ଶାଗୁଣା Ṡāguṇā

  • ଦେ. ବି. ପୁଂ.—(ସଂ. ଶକୁନି=ପକ୍ଷୀ; ଶକୁନ=ଗୃଧ୍ର) — ମାଂସାଶୀ ପକ୍ଷିବିଶେଷ; ଗୃଧ୍ର — The common vulture
  • ଦେ. ବି. ପୁଂ.—(ସଂ. ଶକୁନି=ପକ୍ଷୀ; ଶକୁନ=ଗୃଧ୍ର) — [ଉ—ସେହି ବାଟରେ ହଂସ ଶାଗୁଣାଏ ମିଶି, ଯାଇଣ ହୁଅନ୍ତିଟି ମେରୁଶିଖବାସୀ।— କୃଷ୍ଣସିଂହ. ମହାଭାରତ. ବନ]
  • ଦେ. ବି. ପୁଂ.—(ସଂ. ଶକୁନି=ପକ୍ଷୀ; ଶକୁନ=ଗୃଧ୍ର) — [ଉ—ଏହା ପ୍ରସହ ବର୍ଗର ଦିବାଚର ଦୁଇ ହାତ ଦୀର୍ଘ ମାଂସାଶୀ ପକ୍ଷୀ। ଏହାର ପକ୍ଷ କଳା ଓ ମାଟିଆ; ଚଂଚୁ ଚେପ୍ଟା ଓ ବକ୍ରାଗ୍ର ବିଶିଷ୍ଟ; ମୁଣ୍ଡରେ ଓ ବେକରେ ପର ନାହିଁ; ଗଳା ପାଖରେ ଗୋଟିଏ ଚମଡ଼ା ଥଳି ଅଛି। ଏମାନେ ଶବ ଭକ୍ଷଣ କରନ୍ତି ଓ ଶ୍ମଶାନ ଏବଂ ମଡ଼ା ପଡ଼ିବା ଯାଗାରେ ବହୁତ ଦେଖା ଯାଆନ୍ତି; ଶ୍ମଶାନ ନିକଟସ୍ଥ ବୃକ୍ଷରେ ବସା କରି ରହନ୍ତି। ଏମାନେ ବହୁ ଉଚ୍ଚରେ ଆକାଶରେ ଉଡ଼ନ୍ତି ଏବଂ ବହୁଦୂରରୁ ଓ ବହୁ ଉଚ୍ଚତାରୁ ଶବକୁ ଦେଖି ଓ ଶବର ବାସନା ବାରି ସେଠାରେ ପହଞ୍ଚନ୍ତି।]
  • ଦେ. ବି. ପୁଂ.—(ସଂ. ଶକୁନି=ପକ୍ଷୀ; ଶକୁନ=ଗୃଧ୍ର) — (ଲୋକ— ବିଶ୍ୱାସ ଏହି ଯେ, ଶାଗୁଣା ସବୁ ଜୀବର ମାଂସ ଭକ୍ଷଣ କରେ, କିନ୍ତୁ ମୃତ ଶାଗୁଣାର ମାଂସ ବିଲୁଆ ଆଦି ଖାଇଲେ ତହିଁର ପ୍ରତିବାଦସ୍ୱରୁପ ଅନ୍ଯ ଶାଗୁଣାମାନେ ଦଳବଦ୍ଧ ହୋଇ କେଁ କେଁ ଶବ୍ଦ କରନ୍ତି)—ଯେଉଁ ଲୋକ ସମସ୍ତଙ୍କ ଅନିଷ୍ଟ କରେ, କିନ୍ତୁ ତାର କେହି ଅନିଷ୍ଟ କରିବାର ଦେଖିଲେ ବିରକ୍ତ ହୁଏ, ଏହି ସ୍ଥାନରେ ଏ ନ୍ୟାୟ ପ୍ରଯୁଜ୍ୟ।