ଶିଳ୍ପ Ṡiḻpa

  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ବସ୍ତୁ— ନିର୍ମାଣ କାର୍ଯ୍ୟ; କାରୁକର୍ମ; କାରିଗରି — Arts; technique
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — [ଯଥା—ଗୃହ ନିର୍ମାଣ, ବସ୍ତ୍ରବୟନ, ଅଳଙ୍କାର ଗଢ଼ିବା, ପଥର ଓ କାଠ ଆଦିରେ ଖୋଳିବା, ମୂର୍ତ୍ତିଗଠନ।]
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ବେଣୁ ବୀଣାଦି ବାଦ୍ୟ; ନୃତ୍ୟ ଗୀତ ବାଦ୍ୟାଦି — Dancing, singing etc; music
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ଚିତ୍ର— ବିଦ୍ୟାଦି; କଳାବିଦ୍ୟାର ବ୍ଯବସାୟ — Fine arts such as, painting, drawing
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ଶିଳ୍ପଜାତ ଦ୍ରବ୍ୟ — The product of arts or manufacture or industy
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — [ଦ୍ର—ଶିଳ୍ପ କଳାବିଦ୍ୟାର ଅନ୍ତର୍ଗତ। ଶିଳ୍ପ ନାନାପ୍ରକାର ଯଥା—ବସ୍ତ୍ରଶିଳ୍ପ, ଗୃହଶିଳ୍ପ, ସ୍ଥାପତ୍ୟଶିଳ୍ପ ଇତ୍ୟାଦି। କଳା ବିଦ୍ଯା 64 ପ୍ରକାର। ଶ୍ରୀବଦ୍ ଭଗବତ୍ ଗୀତାର ଟୀକାକାର ଶ୍ରୀଧର ସ୍ୱାମୀ ଶୈବତନ୍ତ୍ରୋକ୍ତ 64 କଳାର ନାମ ଦେଇଛନ୍ତି; କଳା ବିଦ୍ଯା ଶିକ୍ଷା କଲେ ରାଜା ଅମରଶକ୍ତି ଲାଭ କରନ୍ତି। 'ସକଳ କଳା ପାରଂଗତେଽମରଶକ୍ତିର୍ନାମ ରାଜା।' 64 କଳାର ନାମ— 1 । ଗୀତ, 2 । ବାଦ୍ୟ, 3 । ନାଟକାଭିନୟ, 4 । ଆଲେଖ୍ୟ, 5 । ବିଶେଷକଛେଦ, (ଚିତାଲେଖା) 6 । ତଣ୍ଡୁଳ କୁସୁମବଳି ବିକାର, 7 । ପୁଷ୍ପାସ୍ତରଣ, 8 । ଦଶନବସନା— ଙ୍ଗରାଗ, 9 । ମଣିଭୂମିକା କର୍ମ, 10 । ଶୟନ ରଚନ, 11 । ଉଦକ ବାଦ୍ୟ, 12 । ଉଦକ ଘାତ, 13 । ଚିତ୍ର— ଯୋଗ, 14 । ମାଲ୍ୟ ଗ୍ରଥନ ବିକଳ୍ପ, 15 । କେଶଶେଖରା— ପୀଡ଼ ଯୋଜନ, 16 । ନେପଥ୍ୟ ଯୋଗ, 17 । କର୍ଣ୍ଣ— ପତ୍ର ଭଙ୍ଗ, 18 । ଗନ୍ଧଯୋଜନ, 19 । ଭୂଷଣ ଯୋଜନ, 20 । ଇନ୍ଦ୍ରଜାଲ. 21 । କୌଚୁମାର ଯୋଗ, 22 । ହସ୍ତଲାଘବ, 23 । ଶାକବ୍ୟଞ୍ଜନ ପୂପଭକ୍ଷ୍ୟ ବିକାର କ୍ରିୟା, 24 । ପ୍ରପାନକରସ ରାଗାସବ ଯୋଜନ, 25 । ସୂଚୀକର୍ମ, 26 । ସୂତ୍ରକ୍ରୀଡ଼ା, 27 । ପ୍ରହେଳିକା, 28 । ପ୍ରତିମାଳା ବା ଶ୍ଳୋକାନ୍ତ, 29 । ଦୁର୍ବାଚକ ଯୋଗ, 30 । ପୁସ୍ତକବାଚନ 31 । ନାଟିକାଖ୍ଯାୟିକା ଦର୍ଶନ, 32 । କାବ୍ୟ ସମସ୍ୟା ପୁରଣ, 33 । ପଟ୍ଟିକା ବେକ୍ରାବରଣ ବିକଳ୍ପ, 34 । ତୁର୍କ କର୍ମ, 35 । ତକ୍ଷଣ ବା ବଢ଼େଇକାମ, 36 । ବସ୍ତୁବିଦ୍ଯା, 37 । ରୂପ୍ୟରତ୍ନ ପରୀକ୍ଷା, 38 । ଧାତୁବାଦ; 39 । ମଣିରାଗ, ଜ୍ଞାନ, 40 । ଆକରଜ୍ଞାନ, 41 । ବୃକ୍ଷାୟୂର୍ବେଦ ଯୋଗ, 42 । ମେଷ କୁକ୍କଟଲାବକ ଯୁଦ୍ଧବିଧି, 43 । ଶିକ ସାରିକାପାଳନ, 44 । ଉତ୍ସାଦନ, 45 । କେଶମାର୍ଜ୍ଜନ କୌଶଳ, 46 । ଅକ୍ଷର ମୁଷ୍ଟିକତା କଥନ, 47 । ମ୍ଳେଛ ଭାଷାଜ୍ଞାନ, 48 । ଦେଶଭାଷା ଜ୍ଞାନ, 49 । ପୁଷ୍ପ ବାଟିକା ନିର୍ମାଣ ଜ୍ଞାନ, 50 । ସଂପାଟ୍ୟ, 51 । ମାନସା କାବ୍ୟକ୍ରିୟା, 52 । କ୍ରିୟାବିକଳ୍ପ, 53 । ଛଳିତକ ଯୋଗ, 54 । ଅଭିଧାନ କୋଷ ଛନ୍ଦୋ— ଜ୍ଞାନ, 55 । ବସ୍ତୁ ଗୋପନ, 56 । ଦ୍ୟୁତ, 57 । ଆକର୍ଷ କ୍ରୀଡ଼ା, 58 । ବାଳ କ୍ରୀଡ଼ନକ, 59 । ଶୃଙ୍ଗାର ରଚନ, 60 । ବୈଜୟିକୀ ବିଦ୍ୟାଜ୍ଞାନ, 61 । ବୈତାଳିକ ବିଦ୍ଯା, 625 । ଯନ୍ତ୍ର ନିର୍ମାଣ, 63 । ଶକୁନଜ୍ଞାନ, 64 । ଧାରଣା ଶକ୍ତି। ପ୍ରତ୍ୟେକ କଳାର ସମ୍ୟକ୍ ଆଲୋଚନା ଏଠାରେ କରିବା ସହଜ ନୁହେଁ। ନାନା ଗ୍ରନ୍ଥୋକ୍ତ କେତେକ କଳା ବିଦ୍ୟାର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପରିଚୟ ମଧ୍ୟ ମିଳି ନାହିଁ। ଶିଳ୍ପ ଶବ୍ଦର ବ୍ୟତ୍ପତ୍ତି—ଶିଳ୍ ଧାତୁ=ନିପୁଣ ହେବା+ଭାବ. ପ; ଏଥିର ଅର୍ଥ ବସ୍ତୁ ନିର୍ମାଣ କର୍ମ, କାରିଗରି ଇତ୍ୟାଦି। କଳାବିଦ୍ୟାରେ ପ୍ରାଚୀନ ଭାରତ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା। ଉତ୍କଳ ମଧ୍ୟ କଳା ବିଦ୍ୟାରେ ଶ୍ରେଷ୍ଠତା ଲାଭ କରିଥିଲା। କଳା— ବିଦ୍ୟାରେ ଉତ୍କର୍ଷ ହେତୁ ଓଡ଼ିଶାର ଅନ୍ୟନାମ ଉତ୍କଳ (ଉତ୍+କଳା) ହୋଇଥିବାର କେହି କେହି କହନ୍ତି। ଉତ୍କଳର