ଶିଶୁମାର Ṡiṡumāra

  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — ଶୁଶମ୍ବର; ଶିଶୁକ; ଭୁଆଷୁଣୀ ମାଛ — Porpoise; the Gangetic dolphin; Plantanista Gangetica
  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — (ଉ—ଶିଶୁମାର ଖେଳେ ତରଙ୍ଗ ଉଲଟି, ଉଠି ବୁଡଇ ନ ପଡ଼ୁ ନେତ୍ରେ ପଟୀ। ରାଧାନାଥ. ଚିଲିକା।)
  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — [ଦ୍ର—ଏ ଜୀବର ମୁହଁ ପାଖରେ ସିନ୍ଦୁରପରି ନାଲି ଚିହ୍ନ ଦେଖାଯିବାରୁ ଭୁଆଷୁଣୀ (କୁଳବଧୂଙ୍କ) କପାଳରେ ସିନ୍ଦୁରକୁ ଲକ୍ଷ୍ୟ କରି ଲୋକେ ଏ ନାମ ଦେଇଛନ୍ତି; ଏହା ଜଳଚର ସ୍ତନ୍ଯପାୟୀ ଆକୃଷ୍ଣ ଜୀବ ବିଶେଷ; ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁନଦୀରେ ଦେଖାଯାଏ। ଏହାର ଦେହ ଘୁଷୁରିପରି କଳା ଓ ଧୂଷର ବର୍ଣ୍ଣ। ଏ ନିଶ୍ୱାସ ମାରିବାକୁ ମଝିରେ ମଝିରେ ପାଣିଭିତରୁ ଉପରକୁ ଉଠି, ଚକପରି ଲେଉଟି ପୁଣି ବୁଡ଼ିଯାଏ। ଏ ହିଂସ୍ର ନୁହେଁ ଓ ଏହାକୁ ଆକ୍ରମଣ କଲେ ମୁହଁ ଦ୍ୱାରା 'ଶୁ, ଶୁ' ଶବ୍ଦ କରି ଆକ୍ରମଣକାରୀ ଆଡ଼କୁ ପାଣି ଫିଙ୍ଗେ।]
  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — ଜନୈକ ପ୍ରଜାପତି — Name of a mythological progenitor of mankind
  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — (ଉ—ଯେ ଶିଶୁମାର ପ୍ରଜାପତି, ତା କନ୍ଯା ଭୂମି ଗୁଣବତୀ; ରୂପେ କମଳା ସମସରି, ବିବାହେ କନ୍ଯା ଧ୍ରୁବେ ବରି। ଜଗନ୍ନାଥ. ଭାଗବତ।]
  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — [ଦ୍ର—ଏହାଙ୍କ କନ୍ୟାଙ୍କ ନାମ ଭୂମି। ଏହି କନ୍ଯା ଧ୍ରୁବଙ୍କୁ ବିବାହ କରିଥିଲେ। ଭୂମିଙ୍କ ଗର୍ଭରୁ କଳ୍ପ ଓ ବତ୍ସର ନାମକ ଦୁଇ ସନ୍ତାନ ଜନ୍ମିଥିଲେ।]
  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — ଶିଶୁମାର ପୁଞ୍ଜ (ଦେଖ) — The Lesser Bear constellation
  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — ଫଳିତ ଜ୍ୟୋତିଷୋକ୍ତ ତାରକା ଚକ୍ର ବିଶେଷ — Name of a circular figure of the stars in Hindu astrology
  • ସଂ. ବି (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ) — [ଦ୍ର—ଏହା ଶିଶୁମାନଙ୍କର ଅନିଷ୍ଟକର।]