ଶାହି ଜାତ Ṡāhi jāta

  • ପ୍ରାଦେ. (ପୁରୀ ସହର) ବି. — ଗୋସାଣୀ ଜାତ — The procession of taking the image of Goddess Durgā from different Ṡahis of Puri town during the Durga puja festival
  • ପ୍ରାଦେ. (ପୁରୀ ସହର) ବି. — [ଦ୍ର—ପୁରୀ ସହରରେ ଦୁର୍ଗାପୂଜା ଦଶମୀ ସମୟରେ ପ୍ରତି ଶାହିରୁ ଦେବୀ ବା ଗୋସାଣୀ ପ୍ରତିମାମାନଙ୍କୁ ଅନ୍ଯାନ୍ୟ ଶାହିକୁ ନେଇଯିବା ଉପଲକ୍ଷରେ ଏହି ଶୋଭାଯାତ୍ରା ହୁଏ। ଏଥିରେ ନାନା ପ୍ରତିମୂର୍ତ୍ତି, ନାଗା ଓ ମଲ୍ଲମାନେ କ୍ରୀଡ଼ା କରନ୍ତି ଓ ଯାତ୍ରାଦଳ ବେଳେ ବେଳେ ଅଶ୍ଳୀଳ ଗାନ ଓ ଭାଷା ବ୍ଯବାହାର କରନ୍ତି। ପୁରୀ ସହରର ଦେଖାଦେଖି କ୍ରମେ କ୍ରମେ ପୁରୀ ଜିଲ୍ଲାର ମଫସଲ ଗ୍ରାମମାନଙ୍କରେ ଦୋଳଆଦି ଯାତ୍ରା ସମୟରେ ଶାହିଜାତ ବାହାରିବା ଦେଖା ଯାଉଅଛି।]