ସ୍ଥାପତ୍ୟ ଓ ଭାସ୍କର ଶିଳ୍ପର ଯାହା ଧ୍ୱଂସାବଶେଷ ଅଛି ତାକୁ ଦେଖିବାକୁ ବର୍ତ୍ତମାନ ଦେଶ ବିଦେଶରୁ ମନୀଷିଗଣ ଆସୁଅଛନ୍ତି। କୋଣାର୍କ ଶିଳ୍ପ ଆଜି ମଧ୍ୟ ଜଗତରେ ଅତୁଳନୀୟ। ଓଡ଼ିଶାର ବସ୍ତ୍ରଶିଳ୍ପ ଏକ ସମୟରେ ଚୂଡ଼ାନ୍ତ ଲାଭ କରିଥିଲା। ବୈଦେଶିକମାନେ ଓଡ଼ିଶାରୁ ସୂକ୍ଷ୍ମଲୁଗା ନେଇ ପାଶ୍ଚାତ୍ୟ ଦେଶମାନଙ୍କରେ ବ୍ଯବସାୟ କରୁଥିଲେ। ଓଡ଼ିଶାରେ ଏପରି ସରୁ ସୂକ୍ଷ୍ମ ଲୁଗା ବୁଣାଯାଇ ପାରୁଥିଲା ଯେ, ହାତେ ଲମ୍ବ 2 ଇଞ୍ଚ ବ୍ୟାସବିଶିଷ୍ଟ ବାଉଁଶ ନଳ ଭିତରେ 12 ହାତ ଲମ୍ବ ଲୁଗା ରଖାଯାଇ ପାରୁଥିଲା। ଘାସ ଉପରେ ରାତିରେ ଲୁଗା ପାରିଦେଲେ ସକାଳକୁ ତହିଁରେ କାକର ପଡ଼ି, ତାହା ଲୁଗା କି ଘାସ ବାରି ହେଉ ନଥିଲା। — [ଦ୍ର—ଶିଳ୍ପ କଳାବିଦ୍ୟାର ଅନ୍ତର୍ଗତ ଶିଳ୍ପ ନାନାପ୍ରକାର ଯଥା—ବସ୍ତ୍ରଶିଳ୍ପ, ଗୃହଶିଳ୍ପ, ସ୍ଥାପତ୍ୟଶିଳ୍ପ ଇତ୍ୟାଦି କଳା ବିଦ୍ଯା64ପ୍ରକାର ଶ୍ରୀବଦ୍ ଭଗବତ୍ ଗୀତାର ଟୀକାକାର ଶ୍ରୀଧର ସ୍ୱାମୀ ଶୈବତନ୍ତ୍ରୋକ୍ତ64କଳାର ନାମ ଦେଇଛନ୍ତି; କଳା ବିଦ୍ଯା ଶିକ୍ଷା କଲେ ରାଜା ଅମରଶକ୍ତି ଲାଭ କରନ୍ତି 'ସକଳ କଳା ପାରଂଗତେଽମରଶକ୍ତିର୍ନାମ ରାଜା'64କଳାର ନାମ—1 ଗୀତ,2 ବାଦ୍ୟ,3 ନାଟକାଭିନୟ,4 ଆଲେଖ୍ୟ,5 ବିଶେଷକଛେଦ, (ଚିତାଲେଖା)6 ତଣ୍ଡୁଳ କୁସୁମବଳି ବିକାର,7 ପୁଷ୍ପାସ୍ତରଣ,8 ଦଶନବସନା— ଙ୍ଗରାଗ,9 ମଣିଭୂମିକା କର୍ମ,10 ଶୟନ ରଚନ,11 ଉଦକ ବାଦ୍ୟ,12 ଉଦକ ଘାତ,13 ଚିତ୍ର— ଯୋଗ,14 ମାଲ୍ୟ ଗ୍ରଥନ ବିକଳ୍ପ,15 କେଶଶେଖରା— ପୀଡ଼ ଯୋଜନ,16 ନେପଥ୍ୟ ଯୋଗ,17 କର୍ଣ୍ଣ— ପତ୍ର ଭଙ୍ଗ,18 ଗନ୍ଧଯୋଜନ,19 ଭୂଷଣ ଯୋଜନ,20 ଇନ୍ଦ୍ରଜାଲ.21 କୌଚୁମାର ଯୋଗ,22 ହସ୍ତଲାଘବ,23 ଶାକବ୍ୟଞ୍ଜନ ପୂପଭକ୍ଷ୍ୟ ବିକାର କ୍ରିୟା,24 ପ୍ରପାନକରସ ରାଗାସବ ଯୋଜନ,25 ସୂଚୀକର୍ମ,26 ସୂତ୍ରକ୍ରୀଡ଼ା,27 ପ୍ରହେଳିକା,28 ପ୍ରତିମାଳା ବା ଶ୍ଳୋକାନ୍ତ,29 ଦୁର୍ବାଚକ ଯୋଗ,30 ପୁସ୍ତକବାଚନ31 ନାଟିକାଖ୍ଯାୟିକା ଦର୍ଶନ,32 କାବ୍ୟ ସମସ୍ୟା ପୁରଣ,33 ପଟ୍ଟିକା ବେକ୍ରାବରଣ ବିକଳ୍ପ,34 ତୁର୍କ କର୍ମ,35 ତକ୍ଷଣ ବା ବଢ଼େଇକାମ,36 ବସ୍ତୁବିଦ୍ଯା,37 ରୂପ୍ୟରତ୍ନ ପରୀକ୍ଷା,38 ଧାତୁବାଦ;39 ମଣିରାଗ, ଜ୍ଞାନ,40 ଆକରଜ୍ଞାନ,41 ବୃକ୍ଷାୟୂର୍ବେଦ ଯୋଗ,42 ମେଷ କୁକ୍କଟଲାବକ ଯୁଦ୍ଧବିଧି,43 ଶିକ ସାରିକାପାଳନ,44 ଉତ୍ସାଦନ,45 କେଶମାର୍ଜ୍ଜନ କୌଶଳ,46 ଅକ୍ଷର ମୁଷ୍ଟିକତା କଥନ,47 ମ୍ଳେଛ ଭାଷାଜ୍ଞାନ,48 ଦେଶଭାଷା ଜ୍ଞାନ,49 ପୁଷ୍ପ ବାଟିକା ନିର୍ମାଣ ଜ୍ଞାନ,50 ସଂପାଟ୍ୟ,51 ମାନସା କାବ୍ୟକ୍ରିୟା,52 କ୍ରିୟାବିକଳ୍ପ,53 ଛଳିତକ ଯୋଗ,54 ଅଭିଧାନ କୋଷ ଛନ୍ଦୋ— ଜ୍ଞାନ,55 ବସ୍ତୁ ଗୋପନ,56 ଦ୍ୟୁତ,57 ଆକର୍ଷ କ୍ରୀଡ଼ା,58 ବାଳ କ୍ରୀଡ଼ନକ,59 ଶୃଙ୍ଗାର ରଚନ,60 ବୈଜୟିକୀ ବିଦ୍ୟାଜ୍ଞାନ,61 ବୈତାଳିକ ବିଦ୍ଯା,625 ଯନ୍ତ୍ର ନିର୍ମାଣ,63 ଶକୁନଜ୍ଞାନ,64 ଧାରଣା ଶକ୍ତି ପ୍ରତ୍ୟେକ କଳାର ସମ୍ୟକ୍ ଆଲୋଚନା ଏଠାରେ କରିବା ସହଜ ନୁହେଁ ନାନା ଗ୍ରନ୍ଥୋକ୍ତ କେତେକ କଳା ବିଦ୍ୟାର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପରିଚୟ ମଧ୍ୟ ମିଳି ନାହିଁ ଶିଳ୍ପ ଶବ୍ଦର ବ୍ୟତ୍ପତ୍ତି—ଶିଳ୍ ଧାତୁ=ନିପୁଣ ହେବା+ଭାବ. ପ; ଏଥିର ଅର୍ଥ ବସ୍ତୁ ନିର୍ମାଣ କର୍ମ, କାରିଗରି ଇତ୍ୟାଦି କଳାବିଦ୍ୟାରେ ପ୍ରାଚୀନ ଭାରତ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା ଉତ୍କଳ ମଧ୍ୟ କଳା ବିଦ୍ୟାରେ ଶ୍ରେଷ୍ଠତା ଲାଭ କରିଥିଲା କଳା— ବିଦ୍ୟାରେ ଉତ୍କର୍ଷ ହେତୁ ଓଡ଼ିଶାର ଅନ୍ୟନାମ ଉତ୍କଳ (ଉତ୍+କଳା) ହୋଇଥିବାର କେହି କେହି କହନ୍ତି ଉତ୍କଳର ସ୍ଥାପତ୍ୟ ଓ ଭାସ୍କର ଶିଳ୍ପର ଯାହା ଧ୍ୱଂସାବଶେଷ ଅଛି ତାକୁ ଦେଖିବାକୁ ବର୍ତ୍ତମାନ ଦେଶ ବିଦେଶରୁ ମନୀଷିଗଣ ଆସୁଅଛନ୍ତି କୋଣାର୍କ ଶିଳ୍ପ ଆଜି ମଧ୍ୟ ଜଗତରେ ଅତୁଳନୀୟ ଓଡ଼ିଶାର ବସ୍ତ୍ରଶିଳ୍ପ ଏକ ସମୟରେ ଚୂଡ଼ାନ୍ତ ଲାଭ କରିଥିଲା ବୈଦେଶିକମାନେ ଓଡ଼ିଶାରୁ ସୂକ୍ଷ୍ମଲୁଗା ନେଇ ପାଶ୍ଚାତ୍ୟ ଦେଶମାନଙ୍କରେ ବ୍ଯବସାୟ କରୁଥିଲେ ଓଡ଼ିଶାରେ ଏପରି ସରୁ ସୂକ୍ଷ୍ମ ଲୁଗା ବୁଣାଯାଇ ପାରୁଥିଲା ଯେ, ହାତେ ଲମ୍ବ2ଇଞ୍ଚ ବ୍ୟାସବିଶିଷ୍ଟ ବାଉଁଶ ନଳ ଭିତରେ12ହାତ ଲମ୍ବ ଲୁଗା ରଖାଯାଇ ପାରୁଥିଲା ଘାସ ଉପରେ ରାତିରେ ଲୁଗା ପାରିଦେଲେ ସକାଳକୁ ତହିଁରେ କାକର ପଡ଼ି, ତାହା ଲୁଗା କି ଘାସ ବାରି ହେଉ ନଥିଲା
