ଶାକଦ୍ୱୀପୀ Ṡākadwīpī
- ସଂ. ବି. ପୁଂ—(ଶାକଦ୍ୱୀପ+ଇନ୍; 1 ମା. 1 ବ.) — ମଗ ବ୍ରାହ୍ମଣ — A Brāhmaṇa of the ancient country of Maga (Arakan)
- ସଂ. ବି. ପୁଂ—(ଶାକଦ୍ୱୀପ+ଇନ୍; 1 ମା. 1 ବ.) — ଶାକ— ଦ୍ୱୀପବାସୀ — Ancient Scythians or Persians
- ସଂ. ବି. ପୁଂ—(ଶାକଦ୍ୱୀପ+ଇନ୍; 1 ମା. 1 ବ.) — [ଦ୍ର—ପ୍ରଧାନ ସଂସ୍କୃତ ବୈୟାକରଣିକ ପାଣିନି ଶାକଦ୍ୱୀପୀ ବ୍ରାହ୍ମଣ ବଂଶୀୟ ଥିଲେ ଓ ଚାର୍ଜଭ ନାମକ ମୁନି ଏହି ବଂଶର ଆଦିପୁରୁଷ ଥିଲେ। ଶାକଦ୍ୱୀପୀ ବ୍ରାହ୍ମଣମାନଙ୍କର ଜମ୍ବୁ ଦ୍ୱୀପକୁ ଆଗମନ ବିଷୟ ହରିବଂଶରେ ଅଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ ସୂର୍ଯ୍ଯମନ୍ଦିର ନିର୍ମାଣକରି ଯଜ୍ଞ କରିବାକୁ ଇଚ୍ଛା କଲେ; ସୂର୍ଯ୍ୟୋପାସନାବିଧିଜ୍ଞ ବ୍ରାହ୍ମଣ ଶାକଦ୍ୱୀପରେ ମିଳିବା କଥା ଶାମ୍ବ ଜାଣିବାରୁ ସେଠାରୁ କେତେ ବ୍ରାହ୍ମଣଙ୍କୁ ଡକାଇଲେ। ଏ ସମୟରେ ଭାରତରେ ଓ ଶାକଦ୍ୱୀପରେ ଆର୍ଯ୍ଯ ସଭ୍ୟତା ଥିଲା। ପ୍ରାଚୀନ କାଳରେ ପାରସ୍ୟରେ ଯଜ୍ଞକାରୀ ପୁରୋହିତଙ୍କୁ 'ମଗ' ବୋଲା ଯାଉଥିଲା। ଏଥିପାଇଁ ଶାକଦ୍ୱୀପୀ ବ୍ରାହ୍ମଣଙ୍କୁ ମଗ ବ୍ରାହ୍ମଣ ବୋଲା ଯାଉଥିଲା। ଏଥିପାଇଁ ଶାକଦ୍ୱୀପୀ ବ୍ରାହ୍ମଣଙ୍କୁ ମଗ ବ୍ରାହ୍ମଣ ବୋଲା ଯାଉଥିଲା—ହି. ଶ।]
- ସଂ. ବିଣ. — ଶାକଦ୍ୱୀପବାସୀ — Residing in Ṡākadwīpa