ଶୀତଳ ପାଟି Ṡītaḻa pāṭi

  • ଦେ. ବି—(ସଂ. ଶୀତଳ ଓ ପତ୍ରିକା) — ବେତ ଗଛ ପରି ଇଷତ୍ ହଳଦିଆ ପତ୍ରମୟ କ୍ଷୁପ— ବିଶେଷ — Clinogyne Dichotoma (plant)
  • ଦେ. ବି—(ସଂ. ଶୀତଳ ଓ ପତ୍ରିକା) — [ଦ୍ର—ଏହା ପୂର୍ବବଙ୍ଗ (ଢାକା, ସିଲହଟ ଆଦି)ରେ ଜନ୍ମେ। ଏହି ଗଛର ଛାଲର ସରୁପାତିଆରେ ମସିଣାପରି ଶଯ୍ୟା ବୁଣାଯାଏ।]
  • ଦେ. ବି—(ସଂ. ଶୀତଳ ଓ ପତ୍ରିକା) — ଉକ୍ତ ଗଛର ତ୍ୱକ୍ଦ୍ୱାରା ବୁଣା ହୋଇଥିବା ପତଳା ବିଛଣା — A mat made of the strip of the above bark
  • ଦେ. ବି—(ସଂ. ଶୀତଳ ଓ ପତ୍ରିକା) — [ଦ୍ର—ବଙ୍ଗ ଦେଶର କେଉଁ କେଉଁ ସ୍ଥାନରେ ଏହାକୁ ମୁକ୍ତା ପାଟି ବା ମୁକ୍ତା ପାତି ବୋଲାଯାଏ। ଏହାକୁ ଖରାଦିନେ ଶେଯ ଉପରେ ବିଛାଇ ଶୋଇଲେ ଦେହକୁ ଖୁବ୍ ଶୀତଳ ଲାଗେ।]