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ଧାତୁ ପାଷାଣ, କାଠ ପ୍ରଭୃତିରେ ଅତି ଉତ୍କୃଷ୍ଟ ଧରଣର କାରିଗରି ମଧ୍ୟ ଉତ୍କଳରେ ହେଉଥିଲା। ପାନ ଭାଙ୍ଗିବା, ଲୁଗା କୁଞ୍ଚିବା, ଠାଆ ଲେଖିବା, ମୁରୁଜ ଦେବା, ଚିତା ପକାଇବା, ପିଠାପଣା କରିବା ଇତ୍ୟାଦି ସକଳ ଦୈନନ୍ଦିନ କାର୍ଯ୍ୟରେ ଶିଳ୍ପର ବିକାଶ ହେଉଥିଲା। ମାତ୍ର କ୍ରମେ ସେ ସବୁ ବିଦ୍ୟାଲୋପ ହୋଇ ଯାଉଛି। ଦେଉଳ ଅଟ୍ଟାଳି ପ୍ରଭୃତି ବଡ଼ ବଡ଼ ଶିଳ୍ପ ଭାସ୍କର କାର୍ଯ୍ୟ ତ ଆଉ ନାହିଁ। ଆଜିକାଲି ସବୁ କାମ ସାଧାସିଧା କରାଯାଉଅଛି। ବ୍ଯୟାଧିକ୍ୟ ହେତୁ ଲୋକେ ଆଉ ଶିଳ୍ପ କାର୍ଯ୍ୟ କରିବାକୁ ମନ ବଳାଉ ନାହାନ୍ତି। ଆଜି ଜାପାନ ଶିଳ୍ପ ବିଦ୍ୟାରେ ଅଗ୍ରଣୀ। କାଗଜ ଶିଳ୍ପ ଜାପାନର ଅତି ଉତ୍କୃଷ୍ଟ ମନୋହର ଆକାର ଧାରଣ କରି— ଅଛି। ତହିଁର ବୈଚତ୍ର୍ୟ ଦେଖିଲେ ଆଖି ଝଲସି ଯିବ।
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ବାସ୍ତୁ ବିଦ୍ଯା ବା ସ୍ଥାପତ୍ୟରେ ପ୍ରାଚୀନ ଭାରତବର୍ଷର ପ୍ରତିଷ୍ଠା ଅବିସଂବାଦିତ। ସହସ୍ର ସ୍ତମ୍ଭଯୁକ୍ତ ଅଟ୍ଟାଳିକା ଭାରତରେ ଥିଲା (ଋଗ୍ ବେଦ 1\41\5 ମ); ଇନ୍ଦ୍ର ଦିବୋଦାସଙ୍କୁ ପାଷାଣ ନିର୍ମିତ ଶତ ସଂଖ୍ୟକ ପୁରୀ ଦାନ କରିଥିଲେ। (ଋଗ୍ ବେଦ 4\30\20 ); ରାମାୟଣରେ ଅଯୋଧ୍ୟାର ଓ ଲଙ୍କାର ଯେଉଁ ବର୍ଣ୍ଣନା ଅଛି ତହିଁରୁ ପ୍ରାଚୀନ ଭାରତର ସ୍ଥାପତ୍ୟ ବିଦ୍ୟାର ଚରମୋତ୍କର୍ଷର ସ୍ପଷ୍ଟ ପରିଚୟ ମିଳେ। ମହାଭାରତରେ ପାଣ୍ଡବାଦିଙ୍କ ରାଜଧାନୀ, ମଗଧାଦି ରାଜଧାନୀ ଓ ରାଜସୂୟ ଯଜ୍ଞ ମଣ୍ଡପର ଯେଉଁ ସବୁ ବର୍ଣ୍ଣନା ଅଛି ତାହା ଅତୁଳନୀୟ। ସେ ସବୁର ବିସ୍ତୃତ ବର୍ଣ୍ଣନା— ପାଇଁ ଏଠାରେ ସ୍ଥାନାଭାବ। ପାଠକମାନେ ମହାଭାରତ ରାମାୟଣ ପାଠ କଲେ ଆପଣାର କୌତୂହଳ ଚରିତାର୍ଥ କରିପାରିବେ। ସ୍ଫଟିକ ନିର୍ମିତ ସୋପାନ, ଶିଳାପଟ୍ଟାବଦ୍ଧ ବେଦିକା ପ୍ରଭୃତି ସ୍ଥାପତ୍ୟ ଓ ଶିଳ୍ପ ପ୍ରାଚୁର୍ଯ୍ଯର ପୂର୍ଣ୍ଣ ନିଦର୍ଶନ ଉକ୍ତ ଗ୍ରନ୍ଥମାନଙ୍କରେ ଅଛି। ପୁରାଣ ମତରେ ମୟଦାନବ ପ୍ରଧାନ ଶିଳ୍ପୀ ଥିଲା। ଗରୁଡ଼ପୁରାଣର ପୂର୍ବ ଅଣ୍ଡରେ ବାସ୍ତୁ ନିର୍ଣ୍ଣୟ ଓ ପ୍ରାସାଦ ଲକ୍ଷଣ ସମ୍ବନ୍ଧେ 2 ଟି ଅଧ୍ୟାୟ ଅଛି। ପ୍ରଥମ ଅଧ୍ୟାୟରେ ଅଛି, କିପରି ସ୍ଥାନରେ, କେଉଁ ତିଥି ନକ୍ଷତ୍ରରେ, କିପରି ପୂଜା ପଦ୍ଧତି କରି ବାସ୍ତୁ ନିର୍ମାଣ କରିବାକୁ ହେବ। 2 ୟ ଅଧ୍ୟାୟରେ ଦେବ ପ୍ରାସାଦ ନିର୍ମାଣ ପ୍ରଣାଳୀର ବର୍ଣ୍ଣନା ଅଛି। ବାସଗୃହ, ପୁର, ଗ୍ରାମ, ବାଣିଜ୍ୟାଳୟ, ପ୍ରାସାଦ, ଉପବନ, ଦୁର୍ଗ, ଦେବତନୟା ଓ ମଠ ନିର୍ମାଣ ଆରମ୍ଭବେଳେ ବାସ୍ତୁଯଜ୍ଞ କରିବ। ବାସ୍ତୁର ସମ୍ମୁଖରେ ଦେବାଳୟ, ଅଗ୍ନିକୋଣରେ ପାକଶାଳା, ପୂର୍ବଦିଗରେ ପ୍ରବେଶ ଓ ନିର୍ଗମ ମାର୍ଗ ଓ ଯାଗମଣ୍ଡପ, ଈଶାନ କୋଣରେ ପଟ୍ଟବସ୍ତ୍ରଯୁକ୍ତ ଗନ୍ଧପୁଷ୍ପାଳୟ, ଉତ୍ତରରେ ଭଣ୍ଡାର, ପଶ୍ଚିମରେ ବାତାୟନଯୁକ୍ତ ଜଳାଗାର, ନୈଋତ ଦିଗରେ ସମିଧ କୁଶ କାଷ୍ଠାଦିଗୃହ, ଅଶ୍ୱଶାଳା, ଦକ୍ଷିଣ ଦିଗରେ ମନୋରମ ଅତିଥିଶାଳା ପ୍ରସ୍ତୁତ କରିବ; ଗୃହ— ଦ୍ୱାର ଯେଡ଼େ ଦୀର୍ଘ ହେବ ତାର ଓସାର ତହିଁର ଅର୍ଦ୍ଧେକ ହେବ, ଇତ୍ୟାଦି ବିଷୟ ବିଶେଷ ଭାବରେ ବର୍ଣ୍ଣିତ ଅଛି। ଦେବପ୍ରାସାଦ ଓ ଦେବାୟତନ ପ୍ରଭୃତିର ନିର୍ମାଣ ବିଷୟରେ ବିଶେଷ ନିୟମମାନଙ୍କ ଉଲ୍ଲେଖ ଅଛି। ଦେବମନ୍ଦିର 5 ପ୍ରକାର:—ବୈରାଜ, ପୁଷ୍ପକ, ମାଳବ, କୈଳାସ, ତ୍ରିପିଷ୍ଟକ। ବୈରାଜ—ସମଚତୁରସ୍କ, ପୁଷ୍ପକ—ଆୟତାକାର, କୈଳାସ—ବୃତ୍ତାକାର, ମାଳବ—ଡିମ୍ବାକାର, ତ୍ରିପିଷ୍ଟକ— ଅଷ୍ଟାସ। ଏହି ପାଞ୍ଚ ପ୍ରକାରରୁ ଚତ୍ୱାରିଂଶ ପ୍ରକାର ମନୋରମ ପ୍ରାସାଦ ଉତ୍ପନ୍ନ। ମେରୁ, ମନ୍ଦର, ବିଶାଳ, ଭଦ୍ରକ, ସର୍ବତୋଭଦ୍ର, ରୂଚକ, ନନ୍ଦନ, ନନ୍ଦବର୍ଦ୍ଧନ, ଶ୍ରୀବତ୍ସ; ଏମାନ ଚତୁରସ୍ର ଓ ବୈରାଜ ଶ୍ରେଣୀୟ। ବଡ଼ଭୀ, ଗୃହରାଜ, ଶାଳଗୃହ, ମନ୍ଦିର, ବିମାନ, ବ୍ରହ୍ମମନ୍ଦିର, ଭବନ, ଉତ୍ତମ୍ଭ, ଶିବିକାବେଣୁ, ଏମାନ ପୁଷ୍ପକ ଶ୍ରେଣୀୟ। ବଳୟ, ଦୁନ୍ଦୁଭି, ପଦ୍ମ, ମହାପଦ୍ମ, ମୁକୁଳୀ ଶଙ୍ଖ, କଳସ, ଗୁବାକାକ୍ଷ, ମନ୍ଦିରମାନ ବୃତ୍ତାକାର ଏବଂ କୈଳାସ ଶ୍ରେଣୀୟ। ମାଳବମନ୍ଦିରରୁ ନଅ ପ୍ରକାର ଉତ୍ପନ୍ନ ଏବଂ ସେମାନ ବୃତ୍ତାୟତ (ଡିମ୍ବାକାର) ଯଥା—ଗଜ, ବୃଷଭ, ହଂସ, ଗରୁଡ଼, ସିଂହ ଭୁମୁଖ, ଭୁର, ଶ୍ରୀଜୟ, ଓ ପୃଥିବୀଧର। ବଜ୍ର, ମାଳଚକ୍ର, ମୁଷ୍ଟିକ, ବଭ୍ରୂ, ବକ୍ରୂ, ସ୍ୱସ୍ତିକ, ଖଡ୍ଗ, ଗଦା, ଶ୍ରୀବୃକ୍ଷ, ବିଜୟ, ଶ୍ୱେତ, ଏମାନେ ତ୍ରିପିଷ୍ଟକ। ଏମାନଙ୍କ ଆକାର ନାନାପ୍ରକାର; କିଏ ତ୍ରିକୋଣ, କିଏ ପଦ୍ମ ମଧ୍ୟ, କିଏ ଅର୍ଦ୍ଧଚନ୍ଦ୍ର, କିଏ ଚତୁଷ୍କୋଣ, କିଏ ଅଷ୍ଟ କୋଣ, କିଏ ଷୋଡ଼ଶ କୋଣ ଇତ୍ୟାଦି। ମନ୍ଦିରଗାତ୍ରରେ ଲତା ବୃକ୍ଷ ପ୍ରଭୃତି ଚିତ୍ରିତ ହେଉଥିଲା। କୌଣସି ମନ୍ଦିର ଅଧାରଯୁକ୍ତ ଅର୍ଥାତ୍ କଡ଼ି ଓ ବର୍ଗାଯୁକ୍ତ, କୌଣସି ମନ୍ଦିର ଆଧାରହୀନ ଅର୍ଥାତ୍ କେବଳ ଖିଲାଣ ଦ୍ୱାରା ନିର୍ମିତ। ଦେବପ୍ରାସାଦ ଆଗରେ ଦଶ ହସ୍ତ ବା ଦ୍ୱାଦଷ ହସ୍ତ, ପରିମତ, 16 ସ୍ତମ୍ଭଯୁକ୍ତ ଓ ଅଷ୍ଟଧ୍ୱଜୋପଶୋଭିତ ମଣ୍ଡପ ପ୍ରସ୍ତୁତ ହୋଇ ତହିଁ ମଧ୍ୟରେ ଯଜ୍ଞ ବେଦୀ ପ୍ରଭୃତି ନିର୍ମାଣ କରା ଯାଉଥିଲା। ଅଗ୍ନିପୁରାଣରେ ବାସ୍ତୁ ଲକ୍ଷଣ ବର୍ଣ୍ଣିତ ହୋଇଛି। ମତ୍ସ୍ୟପୁରାଣରେ ମଧ୍ୟ ଏ ବିଷୟ ବର୍ଣ୍ଣିତ ହୋଇଅଛି। ଏଥିରୁ ଜଣାଯାଏ, ବାସ୍ତୁବିଦ୍ଯା ସମ୍ବନ୍ଧେ ପ୍ରାଚୀନଭାରତରେ ଅନେକ ଗ୍ରନ୍ଥ ଥିଲା ଏବଂ କ୍ଷେତ୍ରବ୍ଯବହାର ପ୍ରଭୃତି ନିୟମାନୁସାରେ ଅଟ୍ଟାଳିକା ପ୍ରଭୃତି ନିର୍ମିତ ହେଉଥିଲା। ମତ୍ସ୍ୟରୂପ ବିଷ୍ଣୁଙ୍କଠାରୁ ମହର୍ଷି ମନୁ ପ୍ରଥମେ ବାସ୍ତୁ ଶାସ୍ତ୍ର ପ୍ରାପ୍ତ ହୋଇଥିଲେ। ପରେ ଭୃଗୁ, ଅତ୍ରି, ବଶିଷ୍ଠ, ବିଶ୍ୱକର୍ମା, ମୟ, ନାରଦ, ନଗ୍ନଜିତ, ବିଶାଳାକ୍ଷ, ପୁରନ୍ଦର, ବ୍ରହ୍ମା, କାର୍ତ୍ତିକେୟ, ନନ୍ଦୀଶ୍ୱର, ଶୌନକ, ଗର୍ଗ, ବାସ୍ତୁଦେବ, ଅନିରୁଦ୍ଧ, ଶୁକ୍ର ଏବଂ ବୃହସ୍ପତି ବାସ୍ତୁଶାସ୍ତ୍ରୋପଦେଷ୍ଟା ହୋଇଥିଲେ। ମତ୍ସ୍ୟପୁରାଣରେ ରାଜଭବନର ବର୍ଣ୍ଣନା ଅଛି। ସେଥିରୁ ଜଣାଯାଏ, ରାଜଭବନ ପାଞ୍ଚପ୍ରକାର— 108 ହାତ ବିସ୍ତୃତ ଭବନ ଉତ୍ତମ। ଅନ୍ଯ ଚାରିପ୍ରକାର ଯଥାକ୍ରମେ ଆଠ ହାତ ପରିମାଣରେ ଉଣା। ରାଜଭବନର ବିସ୍ତାର ଯେତେ, ଦୈର୍ଘ୍ୟ ତାର ଚାରିଗୁଣ; ଯୁବରାଜ, ସେନାପତି, ମନ୍ତ୍ରୀ, ଶିଳ୍ପୀ, କଞ୍ଚୁକୀ, ଗଣିକା, ଦୈବଜ୍ଞ, ଗୁରୁ, ବୈଦ୍ୟ, ସଭାସ୍ତାର, ପୁରୋହିତ, ଏ ପ୍ରତ୍ୟେକଙ୍କର ବାସଭବନର ଦୈର୍ଘ୍ୟ ଓ ପ୍ରସ୍ଥ ବର୍ଣ୍ଣିତ ଅଛି। ସ୍ତମ୍ଭର ଉଚ୍ଚତାକୁ ସାତଗୁଣ କରି 80 ରେ ହରିଲେ ସ୍ତମ୍ଭର ସ୍ଥୂଳତା ସ୍ଥିର ହେବ। ହିନ୍ଦୁମାନଙ୍କ ସ୍ଥାପତ୍ୟ ବିଦ୍ଯା 'ଅତି ପ୍ରାଚୀନ। କାଳକ୍ରମେ ତହିଁର ଅଧିକାଂଶ ଲୋପ ହୋଇଗଲାଣି। ଇଲୋରାର ଗୁହା ମନ୍ଦିର, ଏଲିଫାଣ୍ଟା ଗୁହା ମନ୍ଦିର, ଖଣ୍ଡଗିରିର ଗୁହା ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ରାଣୀ ଦେଉଳ ଆଦି, ତାଞ୍ଜୋରର ମନ୍ଦିର, ସୌବହ୍ମଣ୍ୟ, ମନ୍ଦିରପ୍ରଭୃତି ପାଚୀନ ଶିଳ୍ପର ନିଦର୍ଶନ ଅବଧି ରହିଅଛି। ପାଶ୍ଚାତ୍ୟ ପଣ୍ଡିତମାନେ ପ୍ରାଚୀନ ସ୍ଥାପତ୍ୟକୁ 3 ପ୍ରଣାଳୀରେ ବିଭକ୍ତ କରିଅଛନ୍ତି। 1 ମ ଦ୍ରାବିଡ଼ୀ ବା ଦକ୍ଷିଣାତ୍ୟଦେଶୀୟ, 2 ୟ ଓଡ଼ିଆ ବା ଉତ୍ତରଭାରତୀୟ, 3 ୟ ଚୌଲୁକ୍ୟ; କୃଷ୍ଣା ନଦୀର ଦକ୍ଷିଣସ୍ଥ ଦେଶର ମନ୍ଦିରମାନ ବା ଦ୍ରାବିଡ଼ୀଜାତୀୟ; ରାମେଶ୍ୱରରେ ଏ ପ୍ରଣାଳୀ ପୂର୍ଣ୍ଣ ପ୍ରକଟିତ। ଭୁବନେଶ୍ୱର ଓ ପୁରୀଧାମର ସ୍ଥାପତ୍ୟ ଦ୍ୱିତୀୟଶ୍ରେଣୀର। କୃଷ୍ଣାନଦୀର ଉତ୍ତରସ୍ଥିତ ବିନ୍ଧ୍ୟପର୍ବତ— ଶ୍ରେଣୀର ଦକ୍ଷିଣବର୍ତ୍ତା ପ୍ରଦେଶରେ 3 ୟ ପ୍ରଣାଳୀ ପ୍ରକଟିତ। ବୌଦ୍ଧମାନେ ଗୃହା ଅଭ୍ୟନ୍ତରରେ ମନ୍ଦିର ଖୋଳୁ ଥିଲେ ଏବଂ ହିନ୍ଦୁମାନେ ଗୁହା ବାହାରରେ ମନ୍ଦିର ନିର୍ମାଣ କରୁଥିଲେ। ଭାରତବର୍ଷରେ ଶିଳ୍ପ ଓ ସ୍ଥାପତ୍ୟର ଆଦର୍ଶ ନାନାପ୍ରକାରର ଅଛି। ତାହା ସବୁ ବର୍ଣ୍ଣନା କରିବା ସହଜ ନୁହେ। ପାଶ୍ଚାତ୍ୟ ପଣ୍ଡିତମାନେ ଭାରତୀୟ ଶିଳ୍ପର ଭୂୟସୀ ପ୍ରଶଂସା କରିଅଛନ୍ତି ଏବଂ ତାହା ଦେଖି ବିସ୍ମୟ— ବିମୁଗ୍ଧ ହୋଇଅଛନ୍ତି। ସେମାନେ କହନ୍ତି, ଭାରତୀୟ ଶିଳ୍ପର ଐଶ୍ୱର୍ଯ୍ଯ ବର୍ଣ୍ଣନା କରିବାପାଇଁ ସେମାନଙ୍କ ଭାଷା ଅକ୍ଷମ ଓ ଭାରତୀୟମାନଙ୍କ ଶିଳ୍ପର ଐଶ୍ୱର୍ଯ୍ଯ ଜଗତରେ ଅତୁଳନୀୟ। — ବାସ୍ତୁ ବିଦ୍ଯା ବା ସ୍ଥାପତ୍ୟରେ ପ୍ରାଚୀନ ଭାରତବର୍ଷର ପ୍ରତିଷ୍ଠା ଅବିସଂବାଦିତ ସହସ୍ର ସ୍ତମ୍ଭଯୁକ୍ତ ଅଟ୍ଟାଳିକା ଭାରତରେ ଥିଲା (ଋଗ୍ ବେଦ1\41\5ମ); ଇନ୍ଦ୍ର ଦିବୋଦାସଙ୍କୁ ପାଷାଣ ନିର୍ମିତ ଶତ ସଂଖ୍ୟକ ପୁରୀ ଦାନ କରିଥିଲେ (ଋଗ୍ ବେଦ4\30\20); ରାମାୟଣରେ ଅଯୋଧ୍ୟାର ଓ ଲଙ୍କାର