ଶିକ୍ଷକ Ṡikshaka
- ସଂ. ବି. ପୁଂ—(ଶିକ୍ଷ୍ ଧାତୁ ଣିଚ୍=ଶିକ୍ଷି ଧାତୁ+କର୍ତ୍ତୃ. ଅକ; କିମ୍ବା ଶିକ୍ଷା+ଜ୍ଞାତାର୍ଥେ. କ; ତୁଳ. ମୀମାଂସକ) — ଯେ ପାଠ ପଢ଼ାନ୍ତି; ଅଧ୍ୟାପକ; ଶିକ୍ଷାଗୁରୁ — Teacher; tutor; preceptor
- ସଂ. ବି. ପୁଂ—(ଶିକ୍ଷ୍ ଧାତୁ ଣିଚ୍=ଶିକ୍ଷି ଧାତୁ+କର୍ତ୍ତୃ. ଅକ; କିମ୍ବା ଶିକ୍ଷା+ଜ୍ଞାତାର୍ଥେ. କ; ତୁଳ. ମୀମାଂସକ) — [ଦ୍ର— ଏଥିର ସ୍ତ୍ରୀଲିଙ୍ଗରେ ଶିକ୍ଷକା ଓ ଶିକ୍ଷିକା କିନ୍ତୁ ସାଧାରଣତଃ ଲେଖକମାନେ ଶିକ୍ଷୟିତ୍ରୀ ଶବ୍ଦ ବ୍ଯବହାର କରନ୍ତି। ଶିକ୍ଷା ଦିଆ ଯାଉଥିବା ଭିନ୍ନ ଭିନ୍ନ ସ୍ଥାନ ଓ ବିଷୟ ଅନୁସାରେ ଶିକ୍ଷକଙ୍କର ଉପାଧି ହୁଏ। ଯଥା—ଗୃହ ଶିକ୍ଷକ; ବିଦ୍ୟାଳୟ ଶିକ୍ଷକ; ବିଜ୍ଞାନ ଶିକ୍ଷକ, ଗଣିତ ଶିକ୍ଷକ।]
- ସଂ. ବି. ପୁଂ—(ଶିକ୍ଷ୍ ଧାତୁ ଣିଚ୍=ଶିକ୍ଷି ଧାତୁ+କର୍ତ୍ତୃ. ଅକ; କିମ୍ବା ଶିକ୍ଷା+ଜ୍ଞାତାର୍ଥେ. କ; ତୁଳ. ମୀମାଂସକ) — ଶାସନ— କର୍ତ୍ତା; ଶାସକ — Controller; ruler
- ସଂ. ବି. ପୁଂ—(ଶିକ୍ଷ୍ ଧାତୁ ଣିଚ୍=ଶିକ୍ଷି ଧାତୁ+କର୍ତ୍ତୃ. ଅକ; କିମ୍ବା ଶିକ୍ଷା+ଜ୍ଞାତାର୍ଥେ. କ; ତୁଳ. ମୀମାଂସକ) — ତାଲିମ କଲାବାଲା — Trainer (M.W.)
- ସଂ. ବିଣ — ଶିକ୍ଷା ଦାନ କାରୀ (ବ୍ଯକ୍ତି) — Teaching