ଶିଳାଭଞ୍ଜ ଦେବ Ṡiḻābhan̄ja deba
- ଦେ. ବି (ନାମ) — ପ୍ରାଚୀନ ଭଞ୍ଜବଂଶର ପ୍ରଖ୍ୟାତ ରାଜା — A famous king of the ancient Bhan̄ja dynasty
- ଦେ. ବି (ନାମ) — [ଦ୍ର—ଏ ପର୍ଯ୍ୟନ୍ତ ତିନି ଜଣ ଶିଳାଭଞ୍ଜ ଥିବାର ପ୍ରାଚୀନ ଲେଖମାନଙ୍କରୁ ପ୍ରମାଣ ମିଳିଲାଣି। ପ୍ରଥମ ଶିଳାଭଞ୍ଜ ଶତ୍ରୁଭଞ୍ଜଙ୍କ ପିତା ଓ ରଣ ଭଞ୍ଜଙ୍କର ପିତାମହ ଥିଲେ। ସେ ଖ୍ରୀ. ସପ୍ତମ ଶତାବ୍ଦୀର ଶେଷ ଭାଗରେ ଉଭୟ ଖିଞ୍ଜିଳମଣ୍ଡଳ (ବା ବୌଦ, ଦଶପଲ୍ଲା, ଘୁମୁସର)କୁ ଶାସନ କରୁଥିଲେ। ଦ୍ୱିତୀୟ ଶିଳାଭଞ୍ଜ ବା ସେଡ଼ା ଦିଗଭଞ୍ଜଙ୍କର ପୁତ୍ର ଓ ବିଦ୍ୟାଧର ଭଞ୍ଜଙ୍କର ପୌତ୍ର ଥିଲେ। ସେ ମଧ୍ୟ ଉଭୟ ଖିଞ୍ଜିଳର ଅଧୀଶ୍ୱର ଥିଲେ। ତୃତୀୟ ଶିଳାଭଞ୍ଜ, ବୌଦ ରାଜବଂଶର ପ୍ରଥମ ରାଜା ଥିବା ଜଣାଯାଏ। କେଦାରନାଥ ମହାପାତ୍ର।]