୁଥିଲା ବିଞ୍ଚଣା ଟାକେ। ଢଗ।)
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ଲକ୍ଷଣାର୍ଥ) (ମୁଖ) ବିଷଣ୍ଣ ବା ବିମର୍ଷ ହେବା; ମ୍ଳାନ ହେବା — (figurative) To look sad or dejected
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ଉ—ରାଜନ କିସ କର ଧ୍ୟାନ ଶୁଖୁଛି ତୁମ୍ଭର ବଦନ। ଜଗନ୍ନାଥ. ଭାଗବତ।)
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ଘାଆ ଆଦିରୁ) ପୂଜ ପାଣିର ସ୍ରାବ ବନ୍ଦ ହେବା — To dry up (said of healing sores which had been running)
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ମାତୃ ସ୍ତନରୁ) ସ୍ତନ୍ଯ ଶେଷ ପାଇବା — To dry up (said of the mother's breast when a child is weaned.)
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — [ଉ— ଦୁଧ ଶୁଖିଲେ କି କରିବ ମାଆ। ଢଗ।]
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — [ଦ୍ର— ଯେଉଁଠାରେ ଯେଉଁ ପ୍ରକାର ଜଳୀୟ ବସ୍ତୁ ଥାଏ; ଯଥା— ପାଟିରେ ଛେପ, ଦେହରେ ରକ୍ତ, ତହିଁର ଜଳୀୟାଂଶ ଶୁଷ୍କ ହେଲେ ବା କମିଗଲେ 'ଶୁଖିବା' ଶବ୍ଦ ବ୍ଯବହାର କରାଯାଏ। ଯଥା—ମୋ ତଣ୍ଟି ଶୁଖି ଯାଉଛି, ତା ଦେହରୁ ରକ୍ତ ଶୁଖି ଯାଉଛି।]
  • ଦେ. କ୍ରି (ଅକର୍ମକ; ସଂ. ଶୁଷ୍ ଧାତୁଜ ଶୁଷ୍କରୁ) — (ଲକ୍ଷଣାର୍ଥ) (ଦେହ) ଶୀର୍ଣ୍ଣ ହେବା — (figurative) To become lean or emaciated (said of the body)