ଶଶ Ṡaṡa
- ସଂ. ବି (ଶଶ୍ ଧାତୁ+କର୍ତ୍ତୃ. ଆ; ଯେ ଲମ୍ଫଦେଇ ଚାଲେ) — ଶଶକ; ଠେକୁଆ; ବିଳେଶୟଜାତୀୟ କ୍ଷୁଦ୍ରପଶୁ — Hare; rabbit
- ସଂ. ବି (ଶଶ୍ ଧାତୁ+କର୍ତ୍ତୃ. ଆ; ଯେ ଲମ୍ଫଦେଇ ଚାଲେ) — କାମଶାସ୍ତ୍ରବର୍ଣ୍ଣିତ 'ଶଶ— ଜାତୀୟ ପୁରୁଷ' — One of the four classes into which the Hindu amatory science has classified males
- ସଂ. ବି (ଶଶ୍ ଧାତୁ+କର୍ତ୍ତୃ. ଆ; ଯେ ଲମ୍ଫଦେଇ ଚାଲେ) — [ଦ୍ର—ଏକଜାତୀୟ ପୁରୁଷ ମୃଦୁଭାଷୀ. ସୁଶୀଳ, କୋମଳାଙ୍ଗ, ସତ୍ୟବାଦୀ ଓ ଗୁଣବାନ୍ ଅଟନ୍ତି।]
- ସଂ. ବି (ଶଶ୍ ଧାତୁ+କର୍ତ୍ତୃ. ଆ; ଯେ ଲମ୍ଫଦେଇ ଚାଲେ) — ଝୁଣା — Resin
- ସଂ. ବି (ଶଶ୍ ଧାତୁ+କର୍ତ୍ତୃ. ଆ; ଯେ ଲମ୍ଫଦେଇ ଚାଲେ) — ଲୋଧ; ଲୋଧୁଗଛ — A tree; Symplocus Racemosus
- ସଂ. ବି (ଶଶ୍ ଧାତୁ+କର୍ତ୍ତୃ. ଆ; ଯେ ଲମ୍ଫଦେଇ ଚାଲେ) — ଚନ୍ଦ୍ରଙ୍କ ଦେହରେ ଲକ୍ଷିତ କୃଷ୍ଣବର୍ଣ୍ଣ ଦାଗ — Dark spots seen on the surface of the moon
- ସଂ. ବି (ଶଶ୍ ଧାତୁ+କର୍ତ୍ତୃ. ଆ; ଯେ ଲମ୍ଫଦେଇ ଚାଲେ) — [ଦ୍ର—ପୁରାଣରେ ଅଛି ଯେ, ଗୋଟିଏ ଶଶକ (ଗଳ୍ପାନ୍ତରରେ ମୃଗ) ତୃଷ୍ଣାର୍ତ୍ତ ହୋଇ ମରୀଚିକା ଭ୍ରମରେ ଚନ୍ଦ୍ରଙ୍କୁ (କିମ୍ବା ଚନ୍ଦ୍ରକିରଣୋଦ୍ଭାସିତ ମରୁ— ପ୍ରାନ୍ତରକୁ) ଗୋଟିଏ କଳାଧାର ବୋଲି ମନେକରି ଜଳ ପାନ କରିବାପାଇଁ ଦଉଡ଼ି ଦଉଡ଼ି ଯାଇ ଦେଖିଲା ଯେ, ସେଠାରେ ପାଣି ନାହିଁ। ଏହା ଦେଖି ଶଶକର ହଂସା ଉଡ଼ିଗଲା ଓ ସେ ମରିଗଲା। ତାଙ୍କଠାରେ ଆଶା ରଖି ଶଶକ ପ୍ରାଣ ହରାଇଥିବାରୁ ସେହି ଶଶକଟି ଚନ୍ଦ୍ରଙ୍କ ଦେହରେ କଳଙ୍କସ୍ୱରୂପ ଲାଗିରହିଲା ଏବଂ ସେହିଦିନଠାରୁ ଚନ୍ଦ୍ର ଶଶାଙ୍କ ହେଲେ।]