ଶୁଆଁ ଧାନ Ṡuāñ dhāna

  • ଦେ. ବି (ସଂ. ଶ୍ୟାମାକ) — ତୃଣଧାନ୍ୟ ବିଶେଷ — A wild foodgrain allied to Māṇḍiā; Panicum Frumentacecum
  • ଦେ. ବି (ସଂ. ଶ୍ୟାମାକ) — [ଦ୍ର—ଏହା ଧାନ୍ୟାଦିବର୍ଗର ବନ୍ୟ ଘାସ; ଏହା ଧାନ ବିଲରେ ଜନ୍ମେ ଓ ଧାନ ଗଛର କେଣ୍ଡା ବାହାରିବା ପୂର୍ବରୁ ଏହା କେଣ୍ଡା ଧରେ। ଏ ଗଛ ଏକ ହାତ ପର୍ଯ୍ୟନ୍ତ ବଢେ, ପତ୍ର ଧାନ ପତ୍ର ଅପେକ୍ଷା ଚଉଡ଼ା ଓ ଏହାର କେଣ୍ଡା ଖୁବ୍ ଶକ୍ତ। ଗରିବ ଲୋକମାନେ ଟୋକେଇଦ୍ୱାରା ଧାନ କ୍ଷେତରେ ବଢ଼ିଥିବା କେଣ୍ଡା ଯୁକ୍ତ ଶୁଆଁ ଧାନର ଗଛକୁ ବାରମ୍ବାର ଆଘାତ କରିବାଦ୍ୱାରା କେଣ୍ଡାରୁ ଶୁଆଁ ଧାନଯାକ ଉଞ୍ଛିହୋଇ ଟୋକେଇ ମଧ୍ୟରେ ପଡ଼େ ଓ ସେଗୁଡ଼ିକ ସଂଗ୍ରହକରି ତାକୁ କୁଟିଲେ ତହିଁରୁ ତୁଷ ବାହାରି ଯାଇ ସରୁ ଧଳା ମାଣ୍ଡିଆ ଚାଉଳ ପରି ଦାନା ବାହାରେ। ଏହାକୁ ଶୁଆଁ ଚାଉଳ ବୋଲାଯାଏ ଓ ଗରିବଲୋକମାନେ ଏହାକୁ ଭାତ ବା ଯାଉ କରି ଖାଆନ୍ତି। ଉତ୍ତର ପଶ୍ଚିମାଞ୍ଚଳରେ ଏହାର କୃଷି ହୁଏ। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୋଷଣ, ରୁକ୍ଷ, ବାତ— ଜନକ, କଫପିତ୍ତନାଶକ। ଏହା ମଧୁରକଷାୟରସ, ଶୀତଳ, ଲଘୁପାତ, ମଳରୋଧକ, ଅଗ୍ନିବର୍ଦ୍ଧକ ଓ ବଳକାରକ। ଏହା ଗଳରୋଗ, ମୂତ୍ରକୃଛ୍ର, ମେହ ଓ ବିଷଦୋଷରେ ଉପକାରକ। ବଙ୍ଗଦେଶରେଆଉ ଜାତିଏ ଶ୍ୟାମାକ ଧାନ ଧାନ କ୍ଷେତରେ ମନକୁ ଜନ୍ମେ।]