ଶର୍ଯାତି Ṡarj̄āti

  • ସଂ. ବି — ବୈବସୁତ ମନୁଙ୍କ ପୁତ୍ର ରାଜାବିଶେଷ — Name of a king who was the son of Ba̲i̱baswata manu
  • ସଂ. ବି — [ଦ୍ର— ଏ ରାଜା ବୈବସୁତମନୁଙ୍କ ପୁତ୍ର। ଏକଦା ଏ ସୈନ୍ୟସାମନ୍ତ ସହ ଚ୍ୟବନ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ ଓ ସେଠାରେ ଏହାଙ୍କ କନ୍ଯା ସୁକନ୍ଯା ବାଲ୍ୟଚପଳତା—ବଶତଃ ଚ୍ୟବନଙ୍କ ଆଖି ଫୁଟାଇଦେବାରୁ ମୁନିବର କ୍ରୁଦ୍ଧ ହୋଇ ଏହାଙ୍କ ସୈନ୍ୟ ସାମନ୍ତଙ୍କ ମଳତ୍ୟାଗ ବନ୍ଦ କରିଦେଲେ। ଅବଶେଷରେ ମୁନିଙ୍କର କ୍ରୋଧ ଶାନ୍ତିପାଇଁ ଶର୍ଯ୍ଯାତି ଆପାଣା କନ୍ୟାକୁ ଚ୍ୟବନଙ୍କ ସହିତ ବିବାହ କରାଇଥିଲେ।]