ଶିରାମପୁର Ṡirāmapura
- ଦେ. ବି (ଅଶୁଦ୍ଧ) — ଶ୍ରୀରାମପୁର — Ṡrirāmapura
- ଦେ. ବି (ଅଶୁଦ୍ଧ) — [ଦ୍ର—ଏହା ବଙ୍ଗଦେଶର ହୁଗୁଳି ଜିଲ୍ଲାର ହୁଗୁଳି ନଦୀର ପଶ୍ଚିମ କୂଳରେ ଥିବା ଗୋଟିଏ ନଗର। ଏଠାରେ ଧଳା କାଗଜ ତିଆରି ହେବାର ଗୋଟିଏ କଳ, ଖ୍ରୀଷ୍ଟିଆନ୍ ପାଦ୍ରୀମାନଙ୍କ ଉପନିବେଶ ଓ ସରକାରୀ ବୟନ ବିଦ୍ୟାଳୟ ଓ କଲେଜ ଅଛି। ଶ୍ରୀରାମପୁରର ଅଶୁଦ୍ଧ ଗ୍ରାମ୍ୟ ଉଚ୍ଚାରଣ ଇଂରାଜିରେ ମଧ୍ୟ ଅନୁକୃତ ହୋଇ ଇଂରାଜି ଭାଷାରେ ଏଥିର ନାମ — Serampore(ଶିରାମ— ପୁର) ହୋଇଅଛି କଲିକତା ହୁଗୁଳି ନଦୀର ପୂର୍ବ କୂଳରେ ଓ ଶିରାମପୁର ପଶ୍ଚିମ କୂଳରେ ଅବସ୍ଥିତ ଏହା କଲିକତାର ଉତ୍ତରରେ10ମାଇଲ ଦୂରରେ ଅବସ୍ଥିତ]