ଯେଉଁ ବର୍ଣ୍ଣନା ଅଛି ତହିଁରୁ ପ୍ରାଚୀନ ଭାରତର ସ୍ଥାପତ୍ୟ ବିଦ୍ୟାର ଚରମୋତ୍କର୍ଷର ସ୍ପଷ୍ଟ ପରିଚୟ ମିଳେ ମହାଭାରତରେ ପାଣ୍ଡବାଦିଙ୍କ ରାଜଧାନୀ, ମଗଧାଦି ରାଜଧାନୀ ଓ ରାଜସୂୟ ଯଜ୍ଞ ମଣ୍ଡପର ଯେଉଁ ସବୁ ବର୍ଣ୍ଣନା ଅଛି ତାହା ଅତୁଳନୀୟ ସେ ସବୁର ବିସ୍ତୃତ ବର୍ଣ୍ଣନା— ପାଇଁ ଏଠାରେ ସ୍ଥାନାଭାବ ପାଠକମାନେ ମହାଭାରତ ରାମାୟଣ ପାଠ କଲେ ଆପଣାର କୌତୂହଳ ଚରିତାର୍ଥ କରିପାରିବେ ସ୍ଫଟିକ ନିର୍ମିତ ସୋପାନ, ଶିଳାପଟ୍ଟାବଦ୍ଧ ବେଦିକା ପ୍ରଭୃତି ସ୍ଥାପତ୍ୟ ଓ ଶିଳ୍ପ ପ୍ରାଚୁର୍ଯ୍ଯର ପୂର୍ଣ୍ଣ ନିଦର୍ଶନ ଉକ୍ତ ଗ୍ରନ୍ଥମାନଙ୍କରେ ଅଛି ପୁରାଣ ମତରେ ମୟଦାନବ ପ୍ରଧାନ ଶିଳ୍ପୀ ଥିଲା ଗରୁଡ଼ପୁରାଣର ପୂର୍ବ ଅଣ୍ଡରେ ବାସ୍ତୁ ନିର୍ଣ୍ଣୟ ଓ ପ୍ରାସାଦ ଲକ୍ଷଣ ସମ୍ବନ୍ଧେ2ଟି ଅଧ୍ୟାୟ ଅଛି ପ୍ରଥମ ଅଧ୍ୟାୟରେ ଅଛି, କିପରି ସ୍ଥାନରେ, କେଉଁ ତିଥି ନକ୍ଷତ୍ରରେ, କିପରି ପୂଜା ପଦ୍ଧତି କରି ବାସ୍ତୁ ନିର୍ମାଣ କରିବାକୁ ହେବ2ୟ ଅଧ୍ୟାୟରେ ଦେବ ପ୍ରାସାଦ ନିର୍ମାଣ ପ୍ରଣାଳୀର ବର୍ଣ୍ଣନା ଅଛି ବାସଗୃହ, ପୁର, ଗ୍ରାମ, ବାଣିଜ୍ୟାଳୟ, ପ୍ରାସାଦ, ଉପବନ, ଦୁର୍ଗ, ଦେବତନୟା ଓ ମଠ ନିର୍ମାଣ ଆରମ୍ଭବେଳେ ବାସ୍ତୁଯଜ୍ଞ କରିବ ବାସ୍ତୁର ସମ୍ମୁଖରେ ଦେବାଳୟ, ଅଗ୍ନିକୋଣରେ ପାକଶାଳା, ପୂର୍ବଦିଗରେ ପ୍ରବେଶ ଓ ନିର୍ଗମ ମାର୍ଗ ଓ ଯାଗମଣ୍ଡପ, ଈଶାନ କୋଣରେ ପଟ୍ଟବସ୍ତ୍ରଯୁକ୍ତ ଗନ୍ଧପୁଷ୍ପାଳୟ, ଉତ୍ତରରେ ଭଣ୍ଡାର, ପଶ୍ଚିମରେ ବାତାୟନଯୁକ୍ତ ଜଳାଗାର, ନୈଋତ ଦିଗରେ ସମିଧ କୁଶ କାଷ୍ଠାଦିଗୃହ, ଅଶ୍ୱଶାଳା, ଦକ୍ଷିଣ ଦିଗରେ ମନୋରମ ଅତିଥିଶାଳା ପ୍ରସ୍ତୁତ କରିବ; ଗୃହ— ଦ୍ୱାର ଯେଡ଼େ ଦୀର୍ଘ ହେବ ତାର ଓସାର ତହିଁର ଅର୍ଦ୍ଧେକ ହେବ, ଇତ୍ୟାଦି ବିଷୟ ବିଶେଷ ଭାବରେ ବର୍ଣ୍ଣିତ ଅଛି ଦେବପ୍ରାସାଦ ଓ ଦେବାୟତନ ପ୍ରଭୃତିର ନିର୍ମାଣ ବିଷୟରେ ବିଶେଷ ନିୟମମାନଙ୍କ ଉଲ୍ଲେଖ ଅଛି ଦେବମନ୍ଦିର5ପ୍ରକାର:—ବୈରାଜ, ପୁଷ୍ପକ, ମାଳବ, କୈଳାସ, ତ୍ରିପିଷ୍ଟକ ବୈରାଜ—ସମଚତୁରସ୍କ, ପୁଷ୍ପକ—ଆୟତାକାର, କୈଳାସ—ବୃତ୍ତାକାର, ମାଳବ—ଡିମ୍ବାକାର, ତ୍ରିପିଷ୍ଟକ— ଅଷ୍ଟାସ ଏହି ପାଞ୍ଚ ପ୍ରକାରରୁ ଚତ୍ୱାରିଂଶ ପ୍ରକାର ମନୋରମ ପ୍ରାସାଦ ଉତ୍ପନ୍ନ ମେରୁ, ମନ୍ଦର, ବିଶାଳ, ଭଦ୍ରକ, ସର୍ବତୋଭଦ୍ର, ରୂଚକ, ନନ୍ଦନ, ନନ୍ଦବର୍ଦ୍ଧନ, ଶ୍ରୀବତ୍ସ; ଏମାନ ଚତୁରସ୍ର ଓ ବୈରାଜ ଶ୍ରେଣୀୟ ବଡ଼ଭୀ, ଗୃହରାଜ, ଶାଳଗୃହ, ମନ୍ଦିର, ବିମାନ, ବ୍ରହ୍ମମନ୍ଦିର, ଭବନ, ଉତ୍ତମ୍ଭ, ଶିବିକାବେଣୁ, ଏମାନ ପୁଷ୍ପକ ଶ୍ରେଣୀୟ ବଳୟ, ଦୁନ୍ଦୁଭି, ପଦ୍ମ, ମହାପଦ୍ମ, ମୁକୁଳୀ ଶଙ୍ଖ, କଳସ, ଗୁବାକାକ୍ଷ, ମନ୍ଦିରମାନ ବୃତ୍ତାକାର ଏବଂ କୈଳାସ ଶ୍ରେଣୀୟ ମାଳବମନ୍ଦିରରୁ ନଅ ପ୍ରକାର ଉତ୍ପନ୍ନ ଏବଂ ସେମାନ ବୃତ୍ତାୟତ (ଡିମ୍ବାକାର) ଯଥା—ଗଜ, ବୃଷଭ, ହଂସ, ଗରୁଡ଼, ସିଂହ ଭୁମୁଖ, ଭୁର, ଶ୍ରୀଜୟ, ଓ ପୃଥିବୀଧର ବଜ୍ର, ମାଳଚକ୍ର, ମୁଷ୍ଟିକ, ବଭ୍ରୂ, ବକ୍ରୂ, ସ୍ୱସ୍ତିକ, ଖଡ୍ଗ, ଗଦା, ଶ୍ରୀବୃକ୍ଷ, ବିଜୟ, ଶ୍ୱେତ, ଏମାନେ ତ୍ରିପିଷ୍ଟକ ଏମାନଙ୍କ ଆକାର ନାନାପ୍ରକାର; କିଏ ତ୍ରିକୋଣ, କିଏ ପଦ୍ମ ମଧ୍ୟ, କିଏ ଅର୍ଦ୍ଧଚନ୍ଦ୍ର, କିଏ ଚତୁଷ୍କୋଣ, କିଏ ଅଷ୍ଟ କୋଣ, କିଏ ଷୋଡ଼ଶ କୋଣ ଇତ୍ୟାଦି ମନ୍ଦିରଗାତ୍ରରେ ଲତା ବୃକ୍ଷ ପ୍ରଭୃତି ଚିତ୍ରିତ ହେଉଥିଲା କୌଣସି ମନ୍ଦିର ଅଧାରଯୁକ୍ତ ଅର୍ଥାତ୍ କଡ଼ି ଓ ବର୍ଗାଯୁକ୍ତ, କୌଣସି ମନ୍ଦିର ଆଧାରହୀନ ଅର୍ଥାତ୍ କେବଳ ଖିଲାଣ ଦ୍ୱାରା ନିର୍ମିତ ଦେବପ୍ରାସାଦ ଆଗରେ ଦଶ ହସ୍ତ ବା ଦ୍ୱାଦଷ ହସ୍ତ, ପରିମତ,16ସ୍ତମ୍ଭଯୁକ୍ତ ଓ ଅଷ୍ଟଧ୍ୱଜୋପଶୋଭିତ ମଣ୍ଡପ ପ୍ରସ୍ତୁତ ହୋଇ ତହିଁ ମଧ୍ୟରେ ଯଜ୍ଞ ବେଦୀ ପ୍ରଭୃତି ନିର୍ମାଣ କରା ଯାଉଥିଲା ଅଗ୍ନିପୁରାଣରେ ବାସ୍ତୁ ଲକ୍ଷଣ ବର୍ଣ୍ଣିତ ହୋଇଛି ମତ୍ସ୍ୟପୁରାଣରେ ମଧ୍ୟ ଏ ବିଷୟ ବର୍ଣ୍ଣିତ ହୋଇଅଛି ଏଥିରୁ ଜଣାଯାଏ, ବାସ୍ତୁବିଦ୍ଯା ସମ୍ବନ୍ଧେ ପ୍ରାଚୀନଭାରତରେ ଅନେକ ଗ୍ରନ୍ଥ ଥିଲା ଏବଂ କ୍ଷେତ୍ରବ୍ଯବହାର ପ୍ରଭୃତି ନିୟମାନୁସାରେ ଅଟ୍ଟାଳିକା ପ୍ରଭୃତି ନିର୍ମିତ ହେଉଥିଲା ମତ୍ସ୍ୟରୂପ ବିଷ୍ଣୁଙ୍କଠାରୁ ମହର୍ଷି ମନୁ ପ୍ରଥମେ ବାସ୍ତୁ ଶାସ୍ତ୍ର ପ୍ରାପ୍ତ ହୋଇଥିଲେ ପରେ ଭୃଗୁ, ଅତ୍ରି, ବଶିଷ୍ଠ, ବିଶ୍ୱକର୍ମା, ମୟ, ନାରଦ, ନଗ୍ନଜିତ, ବିଶାଳାକ୍ଷ, ପୁରନ୍ଦର, ବ୍ରହ୍ମା, କାର୍ତ୍ତିକେୟ, ନନ୍ଦୀଶ୍ୱର, ଶୌନକ, ଗର୍ଗ, ବାସ୍ତୁଦେବ, ଅନିରୁଦ୍ଧ, ଶୁକ୍ର