ଶୁକ Ṡuka

  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — ଶୁଆପକ୍ଷୀ; — Parrot
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଶୁକପକ୍ଷୀର ମାଂସ ମଧୁର ରସ, ଶୀତବୀର୍ଯ୍ଯ, ଲଘୁପାକ, ଅଗ୍ନିବର୍ଦ୍ଧକ, ମଳରୋଧକ ଓ ଶ୍ୱାସ, କାଶ ଓ କ୍ଷୟରୋଗରେ ଉପକାରକ।]
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — ରାବଣର ମନ୍ତ୍ରୀ (ଦୈତ୍ୟ ବିଶେଷ) — Name of a minister of Rābaṇa
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — [ଦ୍ର—ରାବଣର ଅନ୍ଯ ମନ୍ତ୍ରୀର ନାମ ସାରଣ, ରାବଣର ଆଦେଶରେ ଶୁକ ବାନର ବେଶଧରି ରାମଚନ୍ଦ୍ରଙ୍କ ଶିବିରକୁ ଯାଇଥିଲା ଓ ସେଠାରେ ବିଭୀଷଣ ତାକୁ ଚିହ୍ନ ପାରି ଧଇଲେ। କିନ୍ତୁ ରାମଚନ୍ଦ୍ର ତାହା ପ୍ରତି ସଦ୍ବ୍ଯବହାର କରି ତାହାଙ୍କୁ ଛାଡ଼ି ଦେଲେ।]
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — [ଉ—ବନ କରେ ମେଘନାଦ ଶୁକକଙ୍କ ଯେହୁ ଏ ରମ୍ୟକେ—ଭଞ୍ଜ. ବୈଦେହୀଶ ବିଳାସ।]
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — ବ୍ୟାସଦେବଙ୍କ ପୁତ୍ର। [ଦ୍ର—ଏ ସର୍ପଦଂଶନ ଯୋଗୁଁ ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଦେଉଥିବା ମହାରାଜ ପରୀକ୍ଷିତଙ୍କୁ ଶ୍ରୀମଦ୍ଭାଗବତ ଶୁଣାଇଥିଲେ।] — Name of a sage, the son of sage Byāsa, who narrated the Bhāgabata to the dying king Parīkshita
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — [ଦ—ମହାଭାରତରେ କଥିତ ଅଛି ଯେ, ଏକଦା ବ୍ୟାସଦେବ ଘୃତାଚୀ ନାମ୍ନୀ ଅପ୍ସରାକୁ ଦେଖି କାମପୀଡ଼ିତ ହେଲେ। ଘୃତାଚୀ ଏହା ଜାଣି ବ୍ୟାସଙ୍କ ଠାରୁ ରକ୍ଷା ପାଇବା ପାଇଁ ଗୋଟିଏ ଶୁକ ପକ୍ଷିଣୀ ରୂପ ଧାରଣ କଲା। ବ୍ୟାସଦେବ ଘୃତାଚୀକୁ ନ ଦେଖି ନିଜର କାମ ପ୍ରବୃତ୍ତିକୁ ଦମନ କରିବା ପାଇଁ ଅରଣି- ମନ୍ଥନରେ ପ୍ରବୃତ୍ତ ହେଲେ। ଅରଣି ମନ୍ଥନ କରୁ କରୁ ଅରଣି ମଧ୍ୟରେ ବ୍ୟାସଙ୍କ ରେତଃ [ଶୁକ୍ର] ସ୍ଖଳିତ ହେଲା। ବ୍ୟାସ ଏତଦ୍ଦ୍ୱାରା ଶଙ୍କିତ ନ ହୋଇ ପୁନଃ ପୁନଃ ଅରଣି ମନ୍ଥନ କରିବାରୁ ଅରଣି ମଧ୍ୟସ୍ଥ ଶୁକ୍ର ପ୍ରବଳ ବେଗରେ ବିଲୋଡ଼ିତ ହେଲା ଓ ତେଣୁ ତହିଁ ମଧ୍ୟରୁ ଅମିତତେଜାଃ ବ୍ରହ୍ମର୍ଷି ଶୁକଦେବ ବାହାରି ପଡ଼ିଲେ। ଶୁକ୍ର ବିଲୋଡ଼ନ ଦ୍ୱାରା ଏହାଙ୍କ ଜନ୍ମ ହେବାରୁ ଏହାଙ୍କ ନାମ 'ଶୁକ' ହେଲା। ତତ୍ପରେ ଏ ବନକୁ ଯାଇ ତପଶ୍ଚରଣରେ ପ୍ରବୃତ୍ତ ହେଲେ। ଇନ୍ଦ୍ରପ୍ରେରିତା ରମ୍ଭା ଏହାଙ୍କ ତପସ୍ୟାକୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳମନୋରଥା ହେଲା। ବ୍ରହ୍ମଶାପରୁ ତକ୍ଷକନାଗ ଦଂଶନରେ ଆସନ୍ନମୃତ୍ୟୁ ରାଜା ପରୀକ୍ଷୀତଙ୍କୁ ଶୁକଦେବ ଭାଗବତ ପୁରାଣ ଶୁଣାଇଥିଲେ।]
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — ରୁମା; କୌଶିମ୍ବ; ଶିରୀଷ ଗଛ—(ହରେକୃଷ୍ଣ,ଦ୍ରବ୍ଯଗୁଣ) — Acacia Lebbec
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — ବସ୍ତ୍ର — Cloth
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — ବସ୍ତ୍ରାଞ୍ଚଳ — The end of a cloth
  • ସଂ. ବି. ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ବା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ) — ଉଷ୍ଣୀଷ; ପଗଡ଼ି; ଶିରସ୍ତ୍ରାଣ — Turban; headdress
  • ଦେ. ବି — ଶୁକଦେବ ନାମକ ବ୍ଯକ୍ତିର ଡାକ ନାମ — The name calling for Sukadeba