ଶିବନାଥ ଶାସ୍ତ୍ରୀ Ṡiba nātha ṡāstrī

  • ଦେ. ବି (ନାମ) — ବଙ୍ଗୀୟ ବ୍ରାହ୍ମସମାଜର ସ୍ୱର୍ଗୀୟ ପ୍ରସିଦ୍ଧ ଆଚାର୍ଯ୍ଯ — A late Brahmo missionary of Bengal
  • ଦେ. ବି (ନାମ) — [ଦ୍ର—ଏ ଚବିଶ ପ୍ରଗନ୍ନା ଅନ୍ତର୍ଗତ ଜୟନଗର ମଜିଲପୁର ଗ୍ରାମବାସୀ ବ୍ରାହ୍ମଣ ପଣ୍ଡିତ ହରାନନ୍ଦ ବିଦ୍ୟାସାଗରଙ୍କ ପୁତ୍ର। ଏ ଯୌବନ କାଳରେ ବ୍ରାହ୍ମ ଧର୍ମ ଗ୍ରହଣ କରି ପରେ ବ୍ରାହ୍ମସମାଜରେ ଆଚାର୍ଯ୍ଯ ପଦ ଗ୍ରହଣ କରିଥିଲେ। ଏ ଜଣେ ପ୍ରସିଦ୍ଧ ବକ୍ତା ଥିଲେ। ଏ ଅନେକ କାବ୍ୟ (ନିର୍ବାସିତର ବିଳାପ, ପୁଷ୍ପମାଳା) ଉପନ୍ୟାସ, (ମେଜ ବୌ, ନୟନ ତାରା) ଓ ବ୍ରାହ୍ମ ସଙ୍ଗୀତ ରଚନା କରିଥିଲେ। କଟକର ସ୍ୱର୍ଗୀୟ ମଧୁସୂଦନ ରାଓଙ୍କ ପରିବାର ସଙ୍ଗେ ଏହାଙ୍କ ପରିବାର ବିବାହ ବନ୍ଧନରେ ସଂବଦ୍ଧ ହୋଇଥିଲେ। ଏହାଙ୍କର ପୂର୍ବପୁରୁଷ ଶ୍ରୀକୃଷ୍ଣ ଉଦ୍ଗାଥା (ଓତା) ଯାଜପୁର ବାସୀ ଉତ୍କଳୀୟ ପଣ୍ଡିତ ଥିଲେ ଓ ଚାକିରି ପ୍ରସଙ୍ଗରେ ଯାଜପୁରରୁ ଯାଇ ବଙ୍ଗ— ଦେଶରେ ବାସ କରିଥିଲେ। ଏ ଇଉରୋପ ଓ ଆମେରିକା ଆଦି ଦେଶ ପର୍ଯ୍ଯଟନ କରି ଜଣେ ସୁବକ୍ତା ରୂପେ ଖ୍ୟାତି ଲାଭ କରିଥିଲେ।]