ଶିଖରିଣୀ Ṡikhariṇī
- ସଂ. ବିଣ. ସ୍ତ୍ରୀ (ଶିଖର+ଇନ+ସ୍ତ୍ରୀ. ଈ) — ଶିଖରଯୁକ୍ତ — (female) Having a top
- ବି — ଉତ୍ତମା ସ୍ତ୍ରୀ — An excellent woman
- ବି — ମଲ୍ଲିକା ଫୁଲ — Jasmine flower
- ବି — ରସାଳା; ଦୁଗ୍ଧଶର ଓ ଚିନିମିଶ୍ରିତ ଘନ ମିଷ୍ଟାନ୍ନ ପାନୀୟ ବିଶେଷ — A sweet thick drink made of creams and sugar
- ବି — [ଦ୍ର—ଭାବପ୍ରକାଶ ମତରେ ଜଳ ବିହୀନ ମାହିଷ ଦଧି 16 ସେର, ପରିଷ୍କୃତ ଚିନି 8 ସେର ଏକତ୍ର ମିଶାଇ ପରିଷ୍କୃତ ବସ୍ତ୍ରରେ ପୂରାଇ ତହିଁରେ 32 ସେର ଦୁଧ ମିଶାଇ ତହିଁ— ତଳେ ଗୋଟିଏ ମୃତ୍ପାତ୍ର ରଖି ବଳପୂର୍ବକ ଉକ୍ତ ବସ୍ତ୍ରଦ୍ୱାରା ଏହାକୁ ସ୍ରାବଣ କରାଇବ। ତତ୍ପରେ ଏଥିସଙ୍ଗେ ଅଳାଇଚ ଲବଙ୍ଗ, କର୍ପୂର, ମରିଚ ଚୂନା ମିଶାଇବ। ଏହା କ୍ଳାନ୍ତି ନିବାରକ, ବଳକର, ଶୁକ୍ର ବର୍ଦ୍ଧକ, ବାୟୁ ଓ ପିତ୍ତ ନାଶକ; ଅଗ୍ନି ପ୍ରଦୀପକ, ଶରୀରର ଉପଚୟ କାରକ, ସ୍ନିଗଧ, ଶୀତଳ, ସାରକ ଓ ରକ୍ତ, ପିତ୍ତ, ପିପାସା, ଦାହ, ପ୍ରତିଶ୍ୟାୟ ନାଶକ। କେବଳ ବସନ୍ତଋତୁଭିନ୍ନ ଅନ୍ଯ ଋତୁରେ ଏହା ସେବ୍ୟ। ଏହାର ନାମ ରସାଳା। ରାଜ ନିର୍ଘଣ୍ଟରେ ଅଛି ଯେ, ଦହି 32 ପଳ, ଖଣ୍ଡ 8 ପଳ, ମରିଚଚୂର୍ଣ୍ଣ, ଗୁଡ଼ତ୍ୱକ ଓ ଏଳାଚର୍ଣ୍ଣ 8 ପଳ, ମଧୁ 4 ପଳ, ଘୃତ 4 ପଳ, ଗୋଟିଏ ଭାଣ୍ଡରେ ରଖି ହିମବାସିତ କଲେ ଏହା ଶିଖରିଣୀ ହୁଏ ବିଶ୍ୱକୋଷ।] — [ଦ୍ର—ଭାବପ୍ରକାଶ ମତରେ ଜଳ ବିହୀନ ମାହିଷ ଦଧି16ସେର, ପରିଷ୍କୃତ ଚିନି8ସେର ଏକତ୍ର ମିଶାଇ ପରିଷ୍କୃତ ବସ୍ତ୍ରରେ ପୂରାଇ ତହିଁରେ32ସେର ଦୁଧ ମିଶାଇ ତହିଁ— ତଳେ ଗୋଟିଏ ମୃତ୍ପାତ୍ର ରଖି ବଳପୂର୍ବକ ଉକ୍ତ ବସ୍ତ୍ରଦ୍ୱାରା ଏହାକୁ ସ୍ରାବଣ କରାଇବ ତତ୍ପରେ ଏଥିସଙ୍ଗେ ଅଳାଇଚ ଲବଙ୍ଗ, କର୍ପୂର, ମରିଚ ଚୂନା ମିଶାଇବ ଏହା କ୍ଳାନ୍ତି ନିବାରକ, ବଳକର, ଶୁକ୍ର ବର୍ଦ୍ଧକ, ବାୟୁ ଓ ପିତ୍ତ ନାଶକ; ଅଗ୍ନି ପ୍ରଦୀପକ, ଶରୀରର ଉପଚୟ କାରକ, ସ୍ନିଗଧ, ଶୀତଳ, ସାରକ ଓ ରକ୍ତ, ପିତ୍ତ, ପିପାସା, ଦାହ, ପ୍ରତିଶ୍ୟାୟ ନାଶକ କେବଳ ବସନ୍ତଋତୁଭିନ୍ନ ଅନ୍ଯ ଋତୁରେ ଏହା ସେବ୍ୟ ଏହାର ନାମ ରସାଳା ରାଜ ନିର୍ଘଣ୍ଟରେ ଅଛି ଯେ, ଦହି32ପଳ, ଖଣ୍ଡ8ପଳ, ମରିଚଚୂର୍ଣ୍ଣ, ଗୁଡ଼ତ୍ୱକ ଓ ଏଳାଚର୍ଣ୍ଣ8ପଳ, ମଧୁ4ପଳ, ଘୃତ4ପଳ, ଗୋଟିଏ ଭାଣ୍ଡରେ ରଖି ହିମବାସିତ କଲେ ଏହା ଶିଖରିଣୀ ହୁଏ ବିଶ୍ୱକୋଷ]
- ବି — ରୋମାବଳୀ — A row of down growing on particular parts of the body
- ବି — ସପ୍ତଦଶାକ୍ଷର ଛନ୍ଦୋବିଶେଷ—(ଦ୍ର— ଏଥିର 6 ଷ୍ଠ ଓ ଶେଷ ଅକ୍ଷରରେ ଯତି; ଏଥିର 2/3/4/5 11/13 ଓ 17 ବର୍ଣ୍ଣଗୁରୁ; ଅନ୍ୟବର୍ଣ୍ଣମାନ ଲଘୁ, ବିଶ୍ୱକୋଷ)। — ସପ୍ତଦଶାକ୍ଷର ଛନ୍ଦୋବିଶେଷ—(ଦ୍ର— ଏଥିର6ଷ୍ଠ ଓ ଶେଷ ଅକ୍ଷରରେ ଯତି; ଏଥିର2/3/4/ 11/13ଓ17ବର୍ଣ୍ଣଗୁରୁ; ଅନ୍ୟବର୍ଣ୍ଣମାନ ଲଘୁ, ବିଶ୍ୱକୋଷ). Name of a Sanscrit metre of 17 syllables
- ବି — ନବ ମଲ୍ଲିକା; ନିଆଳି ଫୁଲ (ହି. ଶ.) — Jasminum Arborescens (flower)
- ବି — କିସିମିସ୍ (ହି. ଶ) — Raisin
- ବି — ମୂର୍ବ୍ବା (ହି.ଶ.) — Mūrbbā (See)