ଶିବରାତ୍ରି Ṡibarātri
- ସଂ. ବି — ଶିବ ଚତୁର୍ଦ୍ଦଶୀ; ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ; ଜାଗର ଯାତ୍ରା — The festival observed on the night of 14th day of the dark lunar fortnight of Phālguna
- ସଂ. ବି — [ଦ୍ର—ଏହା ମହାଦେବଙ୍କର ଗୋଟିଏ ପ୍ରଧାନ ଯାତ୍ରା। ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର 14 ଟି ଯାତ୍ରା ମଧ୍ୟରେ ଏହା ସର୍ବ— ପ୍ରଧାନ। ଏ ଦିନ ଅଚାଣ୍ଡାଳ ବ୍ରାହ୍ମଣ ହିନ୍ଦୁଙ୍କର ଉପବାସ ଓ ବ୍ରତ କର୍ତ୍ତବ୍ୟ। ଏହି ରାତ୍ରରେ ଭକ୍ତ ଉଜାଗର ରହେ ଓ ରାତିରେ ଦେଉଳର ବେଢ଼ା ପରିକ୍ରମା ହେବା ପରେ ମନ୍ଦିରର ଚୂଡ଼ାକୁ 'ମହାଦୀପ' ଉଠାଯାଏ। ଏହି ରାତ୍ରିର 4 ପ୍ରହରରେ ଶିବଙ୍କୁ ଯଥାକ୍ରମେ ଦୁଗ୍ଧ, ଦଧି, ଘୃତ ଓ ମଧୁରେ 4 ଥର ପୂଜା କରାଯାଏ।] — [ଦ୍ର—ଏହା ମହାଦେବଙ୍କର ଗୋଟିଏ ପ୍ରଧାନ ଯାତ୍ରା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର14ଟି ଯାତ୍ରା ମଧ୍ୟରେ ଏହା ସର୍ବ— ପ୍ରଧାନ ଏ ଦିନ ଅଚାଣ୍ଡାଳ ବ୍ରାହ୍ମଣ ହିନ୍ଦୁଙ୍କର ଉପବାସ ଓ ବ୍ରତ କର୍ତ୍ତବ୍ୟ ଏହି ରାତ୍ରରେ ଭକ୍ତ ଉଜାଗର ରହେ ଓ ରାତିରେ ଦେଉଳର ବେଢ଼ା ପରିକ୍ରମା ହେବା ପରେ ମନ୍ଦିରର ଚୂଡ଼ାକୁ 'ମହାଦୀପ' ଉଠାଯାଏ ଏହି ରାତ୍ରିର4ପ୍ରହରରେ ଶିବଙ୍କୁ ଯଥାକ୍ରମେ ଦୁଗ୍ଧ, ଦଧି, ଘୃତ ଓ ମଧୁରେ4ଥର ପୂଜା କରାଯାଏ]
- ଦେ. ବି — ମଙ୍ଗଳମୟ ରାତ୍ରି — An auspicious night
- ଦେ. ବି — (ଉ—ବଶ ମଧୁପ କାହୁଁ ଲଭିବ, ବୁଝ ଶିବରାତ୍ରି ସମ୍ଭବିତ। ଭଞ୍ଜ. ବୈଦେହୀଶବିଳାସ।)