ଶାକ ତରୁ Ṡāka taru
- ସଂ. ବି — ଶାଗୁଆନ ଗଛ — The teak tree; Tectona Grandis
- ସଂ. ବି — [ଦ୍ର—ଏହା ଗମ୍ଭାରୀଜାତୀୟ ବଡ଼ ତରୁ। ନୂତନ ମଞ୍ଜକାଠ ହଳଦିଆ ଓ ଗଛ ପାକଳ ହେଲେ ଈଷତ୍ ନାଲି ହୁଏ। ଏଥିର କାଠ ଅନ୍ଯ କଡ଼ି କାଠ ଅପେକ୍ଷା କୋମଳତର ଓ ବହୁତର କାଳସ୍ଥାୟୀ; ଏଥିଦ୍ୱାରା ଖୁବ୍ ପାଲିଶ୍ କାମ ହୁଏ। ଯାଭା ଓ ବ୍ରହ୍ମଦେଶର ଜଙ୍ଗଲମାନଙ୍କରେ ଏହି ଗଛ ଜନ୍ମେ, କିନ୍ତୁ ଆମ ଦେଶରେ
- ସଂ. ବି — ଚାରା ଆଣି ଲଗାଇଲେ ଗଛ ହୁଏ। ପତ୍ର ବଡ ବଡ ଓ ଲୋମଶ ଏବଂ ଧାର କଟା କଟା; ବର୍ଷକୁ ବର୍ଷ ପତ୍ର ଝଡ଼େ। ଶୀତକାଳରେ ଫଳ ହୁଏ। ଏହାର ଫୁଲ ପେନ୍ଥା ପେନ୍ଥା। ବୈଦ୍ୟଶାସ୍ତ୍ର ଅନୁସାରେ ଏହାର ଛେଲିର କ୍ୱାଥ ଔଷଧରେ ବ୍ଯବହୃତ ହୁଏ। ଏହା ମଧୁର କଷାଃୟ ରସ, ସାରକ, ରୁକ୍ଷ; ବଳ— କର ଏବଂ ଜ୍ୱର, ଦାହ, କଫ, ପିତ୍ତ ଓ ଶ୍ରମ ନାଶକ
- ସଂ. ବି — ବରୁଣ ବୃକ୍ଷ (ହି. ଶ) — Crateava Religiosa tree