ଶାଧ ଖିଆ Ṡādha khiā
- ଦେ. ବି. — (ଗର୍ଭିଣୀର ଅଭୀପ୍ସିତ ଖାଦ୍ୟ ଭୋଜନ) — The eating of the desired thing by a pregnant woman
- ଦେ. ବି. — (ଗର୍ଭର) ଛଅମାସ ପରବର୍ତ୍ତୀ ସମୟଠାରୁ ଗର୍ଭିଣୀର ଖାଇବା ପାଇଁ ବନ୍ଧୁଜନମାନଙ୍କ ଦ୍ୱାରା ଖାଦ୍ୟ ସାମଗ୍ରୀ ଆଦିର ପ୍ରେରଣ ଓ ତଦୁପଲକ୍ଷେ ଉତ୍ସବ — The sending of various victuals for feeding a pregnant woman after she is advanced in pregnancy after the 6th month
- ଦେ. ବି. — [ଦ୍ର—ଏହାକୁ 'ଚିତଉଖିଆ' ମଧ୍ୟ ବୋଲାଯାଏ; ଏହି ଉତ୍ସବ ଉପଲକ୍ଷରେ ଗର୍ଭିଣୀଙ୍କ ପାଇଁ ପିଠା ତିଆରି କରିବା ପାଇଁ ଗର୍ଭିଣୀଙ୍କ ବନ୍ଧୁଜନ ବୀରି, ମୁଗ, ଚାଉଳ, ଗୁଡ଼, ଘିଅ, କରେଇ, ପିଠାଖଡ଼ିକା ଓ ପିନ୍ଧିବା ପାଇଁ ନୂଆଲୁଗା ଆଦି ପ୍ରେରଣ କରନ୍ତି ଓ ଗୋଟିଏ ନିର୍ଦ୍ଦିଷ୍ଟ ଦିବସରେ ପିଠା ଆଦି ପ୍ରସ୍ତୁତ ହୋଇ ପରିବାରରେ ଉତ୍ସବ ଅନୁଷ୍ଠିତ ହୁଏ। କୌଣସି କୌଣସିଠାରେ ବନ୍ଧୁଜନ ନିଜ ଘରୁ ଗର୍ଭିଣୀଙ୍କ ପାଇଁ ପିଷ୍ଟକ ଓ ମିଷ୍ଟାନ୍ନ ପ୍ରସ୍ତୁତ କରି ପଠାନ୍ତି।]