ଶାରଦ ଧାନ Ṡārada dhāna

  • ଦେ. ବି (ସଂ. ଶାରଦ+ଧାନ୍ୟ) — ଶରତ୍କାଳରେ ବାହାରି ଶୀତକାଳରେ କଟାଯିବା ଧାନ; ଶାଳି ଧାନ — Winter-rice (paddy)
  • ଦେ. ବି (ସଂ. ଶାରଦ+ଧାନ୍ୟ) — [ଦ୍ର—ଏହି ଧାନ ପ୍ରାୟ ଉଚ୍ଚ ଜମିରେ ହୁଏ। ବୈଶାଖ ଓ ଜ୍ୟୈଷ୍ଠ ମାସରେ ବୁଣା ହୋଇ ପୁଷ, ମାଘରେ କଟାଯାଏ ଏଥିରେ ସରୁ ମୋଟ ଧାନ ଅଛି। ଏହାର କେତେକ ପ୍ରକାର ଯଥା
  • ଦେ. ବି (ସଂ. ଶାରଦ+ଧାନ୍ୟ) — ଲଘୁ—ଛୋଟଚମ୍ପା, ମୋଟରା, ରଙ୍ଗେଇସିଣା, ନିଆଳି, ହାଡ଼ୁଆ, ଲଙ୍କା, ବୋଦଳାଚମ୍ପା, ସଅ(ହ)ରା, ନାରଦା, ବଙ୍ଗ୍ରିପାଞ୍ଚି, ପଲାଶଫୁଳ, ଭୂତମୁଣ୍ଡି, କଖାରୁଆ।
  • ଦେ. ବି (ସଂ. ଶାରଦ+ଧାନ୍ୟ) — ଗୁରୁ—କାଳାଜିରି, ନରସିଂହଭୋଗ, ସୁରୁଳି, ଦିଆନଭୋଗ, ଦୁର୍ଗାଭୋଗ, ନୃପତିଭୋଗ, ମଧୁମାଳତୀ, ବାଙ୍ଗରମାଧୋଇ, ଗଙ୍ଗାବାଲି, ମାଛକଣ୍ଟା, ଧଳାକେରି, କଳାକେରି, ମୁକ୍ତାକେରି, ଗୋପାଳଭୋଗ, ରତନଚୁରି, ମକରା, କାମୋଦି, ଦଅଣାଗୁଣ୍ଡି, ତୁଳସିଫୁଲ, ରଙ୍ଗପକ୍ଷିଆ, କଳାପକ୍ଷିଆ, ଚମ୍ପା, ହୁଣ୍ଡା, ମେଥିବାସ, ବାସବତୀ, କଳାଜିରି, ନାଲିଟୁକୁରୀ, ପିମ୍ପୁଡ଼ିବାସ, ସୁବର୍ଣ୍ଣକେତକୀ ଗୁଆପେଣ୍ଡି।
  • ଦେ. ବି (ସଂ. ଶାରଦ+ଧାନ୍ୟ) — ପାଣିରେ ହେବା ଗୁରୁ ଶାରଦ ଧାନ— ରାବଣା, ଲଙ୍କା, ବାଲୁଙ୍ଗାମର୍ଦ୍ଦନ, ହରିଶଙ୍କର, ଦୁବି, ବୋଇତାଳପକ୍ଷିଆ, କୋଇଲିବାଇ, କଣ୍ଟେଇଶିଆଳି, ଖୁରା, ଖଜୁରିଆ, ରକ୍ତଚନ୍ଦନ, ବାଉଁଶମୂଳୀ, ହଳଦିଆ ମାଗୁରା।]