ଏବଂ ବୃହସ୍ପତି ବାସ୍ତୁଶାସ୍ତ୍ରୋପଦେଷ୍ଟା ହୋଇଥିଲେ ମତ୍ସ୍ୟପୁରାଣରେ ରାଜଭବନର ବର୍ଣ୍ଣନା ଅଛି ସେଥିରୁ ଜଣାଯାଏ, ରାଜଭବନ ପାଞ୍ଚପ୍ରକାର—108ହାତ ବିସ୍ତୃତ ଭବନ ଉତ୍ତମ ଅନ୍ଯ ଚାରିପ୍ରକାର ଯଥାକ୍ରମେ ଆଠ ହାତ ପରିମାଣରେ ଉଣା ରାଜଭବନର ବିସ୍ତାର ଯେତେ, ଦୈର୍ଘ୍ୟ ତାର ଚାରିଗୁଣ; ଯୁବରାଜ, ସେନାପତି, ମନ୍ତ୍ରୀ, ଶିଳ୍ପୀ, କଞ୍ଚୁକୀ, ଗଣିକା, ଦୈବଜ୍ଞ, ଗୁରୁ, ବୈଦ୍ୟ, ସଭାସ୍ତାର, ପୁରୋହିତ, ଏ ପ୍ରତ୍ୟେକଙ୍କର ବାସଭବନର ଦୈର୍ଘ୍ୟ ଓ ପ୍ରସ୍ଥ ବର୍ଣ୍ଣିତ ଅଛି ସ୍ତମ୍ଭର ଉଚ୍ଚତାକୁ ସାତଗୁଣ କରି80ରେ ହରିଲେ ସ୍ତମ୍ଭର ସ୍ଥୂଳତା ସ୍ଥିର ହେବ ହିନ୍ଦୁମାନଙ୍କ ସ୍ଥାପତ୍ୟ ବିଦ୍ଯା 'ଅତି ପ୍ରାଚୀନ କାଳକ୍ରମେ ତହିଁର ଅଧିକାଂଶ ଲୋପ ହୋଇଗଲାଣି ଇଲୋରାର ଗୁହା ମନ୍ଦିର, ଏଲିଫାଣ୍ଟା ଗୁହା ମନ୍ଦିର, ଖଣ୍ଡଗିରିର ଗୁହା ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ରାଣୀ ଦେଉଳ ଆଦି, ତାଞ୍ଜୋରର ମନ୍ଦିର, ସୌବହ୍ମଣ୍ୟ, ମନ୍ଦିରପ୍ରଭୃତି ପାଚୀନ ଶିଳ୍ପର ନିଦର୍ଶନ ଅବଧି ରହିଅଛି ପାଶ୍ଚାତ୍ୟ ପଣ୍ଡିତମାନେ ପ୍ରାଚୀନ ସ୍ଥାପତ୍ୟକୁ3ପ୍ରଣାଳୀରେ ବିଭକ୍ତ କରିଅଛନ୍ତି1ମ ଦ୍ରାବିଡ଼ୀ ବା ଦକ୍ଷିଣାତ୍ୟଦେଶୀୟ,2ୟ ଓଡ଼ିଆ ବା ଉତ୍ତରଭାରତୀୟ,3ୟ ଚୌଲୁକ୍ୟ; କୃଷ୍ଣା ନଦୀର ଦକ୍ଷିଣସ୍ଥ ଦେଶର ମନ୍ଦିରମାନ ବା ଦ୍ରାବିଡ଼ୀଜାତୀୟ; ରାମେଶ୍ୱରରେ ଏ ପ୍ରଣାଳୀ ପୂର୍ଣ୍ଣ ପ୍ରକଟିତ ଭୁବନେଶ୍ୱର ଓ ପୁରୀଧାମର ସ୍ଥାପତ୍ୟ ଦ୍ୱିତୀୟଶ୍ରେଣୀର କୃଷ୍ଣାନଦୀର ଉତ୍ତରସ୍ଥିତ ବିନ୍ଧ୍ୟପର୍ବତ— ଶ୍ରେଣୀର ଦକ୍ଷିଣବର୍ତ୍ତା ପ୍ରଦେଶରେ3ୟ ପ୍ରଣାଳୀ ପ୍ରକଟିତ ବୌଦ୍ଧମାନେ ଗୃହା ଅଭ୍ୟନ୍ତରରେ ମନ୍ଦିର ଖୋଳୁ ଥିଲେ ଏବଂ ହିନ୍ଦୁମାନେ ଗୁହା ବାହାରରେ ମନ୍ଦିର ନିର୍ମାଣ କରୁଥିଲେ ଭାରତବର୍ଷରେ ଶିଳ୍ପ ଓ ସ୍ଥାପତ୍ୟର ଆଦର୍ଶ ନାନାପ୍ରକାରର ଅଛି ତାହା ସବୁ ବର୍ଣ୍ଣନା କରିବା ସହଜ ନୁହେ ପାଶ୍ଚାତ୍ୟ ପଣ୍ଡିତମାନେ ଭାରତୀୟ ଶିଳ୍ପର ଭୂୟସୀ ପ୍ରଶଂସା କରିଅଛନ୍ତି ଏବଂ ତାହା ଦେଖି ବିସ୍ମୟ— ବିମୁଗ୍ଧ ହୋଇଅଛନ୍ତି ସେମାନେ କହନ୍ତି, ଭାରତୀୟ ଶିଳ୍ପର ଐଶ୍ୱର୍ଯ୍ଯ ବର୍ଣ୍ଣନା କରିବାପାଇଁ ସେମାନଙ୍କ ଭାଷା ଅକ୍ଷମ ଓ ଭାରତୀୟମାନଙ୍କ ଶିଳ୍ପର ଐଶ୍ୱର୍ଯ୍ଯ ଜଗତରେ ଅତୁଳନୀୟ
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ଅଧ୍ୟାପକ ହର୍ଣ୍ଣେଲ ସାହେବ କହିଛନ୍ତି ହିନ୍ଦୁମାନଙ୍କ ଭାସ୍କର କାର୍ଯ୍ୟ ସଙ୍ଗେ ଗ୍ରୀସ ଓ ମିସରର ସ୍ଥାପତ୍ୟ ତୁଳନା କରା ଯାଇ ନ ପାରେ; ହିନ୍ଦୁ ସ୍ଥାପତ୍ୟ ସେ ସବୁକୁ ପରାଭୂତ କରିଛି। ଏ ପ୍ରକାର ମୂର୍ତ୍ତିପ୍ରଭୃତିର ଖୋଦନ କାର୍ଯ୍ୟ ବିଶେଷତଃ ତନ୍ମଧ୍ୟସ୍ଥ ବୃକ୍ଷ ଲତାର ସମାବେଶ ପରିପାଟ୍ୟରେ ଯେଉଁ ଉଚ୍ଚ ଦରର ସୌନ୍ଦର୍ଯ୍ଯ ବିକାଶ ପାଉଛି, ଅନ୍ଯ କୌଣସି ଦେଶରେ ତହିଁର ତୁଳନା ନାହିଁ। ବୌଦ୍ଧମାନଙ୍କର ସ୍ତୁପ ଆଦର୍ଶରେ ପାଶ୍ଚାତ୍ୟଦେଶର ଗୀର୍ଜାର ଚୂଡ଼ାସମୂହ ନିର୍ମିତ ହୋଇଅଛି (ଅଧ୍ୟାପକ ୱେବର୍)। ହଣ୍ଟର ସାହେବ କହିଛନ୍ତି; ଆଜି ପର୍ଯ୍ୟନ୍ତ ଇଂରେଜଜାତି ମଧ୍ୟରେ ଯେଉଁ ସବୁ ଆଳଙ୍କାରିକ ଶିଳ୍ପସ୍ଥାପତ୍ୟ ବିଦ୍ଯମାନ ତହିଁର ଅଧିକାଂଶ ଭାରତବର୍ଷର ଆଦର୍ଶରୁ ପରିଗୃହୀତ। ଏହିପରି ପାଶ୍ଚାତ୍ୟ ପଣ୍ଡିତମାନେ ଭାରତୀୟ ଶିଳ୍ପର ଭୂୟସୀ ପ୍ରଶଂସା କରି ଯାଇଅଛନ୍ତି।
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ଆଲେଖ୍ୟ ବା ଚିତ୍ର ଶିଳ୍ପରେ ହିନ୍ଦୁମାନେ ପ୍ରଭୂତ ଉନ୍ନତି କରିଥିଲେ। ସ୍ଥାପତ୍ୟର ଉନ୍ନତିରୁ ଚିତ୍ର ଶିଳ୍ପର ଅବସ୍ଥା ସହଜରେ ଅନୁମାନ କରାଯାଇ ପାରିବ। ସଂହିତା ଶାସ୍ତ୍ରରେ ଚିତ୍ର ବ୍ଯବସାୟୀ ଜାତିର ଉଲ୍ଲେଖ ଅଛି। ବୈଶ୍ୟମାନଙ୍କ ମଧ୍ୟରୁ କେହି କେହି ଚିତ୍ର କାର୍ଯ୍ୟ କରୁଥିଲେ। ଶୁକ୍ଳ ଯଜୁର୍ବେଦର 30 ଅଧ୍ୟାୟରେ ଚିତ୍ରକର ଏବଂ ଖୋଦନ କାର ଜାତିର ଉଲ୍ଲେଖ ଅଛି। ରାମାୟଣ, ମହାଭାରତ ଓ ପୁରାଣାଦି ଗ୍ରନ୍ଥରେ ଚିତ୍ର ଶିଳ୍ପର ଉନ୍ନତି ବିଷୟ ଉଲ୍ଲେଖ ଅଛି। ଚିତ୍ରପଟଶୋଭିତ ଗୃହର ବର୍ଣ୍ଣନା ରାମାୟଣ ଅଛି। ରାବଣର ଗୃହ ଚିତ୍ରପଟ ଶୋଭିତ ଥିଲା। ରାମଚନ୍ଦ୍ରଙ୍କ ବନ ଗମନ ସମୟରେ ଯେତେ ଲୋକ ତାଙ୍କ ସହିତ ଅଧବାଟକୁ ଯାଇଥିଲେ ସେମାନଙ୍କ ମଧ୍ୟରେ ଅନେକ ଚିତ୍ରକର ମଧ୍ୟ ଥିଲେ। ଭାଗବତ ଓ ହରିବଂଶରେ ଚିତ୍ରବିଦ୍ୟାର ପରିଚୟ ମିଳେ। ବିଶ୍ୱକର୍ମା ପ୍ରବର୍ତ୍ତିତ ଶିଳ୍ପ ଶାସ୍ତ୍ରରେ ଚିତ୍ର ଶିଳ୍ପ ବିଷୟର ଉଲ୍ଲେଖ ଅଛି। ଅଜନ୍ତାରେ ବହୁ ଅଙ୍କିତ ଚିତ୍ର ଅଛି। ଚିତ୍ରରେ ଭାବର ଅଭିବ୍ୟକ୍ତି ହେବା ବିଶେଷ ଆବଶ୍ୟକ। ଉତ୍କଳରେ ଚିତ୍ରବିଦ୍ୟା ପ୍ରଭୂତ ଉନ୍ନତି ଲାଭ କରିଥିଲା। ଏଥିରେ ସ୍ତ୍ରୀଲୋକମାନେ ବିଶେଷ ପାରଦର୍ଶିତା ଲାଭ କରି— ଥିଲେ।