ଶୀତଳେଇବା Ṡītaḻeibā
- ଦେ. କ୍ରି — ଗରମ ବସ୍ତୁକୁ ଥଣ୍ଡା କରିବା — To cool a hot thing
- ଦେ. କ୍ରି — [ଉ—ଡହ ଡହ ଜାଉ, ଶୀତଳେଇ ଖାଉ; ଜାଉ ଶୀତଳେଇବି? କି ମାଛ ହୁରୁଡ଼େଇବି? ଢଗ]
- ଦେ. କ୍ରି — (ଶୁଭବାଚନ)—ଦେହରୁ ଅଳଙ୍କାର କାଢ଼ିବା ବା ଓହ୍ଲାଇବା — (Euphimism) To put off ornaments from the body
- ଦେ. କ୍ରି — [ଦ୍ର—ଦେହରେ ପିନ୍ଧା ହୋଇଥିବା ଅଳଙ୍କାରମାନ ଦେହ ସଙ୍ଗେ ଲାଗିବାରୁ ଦେହର ଉତ୍ତାପ ଯୋଗୁଁ ଗରମ ଥାଏ ଓ ତାହା ଦେହରୁ କାଢ଼ି ପକାଇଲେ ଶୀତଳ ହୋଇଯାଏ। ଅହ୍ୟ ସ୍ତ୍ରୀଲୋକ— ମାନେ ଦେହରୁ ଅଳଙ୍କାର 'କାଢ଼ିବା' (ବୈଧବ୍ୟ ସୂଚକ— ଭାବ ସଙ୍ଗେ ଏ ଶବ୍ଦର ସମ୍ବନ୍ଧ ଥିବାରୁ) ନ କହି ଦେହରୁ ଅଳଙ୍କାର 'ଶୀତଳେଇବା' କହନ୍ତି।]