ଶିମ୍ବି Ṡimbi
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+କର୍ତ୍ତୃ. ଇମ୍ବ; +ଅ;+ଇ+ଈ; ଫଳ ପାଚିଲେ ଯାହା ମରିଯାଏ) — କୃଷିଜାତ ଲତା ଓ ତହିଁର ଛୁଇଁ — Bean; kidney bean; Dolichos Lablab; Canavalia Ensiformis
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+କର୍ତ୍ତୃ. ଇମ୍ବ; +ଅ;+ଇ+ଈ; ଫଳ ପାଚିଲେ ଯାହା ମରିଯାଏ) — [ଦ୍ର—ଏହି ଲତାର ଛୁଇଁ ଚେପଟା ଓ ବଙ୍କା, ପତ୍ର ତ୍ରିପର୍ଣ୍ଣ; ମଞ୍ଜି ଚେପ୍ଟା ଓ ବଙ୍କା। ଏହା ଅନେକ ପ୍ରକାର ଦେଖାଯାଏ; ଯଥା— ଧଳାଶିମ୍ବ, ରଙ୍ଗ ବା ନାଲି ଶିମ୍ବ, କଳାଶିମ୍ବ, ଘିଅଶିମ୍ବ ଗୋଡ଼ି ଶିମ୍ବ (ଏଥିର ମଞ୍ଜି ଗୋଡ଼ିପରି ଛୋଟ ଗୋଲ), ତୋଡ଼ି ଶିମ୍ବ (ଛୁଇଁ ତୋଡ଼ି ମାଛପରି ଲମ୍ବ ଓ ସରୁ), ଗଣ୍ଠିକେଶର ଶିମ୍ବ, ପଟା ଶିମ୍ବ (ଛୁଁଇ ପଟାଳିଆ ବା ଚେପଟା), ଫରାଶ ବିନ, ମହରଡ଼ା ମୋଗଲାଇ ଶିମ୍ବ। ଶ୍ୱେତ ଶିମ୍ବକୁ ସଂସ୍କୃତରେ ଶିମ୍ବା ଓ ମୋଗଲରେ ଶିମ୍ବକୁ ପୁସ୍ତଶିମ୍ବୀ ବା ପୁସ୍ତକ ଶିମ୍ବିକା ବୋଲାଯାଏ। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ମଧୁରରସ, ଶୀତବୀର୍ଯ୍ୟ, ଗୁରୁ, ବଳକାରକ, ଦାହ ଓ ଶ୍ଳେଷ୍ମ ବର୍ଦ୍ଧକ, ବାତପିତ୍ତନାଶକ।]
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+କର୍ତ୍ତୃ. ଇମ୍ବ; +ଅ;+ଇ+ଈ; ଫଳ ପାଚିଲେ ଯାହା ମରିଯାଏ) — ଛୁଇଁ — Pod; legume (Apte)