ଶଳା ବିଧା Ṡaḻā bidhā
- ଦେ. ବି — ବିବାହ ସମୟରେ ବରକୁ ଶଳାର ମାରିବା ବିଧା (ଥଟ୍ଟାରେ) — A blow given by the bride's brother to the bridegroom at the time of marriage (in jest)
- ଦେ. ବି — [ଦ୍ର—ବିବାହରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିବା ପରେ ବର ଯାଇ କୁକର୍ମ ବେଦୀରେ ଗୋଟିଏ ଶିଳ ଉପରେ ବସେ ଓ ତାକୁ ଶାଶୁ ଆଦି ସିନ୍ଦୁର କଜ୍ଜଳ ଦେଇ ସାରିବା ପରେ ବର ସେଠାରୁ ଉଠି ଆସିଲାବେଳେ କନ୍ୟାରଭାଇ ସେ ଶିଳକୁ ବରର ଉପରକୁ ଲେଉଟାଇ ଦିଏ ଏବଂ ବରକୁ ଗୋଟିଏ ବିଧା ମାରେ। ପୂର୍ବେ ଜବରଦସ୍ତି କନ୍ଯା ହରଣ କରି ନେଉଥିବା ବ୍ଯକ୍ତିକୁ କନ୍ୟାର ଭାଇ ଆଦିଙ୍କ ମାଡ଼ ଦେବା ଓ ପଥର ଫୋଫାଡ଼ିବାର ରୀତିରୁ ଏ ପ୍ରଥା ରହିଯାଇଥିବା ପରି ବୋଧ ହୁଏ। ଏବେ ଶଳାବିଧା କେବଳ ଥଟାରେ ମରାଯାଏ।]
- ଦେ. ବି — (ଲକ୍ଷଣାର୍ଥ) ଥଟ୍ଟାରେ ମରାଯିବା ବିଧା — A light blow given in jest