କାର୍ତ୍ତିକ ମାସରେ ଚଉରାମୂଳେ ଚିତା ଲେଖିବା, ମାଣବସା ଗୁରୁବାରରେ କାନ୍ଥବାଡ଼ରେ ଚିତା ଅଙ୍କିବା, ବିବାହ ପ୍ରଭୃତି ଉତ୍ସବ କାର୍ଯ୍ୟରେ କାନ୍ଥବାଡ଼ରେ ନାନା ପ୍ରକାର ଚିତ୍ର ଓ ଚିତ୍ରବନ୍ଧମାନଙ୍କ ଅଙ୍କନ ଅଦ୍ୟାବଧି ପ୍ରଚଳନ ଅଛି। ହିନ୍ଦୁ ତଥା ଉତ୍କଳୀୟ ପ୍ରତ୍ୟେକ କାର୍ଯ୍ୟରେ ଶିଳ୍ପବିକାଶ ପାଉଥିଲା। କୋଣାର୍କ ମନ୍ଦିରର ଖୋଦିତ ଶିଳ୍ପ ଜଗତରେ ଅତୁଳନୀୟ। ଏହି ଶିଳ୍ପପ୍ରକଟ କରିବା ପାଇଁ ଓଡ଼ିଶାର ବାର ବର୍ଷର ରାଜସ୍ୱ ବ୍ଯୟ କରାଯାଇଥିଲା। — ଆଲେଖ୍ୟ ବା ଚିତ୍ର ଶିଳ୍ପରେ ହିନ୍ଦୁମାନେ ପ୍ରଭୂତ ଉନ୍ନତି କରିଥିଲେ ସ୍ଥାପତ୍ୟର ଉନ୍ନତିରୁ ଚିତ୍ର ଶିଳ୍ପର ଅବସ୍ଥା ସହଜରେ ଅନୁମାନ କରାଯାଇ ପାରିବ ସଂହିତା ଶାସ୍ତ୍ରରେ ଚିତ୍ର ବ୍ଯବସାୟୀ ଜାତିର ଉଲ୍ଲେଖ ଅଛି ବୈଶ୍ୟମାନଙ୍କ ମଧ୍ୟରୁ କେହି କେହି ଚିତ୍ର କାର୍ଯ୍ୟ କରୁଥିଲେ ଶୁକ୍ଳ ଯଜୁର୍ବେଦର30ଅଧ୍ୟାୟରେ ଚିତ୍ରକର ଏବଂ ଖୋଦନ କାର ଜାତିର ଉଲ୍ଲେଖ ଅଛି ରାମାୟଣ, ମହାଭାରତ ଓ ପୁରାଣାଦି ଗ୍ରନ୍ଥରେ ଚିତ୍ର ଶିଳ୍ପର ଉନ୍ନତି ବିଷୟ ଉଲ୍ଲେଖ ଅଛି ଚିତ୍ରପଟଶୋଭିତ ଗୃହର ବର୍ଣ୍ଣନା ରାମାୟଣ ଅଛି ରାବଣର ଗୃହ ଚିତ୍ରପଟ ଶୋଭିତ ଥିଲା ରାମଚନ୍ଦ୍ରଙ୍କ ବନ ଗମନ ସମୟରେ ଯେତେ ଲୋକ ତାଙ୍କ ସହିତ ଅଧବାଟକୁ ଯାଇଥିଲେ ସେମାନଙ୍କ ମଧ୍ୟରେ ଅନେକ ଚିତ୍ରକର ମଧ୍ୟ ଥିଲେ ଭାଗବତ ଓ ହରିବଂଶରେ ଚିତ୍ରବିଦ୍ୟାର ପରିଚୟ ମିଳେ ବିଶ୍ୱକର୍ମା ପ୍ରବର୍ତ୍ତିତ ଶିଳ୍ପ ଶାସ୍ତ୍ରରେ ଚିତ୍ର ଶିଳ୍ପ ବିଷୟର ଉଲ୍ଲେଖ ଅଛି ଅଜନ୍ତାରେ ବହୁ ଅଙ୍କିତ ଚିତ୍ର ଅଛି ଚିତ୍ରରେ ଭାବର ଅଭିବ୍ୟକ୍ତି ହେବା ବିଶେଷ ଆବଶ୍ୟକ ଉତ୍କଳରେ ଚିତ୍ରବିଦ୍ୟା ପ୍ରଭୂତ ଉନ୍ନତି ଲାଭ କରିଥିଲା ଏଥିରେ ସ୍ତ୍ରୀଲୋକମାନେ ବିଶେଷ ପାରଦର୍ଶିତା ଲାଭ କରି— ଥିଲେକାର୍ତ୍ତିକ ମାସରେ ଚଉରାମୂଳେ ଚିତା ଲେଖିବା, ମାଣବସା ଗୁରୁବାରରେ କାନ୍ଥବାଡ଼ରେ ଚିତା ଅଙ୍କିବା, ବିବାହ ପ୍ରଭୃତି ଉତ୍ସବ କାର୍ଯ୍ୟରେ କାନ୍ଥବାଡ଼ରେ ନାନା ପ୍ରକାର ଚିତ୍ର ଓ ଚିତ୍ରବନ୍ଧମାନଙ୍କ ଅଙ୍କନ ଅଦ୍ୟାବଧି ପ୍ରଚଳନ ଅଛି ହିନ୍ଦୁ ତଥା ଉତ୍କଳୀୟ ପ୍ରତ୍ୟେକ କାର୍ଯ୍ୟରେ ଶିଳ୍ପବିକାଶ ପାଉଥିଲା କୋଣାର୍କ ମନ୍ଦିରର ଖୋଦିତ ଶିଳ୍ପ ଜଗତରେ ଅତୁଳନୀୟ ଏହି ଶିଳ୍ପପ୍ରକଟ କରିବା ପାଇଁ ଓଡ଼ିଶାର ବାର ବର୍ଷର ରାଜସ୍ୱ ବ୍ଯୟ କରାଯାଇଥିଲା
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ଚିତ୍ରଦ୍ୱାରା ମନୁଷ୍ୟ ତାହାର ମନୋଭାବ ବ୍ୟକ୍ତ କରିପାରୁ ଥିଲା। ମୌର୍ତ୍ତିକ ଅକ୍ଷର ଏହି କାରଣରୁ ଜନ୍ମିଥିଲା। ତନ୍ତୁ— ଶିଳ୍ପ ଭାରତରେ ଏତେ ଉନ୍ନତ ହୋଇଥିଲା ଯେ, ତାହା ଜଗତରେ ଶୀର୍ଷସ୍ଥାନ ଅଧିକାର କରିଥିଲା। ଭାରତର ସରୁ ସୂକ୍ଷ୍ମ ଲୁଗା ଉପରେ ପ୍ରକଟିତ କାରୁକାର୍ଯ୍ୟର ସୌନ୍ଦର୍ଯ୍ଯ ଓ ମାଧୁର୍ଯ୍ଯ ଜଗତରେ ଅତୁଳନୀୟ। ଆଜି କଳ ସାହାଯ୍ଯରେ ନାନା ପ୍ରକାର ଶିଳ୍ପ କାର୍ଯ୍ୟ କରାଯାଉଛି। ମାତ୍ର ଭାରତୀୟ ଶିଳ୍ପୀ ଏପରି ଦକ୍ଷତା ଲାଭ କରିଥିଲା ଯେ ହସ୍ତଜାତ ଶିଳ୍ପ ଦ୍ରବ୍ୟ ସଙ୍ଗେ କଳଜାତ ଶିଳ୍ପ ଦ୍ରବ୍ୟର ତୁଳନା ହୋଇ ନ ପାରେ। ଆଜି ମଧ୍ୟ ଅନେକ ସ୍ଥାନରେ ଏହି ହସ୍ତ ପ୍ରସ୍ତୁତ ତନ୍ତ୍ର ଶିଳ୍ପ ବିଦ୍ଯମାନ ଅଛି। ବର୍ତ୍ତମାନ ମଧ୍ୟ ସେ ଶିଳ୍ପ ନିପୁଣ ହସ୍ତ ଲୁପ୍ତ ହୋଇନାହିଁ। ତନ୍ତି, ଦରଜି ପ୍ରଭୃତି ଜାତି ଏକାବେଳେକେ ଲୋପ ପାଇ ନାହାନ୍ତି। ପିପିଲିରେ ଦରଜି ଜାତି ଅଛନ୍ତି, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ତକିଆଖୋଳ, ବଟୁଆ, ଚାନ୍ଦୁଆ ପ୍ରଭୃତି ଉପରେ ଅତି ଉତ୍କୃଷ୍ଟ କାରୁକାର୍ଯ୍ୟ ଶିଲାଇଦ୍ୱାରା କରିପାରନ୍ତି। ଅନେକ ସ୍ଥଳରେ ଉତ୍କୃଷ୍ଟ ତନ୍ତି ଅଛନ୍ତି। କାରିଗରଙ୍କ ବଂଶ ଏକାବେଳେକେ ଲୋପ ପାଇ ନାହିଁ ସତ୍ୟ, ମାତ୍ର ସେମାନଙ୍କ ପ୍ରତି ଆଦର କ୍ରମେ କମି ଯାଉଛି। କଳ ଆସି ସେମାନଙ୍କ ସ୍ଥାନ ଅଧିକାର କରିଛି। କାଶ୍ମୀରର ସାଲ ଜଗତ୍ବିଖ୍ୟାତ। ତାହା ଏ ପର୍ଯ୍ୟନ୍ତ ବଞ୍ଚିଛି, ମାତ୍ର ବିଦେଶାଗତ କଳ ପ୍ରସ୍ତୁତ ସାଲମାନ ଏତେ ସସ୍ତାଦରରେ କିଣିବାକୁ ମିଳୁଅଛି ଯେ, ତଦ୍ଦ୍ୱାରା ଦେଶୀୟ ଶିଳ୍ପ ମୁଣ୍ଡଟେକି ପାରିବା ଅସମ୍ଭବ। ଏହି ଭାରତରେ ଦିନେ 2 ୳ ଛଟାଙ୍କି ଓଜନର 31 ବର୍ଗଫୁଟ ଲମ୍ବ ଓସାରର ଲୁଗାବୁଣା ଯାଉଥିଲା। ଢାକ୍କାର ମସ୍ଲିନ୍ ବା ଝୀନବସନ ପରି ସରୁସୂକ୍ଷ୍ମ ଲୁଗା ଏ ପର୍ଯ୍ୟନ୍ତ ପୃଥିବୀରେ କେହି ବୁଣି ପାରି ନାହିଁ। ଉପର୍ଯ୍ଯୁପରି ସାତପରସ୍ତ ଲୁଗା ପିନ୍ଧି ମଧ୍ୟ ଅରଙ୍ଗକେବଙ୍କ କନ୍ୟାର ଦେହ ଫୁଟି ଉଠୁଥିବାରୁ ସେ କନ୍ଯା ଦିନେ ନଗ୍ନତାପାଇଁ ଗାଳି ଖାଇଥିଲା। ଏଥିରୁ ଲୁଗାର ସୂକ୍ଷ୍ମତା ପାଠକେ ବୁଝି ପାରିବେ। କି ଆଧୁନିକ, କି ପ୍ରାଚୀନ, କୌଣସି ଜାତିର ସୂକ୍ଷ୍ମବସ୍ତ୍ରର ସୌନ୍ଦର୍ଯ୍ଯ ଭାରତୀୟ ବୟନ କାର୍ଯ୍ୟର ସୌନ୍ଦର୍ଯ୍ଯର ସମକକ୍ଷ ହୋଇପାରିବ ନାହିଁ। — ଚିତ୍ରଦ୍ୱାରା ମନୁଷ୍ୟ ତାହାର ମନୋଭାବ ବ୍ୟକ୍ତ କରିପାରୁ ଥିଲା ମୌର୍ତ୍ତିକ ଅକ୍ଷର ଏହି କାରଣରୁ ଜନ୍ମିଥିଲା ତନ୍ତୁ— ଶିଳ୍ପ ଭାରତରେ ଏତେ ଉନ୍ନତ ହୋଇଥିଲା ଯେ, ତାହା ଜଗତରେ ଶୀର୍ଷସ୍ଥାନ ଅଧିକାର କରିଥିଲା ଭାରତର ସରୁ ସୂକ୍ଷ୍ମ ଲୁଗା ଉପରେ ପ୍ରକଟିତ କାରୁକାର୍ଯ୍ୟର ସୌନ୍ଦର୍ଯ୍ଯ ଓ ମାଧୁର୍ଯ୍ଯ ଜଗତରେ ଅତୁଳନୀୟ ଆଜି କଳ ସାହାଯ୍ଯରେ ନାନା ପ୍ରକାର ଶିଳ୍ପ କାର୍ଯ୍ୟ କରାଯାଉଛି ମାତ୍ର ଭାରତୀୟ ଶିଳ୍ପୀ ଏପରି ଦକ୍ଷତା ଲାଭ କରିଥିଲା ଯେ ହସ୍ତଜାତ ଶିଳ୍ପ ଦ୍ରବ୍ୟ ସଙ୍ଗେ କଳଜାତ ଶିଳ୍ପ ଦ୍ରବ୍ୟର ତୁଳନା ହୋଇ ନ ପାରେ ଆଜି ମଧ୍ୟ ଅନେକ ସ୍ଥାନରେ ଏହି ହସ୍ତ ପ୍ରସ୍ତୁତ ତନ୍ତ୍ର ଶିଳ୍ପ ବିଦ୍ଯମାନ ଅଛି ବର୍ତ୍ତମାନ ମଧ୍ୟ ସେ ଶିଳ୍ପ ନିପୁଣ ହସ୍ତ ଲୁପ୍ତ ହୋଇନାହିଁ ତନ୍ତି, ଦରଜି ପ୍ରଭୃତି ଜାତି ଏକାବେଳେକେ ଲୋପ ପାଇ ନାହାନ୍ତି ପିପିଲିରେ ଦରଜି ଜାତି ଅଛନ୍ତି, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ତକିଆଖୋଳ, ବଟୁଆ, ଚାନ୍ଦୁଆ ପ୍ରଭୃତି ଉପରେ ଅତି ଉତ୍କୃଷ୍ଟ କାରୁକାର୍ଯ୍ୟ ଶିଲାଇଦ୍ୱାରା କରିପାରନ୍ତି ଅନେକ ସ୍ଥଳରେ ଉତ୍କୃଷ୍ଟ ତନ୍ତି ଅଛନ୍ତି କାରିଗରଙ୍କ ବଂଶ ଏକାବେଳେକେ ଲୋପ ପାଇ ନାହିଁ ସତ୍ୟ, ମାତ୍ର ସେମାନଙ୍କ ପ୍ରତି ଆଦର କ୍ରମେ କମି ଯାଉଛି କଳ ଆସି ସେମାନଙ୍କ ସ୍ଥାନ ଅଧିକାର କରିଛି କାଶ୍ମୀରର ସାଲ ଜଗତ୍ବିଖ୍ୟାତ ତାହା ଏ ପର୍ଯ୍ୟନ୍ତ ବଞ୍ଚିଛି, ମାତ୍ର ବିଦେଶାଗତ କଳ ପ୍ରସ୍ତୁତ ସାଲମାନ ଏତେ ସସ୍ତାଦରରେ କିଣିବାକୁ ମିଳୁଅଛି ଯେ, ତଦ୍ଦ୍ୱାରା ଦେଶୀୟ ଶିଳ୍ପ ମୁଣ୍ଡଟେକି ପାରିବା ଅସମ୍ଭବ ଏହି ଭାରତରେ ଦିନେ2୳ ଛଟାଙ୍କି ଓଜନର31ବର୍ଗଫୁଟ ଲମ୍ବ ଓସାରର ଲୁଗାବୁଣା ଯାଉଥିଲା ଢାକ୍କାର ମସ୍ଲିନ୍ ବା ଝୀନବସନ ପରି ସରୁସୂକ୍ଷ୍ମ ଲୁଗା ଏ ପର୍ଯ୍ୟନ୍ତ ପୃଥିବୀରେ କେହି ବୁଣି ପାରି ନାହିଁ ଉପର୍ଯ୍ଯୁପରି ସାତପରସ୍ତ ଲୁଗା ପିନ୍ଧି ମଧ୍ୟ ଅରଙ୍ଗକେବଙ୍କ କନ୍ୟାର ଦେହ ଫୁଟି ଉଠୁଥିବାରୁ ସେ କନ୍ଯା ଦିନେ ନଗ୍ନତାପାଇଁ ଗାଳି ଖାଇଥିଲା ଏଥିରୁ ଲୁଗାର ସୂକ୍ଷ୍ମତା ପାଠକେ ବୁଝି ପାରିବେ କି ଆଧୁନିକ, କି ପ୍ରାଚୀନ, କୌଣସି ଜାତିର ସୂକ୍ଷ୍ମବସ୍ତ୍ରର ସୌନ୍ଦର୍ଯ୍ଯ ଭାରତୀୟ ବୟନ କାର୍ଯ୍ୟର ସୌନ୍ଦର୍ଯ୍ଯର ସମକକ୍ଷ ହୋଇପାରିବ ନାହିଁ
  • ସଂ. ବି (ଶିଳ୍ ଦାତୁ=ନିପୁଣ ହେବା+ଭାବ. ପ) — ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ଅଳଙ୍କାର ଉପରେ କାରୁ— କାର୍ଯ୍ୟ ଏବଂ ଅନ୍ୟାନ୍ୟ ପଦାର୍ଥ ଉପରେ ସ୍ଥାୟୀ ମନୋହର ରଙ୍ଗର ସମାବେଶ ଭାରତବର୍ଷର ଅଶେଷ କୃତିତ୍ୱର ବିଷୟ। କଟକର ତାରକସି କାମ ପୃଥିବୀ ପ୍ରସିଦ୍ଧ ଏଲଫିନ୍ଷ୍ଟୋନ୍, ୱେବର୍, ମିଲ, ପ୍ରଭୃତି ପଣ୍ଡିତମାନେ ଏଥିର ଭୂୟସୀ ପ୍ରଶଂସା କରି ଯାଇ ଅଛନ୍ତି। ସେମାନେ କହନ୍ତି, ଅନେକ ରଙ୍ଗର ଔଜ୍ଜଲ୍ୟ ଏବଂ ସ୍ଥାୟିତ୍ୱ ବିଷୟରେ ଇଉରୋପ ଆଜି ପର୍ଯ୍ୟନ୍ତ ଭାରତର ସମକକ୍ଷ ହୋଇ ପାରି ନାହିଁ। ଲୁହାକୁ ତରଳାଇବା ଓ ଢାଳିବା କାର୍ଯ୍ୟରେ ଇଉରୋପ ଆଜି ପ୍ରସିଦ୍ଧିଲାଭ କରିଛି। କିନ୍ତୁ ଭାରତ ବହୁକାଳ ପୂର୍ବେ ଏଥିରେ ଅଭିଜ୍ଞ ଥିଲା। ମିଲ୍ ସାହେବ ଏ ବିଷୟ ଲେଖି ଯାଇଛନ୍ତି। ଏହିପରି ଯେ କୌଣସି ଦିଗରୁ ଦେଖିଲେ ଶିଳ୍ପ ବିଦ୍ୟାରେ ଭାରତ ଜଗତରେ ଶୀର୍ଷସ୍ଥାନ ଅଧିକାର କରିଥିଲା।