ଶାମୁକା Ṡāmukā

  • ଦେ. ବି—(ସଂ. ଶମ୍ବୁକ) — ଶମ୍ବୁକ; ଶୁକ୍ତି — Oyster; bivalve shell; Ampullaria
  • ଦେ. ବି—(ସଂ. ଶମ୍ବୁକ) — ଶିଶୁମାନଙ୍କୁ ଦୁଧ ପିଆଇବା ପାଇଁ ବ୍ଯବହୃତ ଶମ୍ବୁକାକୃତି ଲୌହର ବା ଅନ୍ଯ ଧାତୁର ଚାମଚ — A feeding cup shaped like the valve of an oyster and used in feeding infants
  • ଦେ. ବି—(ସଂ. ଶମ୍ବୁକ) — [ଦ୍ର—ସଦ୍ୟୋଜାତ ଶିଶୁର ନାଭି ନିକଟରୁ ଫୁଲର ନାଡ଼ ଛେଦନ କରିବାକୁ ଶାମୁକାର ତୀକ୍ଷ୍ଣ ଧାର ବ୍ଯବହୃତ ହୁଏ। ଜୀବିତ ଶାମୁକା ଗତି କଲା ବେଳେ ଦୁଇ ପାଖର ଖୋଳକୁ ଜୀବର ପାଟି ପରି ମେଲା କରି ତହିଁ ମଧ୍ୟରୁ ଗୋଡ଼ ବାହାର କରି ତହିଁ ସାହାଯ୍ଯରେ ଚାଲେ। ଶତ୍ରୁ ଆକ୍ରମଣ କଲେ ଗୋଡ଼କୁ ଭିତରକୁ ସଙ୍କୁଚିତ କରି ନେଇ ଦୁଇ ଖୋଳକୁ ବୁଜି ଦିଏ। ଶାମୁକାର ଖୋଳକୁ ଭାଙ୍ଗି ତହିଁ ମଧ୍ୟରେ ଥିବା ମାଂସକୁ ଆମ ଦେଶର ଗରୀବ ଲୋକେ ରାନ୍ଧି କରି ଖାଆନ୍ତି। ଏକ ପ୍ରକାର ଶାମୁକାର ଖୋଳର ଉଦରସ୍ଥ କାନ୍ଥିରୁ ମୁକ୍ତା ବାହାରେ।]