ଶଳା ମଉଳା Ṡaḻā mauḻā

  • ଦେ. ବି. [ସଂ. ଶ୍ୟାଳକ+ମାତୁଳ] — କୌଣସି ବ୍ଯକ୍ତିଙ୍କର ଶ୍ୟାଳକ ଓ ମାମୁ — A person's wife's brother and mother's brother
  • ଦେ. ବି. [ସଂ. ଶ୍ୟାଳକ+ମାତୁଳ] — [ଦ୍ର—ସାଧାରଣତଃ ଦେଖାଯାଏ ଯେ, କୌଣସି ପରିବାରରେ ଶଳା ଓ ମାମୁଁ ବଞ୍ଚିଥିବାଯାକେ ପରିବାରସ୍ଥ ବ୍ଯକ୍ତିଙ୍କଠାରୁ ଖୁବ୍ ସମ୍ମାନ ପାଉଥାଆନ୍ତି। କିନ୍ତୁ ସେମାନେ ଅସଗୋତ୍ର ଥିବାରୁ ସେମାନଙ୍କ ମୃତ୍ୟୁ ଘଟିଲେ ଉପର୍ଯ୍ଯୁକ୍ତ ପରିବାରରେ ସେମାନଙ୍କ ପାଇଁ ଶୁଦ୍ଧି ହୁଅନ୍ତି ନାହିଁ ଓ ସେମାନଙ୍କ ଭଉଣୀମାନେ ଅର୍ଥାତ୍ ଉପର୍ଯ୍ଯୁକ୍ତ ପରିବାରର ସ୍ତ୍ରୀ ଓ ମାତାମାନଙ୍କ ମୃତ୍ୟୁ ପରେ ଶଳାଙ୍କୁ ଓ ମାମୁଙ୍କୁ ଉକ୍ତ ପରିବାରସ୍ଥ ବ୍ଯକ୍ତିମାନେ ପୂର୍ବପରି ତେତେ ଆଦର କରନ୍ତି ନାହିଁ। ଏଥିପାଇଁ ପ୍ରବଚନ ଅଛି ଯେ, ଶଳା ମଉଳା ବନ୍ଧୁରେ ସାର, ମଲେ ହାଣ୍ଡି କୁଣ୍ଢେଇରୁ ବାହାର।]