ଶଶ ବିଷାଣ Ṡaṡa bishāṇa
- ସଂ. ବି ( 6 ଷ୍ଠୀ ତତ୍) — ଠେକୁଆର ଶଙ୍ଗ ବା ଶିଙ୍ଘ, ଅସମ୍ଭବ ବା ଅଲୀକ କଥା — The hares horn; impossibility
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ଠେକୁଆର ଶିଙ୍ଘ ନାହିଁ, ଅତଏବ ଠେକୁଆର ଶିଙ୍ଘ ବୋଲି ସଂସାରରେ କିଛି ବସ୍ତୁ ନାହିଁ। ଅସମ୍ଭବ ବା ଅଳୀକ ବିଷୟର ଦୃଷ୍ଟାନ୍ତ ସ୍ଥଳରେ ଏ ଶବ୍ଦ ପ୍ରୟୋଗ କରାଯାଏ। ଏହିପରି ଅସମ୍ଭବ ବିଷୟବାଚକ ଅନ୍ଯ ଶବ୍ଦମାନ। ଯଥା— ଆକାଶକୁସୁମ, ବନ୍ଧ୍ୟାପୁତ୍ର, କୂର୍ମଲୋମ। ଏ ସବୁ ସଂସ୍କୃତ ଶବ୍ଦ। ଓଡ଼ିଆରେ ମଧ୍ୟ ଏହିପରି କେତେକ ଶବ୍ଦ ଅଛି। ଯଥା—ଆକାଶ କଇଁଆ, ଲେଡ଼ିରେ ବାଳ, ଜିଭର ହାଡ଼, ଘୋଡ଼ାଡିମ୍ବ, ବଙ୍ଗଳାରେ 'ସୋନାର ପାଥରବାଟି' 'କାଁଠାଲେର ଆମସତ୍ତ୍ୱ' ଘୋଡ଼ାର ଡିମ' ଇତ୍ୟାଦି। ଇଂରାଜୀରେ — castles in the air 'horse's egg]
- ସଂ. ବି ( 6 ଷ୍ଠୀ ତତ୍) — (ଉ—ମୋହିର ଭାଗ୍ୟେ କି ଲେଖାଥିଲା ଆହା ଲୋଡ଼ିବା ଶଶବିଷାଣ—ରାଧାନାଥ. ଯଯାତି।)