ଶିଖରୀ Ṡikharī
- ସଂ. ବିଣ. ପୁଂ (ଶିଖର+ଇନ୍ 1 ମା. 1 ବ) — ଶିଖର ଯୁକ୍ତ — Having a point, head or summit
- ବି — ପର୍ବତ — Mountain
- ବି — ତରୁ; ବୃକ୍ଷ — Tree
- ବି — ଅପାମାର୍ଗ — A herb; Achyanthes Aspera
- ବି — କୋଟ; ଦୁର୍ଗ — Fort; fortress
- ବି — ଟିଟ୍ଟିଭ ପକ୍ଷୀ — A kind of bird; the tatler bird; Totanus Flavipes
- ବି — ମଲାଙ୍ଗ — Mistletoe; a parasitic plant
- ବି — କୁନ୍ଦୁରୁକ — Frankincense
- ବି — ଯାବ— ନାଳ; ଯନାଭ; ବାଜରା — Indian maize
- ବି — ପାର୍ବତ୍ୟ ଦୁର୍ଗ — A hill-fort
- ବି — ଲୋବାନ (ହି) — Olibanum
- ବି — କକଡ଼ାଶୃଙ୍ଗୀ (ହି.ଶ.) — Rhus Succedanea. (herb)